ହାଇଦ୍ରାବାଦ: ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସ୍ବାଧୀନତା ଦିବସରେ ଯେଉଁ ସମ୍ବୋଧନ କରିଥିଲେ, ତାହା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ସେଥିରେ କୁହାଯାଇଥିଲା ଯେ, ଦେଶର ପ୍ରତ୍ୟେକ ରାଜ୍ୟ ରପ୍ତାନୀର ହବ୍ ପାଲଟିବ । ସେବେଠାରୁ ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ ବାଣିଜ୍ୟ ବିଭାଗ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଆନ୍ଧ୍ର ପ୍ରଦେଶ ପୂର୍ବ ଉତ୍ତର-ପୂର୍ବର ଦ୍ବାରଦେଶରେ ଅବସ୍ଥିତ । ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଏହା ଦ୍ବିତୀୟ ଦୀର୍ଘତମ ସାମୁଦ୍ରିକ ତଟରେଖା । ଯାହା ୯୭୪ କିଲୋମିଟର ବିଶିଷ୍ଟ ଦୂରତା ଯାଏଁ ବ୍ୟାପିଛି ।
ସେଥିମଧ୍ୟରେ ରହିଛି ୧୪ଟି ଅଣସ୍ବୀକୃତିପ୍ରାପ୍ତ ପୋର୍ଟ (୫ଟି କାର୍ଯ୍ୟକ୍ଷମ) ସମେତ ବିଶାଖାପାଟନମର ଏକ ପ୍ରମୁଖ ବନ୍ଦର । ପୂର୍ବରୁ ଅନୁକୂଳ ପରିବେଶ ନଥିବା କାରଣରୁ ରପ୍ତାନୀ ସମ୍ଭାବନା ଦେଖାଦେଉନଥିଲା । ଅନ୍ୟପଟେ ରପ୍ତାନୀକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ଶାସକ ଦଳର ନେତା ଓ ମନ୍ତ୍ରୀମାନେ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରବର୍ତ୍ତାଉଥିଲେ । ଯାହାକି ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ନହେବାର ଆଉ ଏକ ପ୍ରମୁଖ କାରଣ । ଆନ୍ଧ୍ର ପ୍ରଦେଶରେ ମୁଣ୍ଡ ଟେକିବାକୁ ଯାଉଥିବା ଅନେକ ଶିଳ୍ପାନୁଷ୍ଠାନ ସେମାନଙ୍କ ନିବେଶକୁ ପଡ଼ୋଶୀ ରାଜ୍ୟକୁ ପଠାଇବାକୁ ଲାଗିଲେ ।
ଆନ୍ଧ୍ରପ୍ରଦେଶ 2022-23 ରେ ଭାରତର ରପ୍ତାନୀ କ୍ଷେତ୍ରରେ 4.4% ଭାଗିଦାରୀ ରହିଛି । 1 ଲକ୍ଷ 59ହଜାର 368.02 କୋଟି ଟଙ୍କାର ରପ୍ତାନୀ ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ 2022ରେ ଏହା 4.57% ଥିଲା । ବର୍ଷ 2022-23ରେ ଗୁଜୁରାଟ 33.4% ରପ୍ତାନୀ ସହିତ ପ୍ରଥମ ସ୍ଥାନ ହାସଲ କରିଥିଲା । ମହାରାଷ୍ଟ୍ର 16.06% ସହିତ ଦ୍ବିତୀୟ ଏବଂ ତାମିଲନାଡୁ 9.02 % ସହିତ ତୃତୀୟ ସ୍ଥାନରେ ଥିଲା । ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଗତ ଶାସନ କାଳରେ 2022 ସୁଦ୍ଧା ଆନ୍ଧ୍ର ପ୍ରଦେଶକୁ ଶ୍ରେଷ୍ଠ 3 ନମ୍ବର ରାଜ୍ୟ ମଧ୍ୟରେ ପରିଣତ କରିବାକୁ ସ୍ଥିର ହୋଇଥିଲା । ତାଙ୍କ ସରକାର କ୍ଷମତାରୁ ହଟିବା ପରେ ଏହା ଆଉ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ତାଙ୍କ ନେତୃତ୍ବରେ ନୂଆ ସରକାର ହୋଇଥିବା ବେଳେ 2029 ସୁଦ୍ଧା ଆନ୍ଧ୍ର ଏକ ବିକଶିତ ରାଜ୍ୟ ହେବ ବୋଲି ଆଶା କରାଯାଉଛି ।
ପୂର୍ବ ସରକାରଙ୍କ ଅଧୀନରେ ବାଣିଜ୍ୟ ପ୍ରୋତ୍ସାହନ ରଣନୀତିର ଅଭାବ ପରିଲକ୍ଷିତ ହୋଇଥିଲା । ଆନ୍ଧ୍ରଲ ପ୍ରଦେଶର ରପ୍ତାନୀ ପାଇଁ ବଜାର ପ୍ରବେଶକୁ ବିସ୍ତାର କରାଯିବା ଦିଗରେ ସରକାର ପଦକ୍ଷେପ ନେବା ସହିତ ଦ୍ବିପାକ୍ଷିକ ଆଲୋଚନା ଓ ଯୋଗ ଦାନ କରିବା ଉଚିତ । ଶକ୍ତିଶାଳୀ ବାଣିଜ୍ୟ ସମ୍ପର୍କ ସ୍ଥାପନ, ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ,ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦି ଆୟୋଜନ କରାଯିବା ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାରଙ୍କୁ ନୂତନ ଆହ୍ବାନର ସାମନା କରିବାକୁ ପଡ଼ିବ । ପୂର୍ବ ଓ ପଶ୍ଚିମ ଗୋଦାବରୀ ଉପକୂଳରେ ଏକ ସୁଦୃଢ କୃଷି ଭିତ୍ତିଭୂମି ଅଛି । ଆନ୍ଧ୍ର ପ୍ରଦେଶର ଖାଦ୍ୟ ଏବଂ କୃଷି ପ୍ରକ୍ରିୟାକରଣ କ୍ଷେତ୍ର । ଧାନ, ସାମୁଦ୍ରିକ ଖାଦ୍ୟ, ଖାଇବା ତେଲ, ନଡିଆ, ବନ୍ଧାକୋବି, ମସଲା ଆଦି ଉତ୍ପାଦନ ହୋଇଥାଏ । ଏହାସହ ଆମ୍ବ, ପନିପରିବା, ଫଳ, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥରେ ଗୁଣ୍ଟୁର ଜିଲ୍ଲାର ରହିଛି ପ୍ରମୁଖ ଅବଦାନ । ଲଙ୍କା ଉତ୍ପାଦନ ପାଇଁ ଗୁଣ୍ଟୁରକୁ ମାନ୍ୟତା ପ୍ରଦାନ କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟ ଦାବି କରିଆସୁଛି ।
ବୈଦେଶିକ ବାଣିଜ୍ୟ ନୀତି ଅନୁଯାୟୀ ଅବସ୍ଥିତି, ସୁବିଧା ଏବଂ ଭିତ୍ତିଭୂମି ବିକାଶ ପାଇଁ ବ୍ୟବସ୍ଥାର ବ୍ୟବସ୍ଥା ଆବଶ୍ୟକ । ସେପଟେ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟରେ 'Invest In Andhrapradesh' ଯୋଜନା ରହିଛି । ଯାହାକି ଶିଳ୍ପ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବ । ଖାଲି ସେତିକି ନୁହେଁ, R&D ପ୍ରୋଜେକ୍ଟ ପାଇଁ ଟେକ୍ନୋଲୋଜିର ବିକାଶ ମଧ୍ୟ କରିବାକୁ ହେବ । ରପ୍ତାନୀଭିତ୍ତିକ ଶିଳ୍ପଗୁଡିକର ଚାହିଦା ପୂରଣ କରିବା ପାଇଁ ନିରନ୍ତର ବିକାଶର ଆବଶ୍ୟକତା ରହିଛି । ତେଣୁ ଦକ୍ଷତା ବିକାଶ ଓ ଯୋଗାଣ ଉପରେ ଧ୍ୟାନ ଦିଆଯିବା ଉଚିତ । ତାଲିମରୁ ଆରମ୍ଭ କରି ଧନ୍ଦାମୂଳକ ଶିକ୍ଷା ବୃଦ୍ଧି, ଏବଂ ନୂତନତ୍ବ ଏବଂ ଉଦ୍ୟୋଗର ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଏସବୁ ଦିଗରେ ବିକାଶ ହୋଇପାରିଲେ ଆନ୍ଧ୍ର ପ୍ରଦେଶ ଏହାର ରପ୍ତାନିକୁ ବୃଦ୍ଧି କରିପାରିବ ।
ଏହା ଲେଖକଙ୍କର ନିଜସ୍ବ ମତ...