ଲେଖକ- ପରିତାଲା ପୁରୁଷୋତ୍ତମ
ହାଇଦ୍ରାବାଦ: ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ଫେବୃଆରୀ ପହିଲାରେ ଉପସ୍ଥାପନ ହେବାକୁ ଯାଉଛି ଅନ୍ତରୀଣ ବଜେଟ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳୀ ସୀତାରମଣ ବଜେଟ ଉପସ୍ଥାପନ କରିବେ । ଏହି ବଜେଟରେ କୃଷି କ୍ଷେତ୍ରରେ ଥିବା ଆହ୍ବାନକୁ ପୂରଣ କରାଯିବ କି ? ତେବେ ୨୦୧୯ ଅନ୍ତରୀଣ ବଜେଟ ଏକ ନୂତନ ମାନଦଣ୍ଡ ସ୍ଥିର କରିଥିଲା । ଅନେକ ନୂଆ ଯୋଜନା ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିଥିଲା । ସେତେବେଳେ ପିଏମ କିଷାନ ଯୋଜନା କେବଳ ଘୋଷିତ ହୋଇନଥିଲା, ବରଂ ଏହା ଡିସେମ୍ବର ୨୦୧୮ରୁ କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ବହୁ ସଂଖ୍ୟକ ଜମି ମାଲିକଙ୍କୁ କିଷାନ କିସ୍ତି ପ୍ରଦାନ କରାଯାଇଥିଲା । ତେବେ ଚଳିତ ବର୍ଷ କୃଷି କ୍ଷେତ୍ର ଲାଗି ସମାନ ଘୋଷଣା ଆଶା କରିବା ଉଚିତ କି ?
କେନ୍ଦ୍ର ବଜେଟରୁ କୃଷି କ୍ଷେତ୍ର ପାଇଁ ପ୍ରମୁଖ ଆଶା:-
କୃଷକମାନଙ୍କୁ ଶସ୍ତା ଋଣ ପ୍ରଦାନ ଉପରେ ଗୁରୁତ୍ବ ଆବଶ୍ୟକ । କୃଷି କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି କ୍ରୟ, ଜଳସେଚନ ଏବଂ ଅନ୍ୟାନ୍ୟ ଦୀର୍ଘକାଳୀନ ବିନିଯୋଗ ପାଇଁ ଅଧିକ ସବସିଡିଯୁକ୍ତ ହାରରେ ବଜେଟ୍ ନିର୍ଦ୍ଦେଶିତ ଋଣ ଆବଶ୍ୟକ । ବ୍ୟୟବହୁଳ ପାଣ୍ଠିକୁ ଦୀର୍ଘକାଳୀନ ପାଣ୍ଠିରେ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ବ ରହିବ । ଫସଲ ବୀମା ଯୋଜନା ବିସ୍ତାର ଉପରେ ଧ୍ୟାନ ଦେବା ଜରୁରୀ । ନିଆରା ଫାର୍ମ ଟେକନିକ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ।
ବର୍ତ୍ତମାନ ନୂତନ କୃଷି କୌଶଳକୁ ଉତ୍ସାହିତ କରିବାର ସମୟ ଆସିଛି । ଭାରତ ପରି ଜଳାଭାବ ଦେଶରେ ଡ୍ରିପ ଜଳସେଚନ ଏକ ବଡ ପରିବର୍ତ୍ତନ ଆଣିପାରେ । ସ୍ବତନ୍ତ୍ର ପ୍ରୋତ୍ସାହନ, ଟ୍ୟାକ୍ସ ବ୍ରେକ ଏବଂ ସହଜ ଋଣ ଆବଶ୍ୟକ । ସେହିପରି ଜଳସେଚନ ଏବଂ ଭର୍ଟିକାଲ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଅଭାବୀ କୃଷି ଜମି ସମସ୍ୟାକୁ ଦୂର କରାଯାଇପାରେ । ବଜେଟ ୨୦୨୪ରେ ଏହିପରି କୃଷି କୌଶଳକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।
ପ୍ରୋ-ସେଲ୍ ଏବଂ ବିକ୍ରିର ପରବର୍ତ୍ତୀ ଭିତ୍ତିଭୂମି ଉପରେ ପର୍ଯ୍ୟାପ୍ତ ବିନିଯୋଗ କରାଯାଉନାହିଁ । ଯେପରିକି ମାଟିର ଗୁଣବତ୍ତା ପରୀକ୍ଷା । ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଲାବୋରେଟୋରୀଗୁଡିକ ପାଇଁ ବୃହତ ଆବଣ୍ଟନ ଦ୍ବାରା ଏହା ସକ୍ଷମ ହୋଇପାରିବ । ଏହାବାଦ ପର୍ଯ୍ୟାପ୍ତ ୱେୟାର ହାଉସିଂ, ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ଯଦି ଏହା ନହୁଏ ତେବେ ଯୋଗାଣ ବ୍ୟାଘାତ କୃଷି ଉପରେ ପ୍ରଭାବ ପକାଇବ । ସରକାର ଗୋଦାମ ଘର, ଶୀତଳ ଭଣ୍ଡାର, ପ୍ରାଥମିକ ପ୍ୟାକ୍ ହାଉସ୍ ସ୍ଥାପନ ଉପରେ ଗୁରୁତ୍ବ ଦେବା ଉଚିତ ।
ଏହା ବି ପଢନ୍ତୁ- ବଜେଟ ପୂର୍ବରୁ ଶେଷ ହେଲା ‘ହାଲଓ୍ବା ସେରିମନି’, ଦେଖନ୍ତୁ ଫଟୋ
ଏହି ବଜେଟରେ ଡାଲି, ଖାଇବା ତେଲ ଏବଂ ପନିପରିବା ଆମଦାନୀ ଉପରେ ଧ୍ୟାନ ଦେବା ଉଚିତ । ଏହି ଖାଦ୍ୟଶସ୍ୟ ଉପରେ ଭାରତ ଆମଦାନୀ ଉପରେ ନିର୍ଭରଶୀଳ । ଘରୋଇ ଚାହିଦା ପୂରଣ କରିବା ପାଇଁ ୨୦୨୪-୨୫ ମାର୍କେଟିଂ ବର୍ଷରେ ଭାରତ ପ୍ରାୟ ୧୦ ଲକ୍ଷ ଟନ ହରଡ଼ ଡାଲି ଆମଦାନୀ କରିବ ବୋଲି ଆକଳନ କରାଯାଇଛି । ଡାଲି ଫସଲ ହ୍ରାସ ଯୋଗୁଁ ଘରୋଇ ଆବଶ୍ୟକତା ପୂରଣ ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଏଠାରେ ହରଡ ଡାଲି ସଙ୍କଟ କାହିଁକି ପଡିଲା ତାହା ବୁଝିବା ଜରୁରୀ । ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶ ଭାରତରେ ହରଡ ଡାଲିର ଶ୍ରେଷ୍ଠ ୩ ଉତ୍ପାଦନ କରୁଥିବା ରାଜ୍ୟ । ୨୦୨୨-୨୩ରେ ପୂର୍ବାପେକ୍ଷା ପ୍ରାୟ ୧୯ ପ୍ରତିଶତ ଫସଲ ହ୍ରାସ ପାଇଛି । ୨୦୧୮ରୁ ହରଡ ଡାଲି ଫସଲରେ ଏଭଳି ସମସ୍ୟା ଉପୁଜିଛି । ଏଣୁ ଏହାର ଦାମ ଅହେତୁକ ବୃଦ୍ଧି ଘଟିଛି । ଏହି ଫସଲ ହ୍ରାସ ଲାଗି ପାଗରେ ପରିବର୍ତ୍ତନ ଦାୟୀ ରହିଛି ।
ଚଳିତ ବଜେଟରେ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉଚିତ । କୃଷି ଜିଡିପିର ଅଂଶ ଭାବରେ ଭାରତ କୃଷି ପ୍ରତି ୧ ଟଙ୍କା ଖର୍ଚ୍ଚରେ ୧୦ ଟଙ୍କା ଲାଭ ପାଇଁ ମାତ୍ର ୦.୩୫% ଖର୍ଚ୍ଚ କରେ ।ସେପଟେ ଚୀନ ୦.୮୦% ଖର୍ଚ୍ଚ କରେ ଏବଂ ଅଧିକାଂଶ ଏସିଆ ଓ ଅନ୍ୟାନ୍ୟ ଉଦୀୟମାନ ବଜାର ଭାରତ ଅପେକ୍ଷା ଅଧିକ ଖର୍ଚ୍ଚ କରେ । ନିକଟରେ CGIAR ରିପୋର୍ଟ ଅନୁସାରେ ପ୍ରତି ୧ ଟଙ୍କା ଖର୍ଚ୍ଚରେ ୧୦ ଟଙ୍କା ଲାଭର ଅନୁପାତ ୧୦:୧ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହାଦ୍ବାରା ନା ଯେ କେବଳ ମୃତ୍ତିକାର ଗୁଣବତ୍ତା ବୃଦ୍ଧଇ ପାଇବ ବରଂ କୃଷି ଆୟ ବୃଦ୍ଧି ପାଇବ । ଅନ୍ୟପଟେ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡ଼ିବ । ମଣ୍ଡିରେ ଦଲାଲଗିରିକୁ ରୋକିବା ଲାଗି ଏହି କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଦର ସ୍ଥିର କରିବାକୁ ପଡ଼ିବ ।
କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର:- ଉପରେ ଉଲ୍ଲେଖିତ ପ୍ରସଙ୍ଗଗୁଡ଼ିକ ବେଶ ମହତ୍ତ୍ବପୂର୍ଣ୍ଣ । ବଜେଟ ୨୦୨୪ରେ କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗର ଉପଯୋଗ କରିବା ଲାଗି ଏକ ବଡ଼ଧରଣର ପରିବର୍ତ୍ତନ ଆଣିବା ଆବଶ୍ୟକ । ଯେପରିକି ବଦଳୁଥିବା ପାଣିପାଗ ସମ୍ପର୍କରେ ଚାଷୀଙ୍କ ନିକଟରେ ସୂଚନା ପହଞ୍ଚାଇବା ଆବଶ୍ୟକ । ଅଲ ଇଣ୍ଡିଆ ପ୍ରାଇସ ଓ ସରକାରୀ ନୀତି ଚାଷୀଙ୍କୁ ସଚେତନ କରିବା ଓ ଉତ୍ତମ ନିର୍ଣ୍ଣୟ ନେବାରେ ସହାୟକ ହୋଇପାରେ । ବଜାରରେ ପୂର୍ବାପେକ୍ଷା ଅଧିକ କଷ୍ଟି ଷ୍ଟାର୍ଟ-ଅପର ଆବଶ୍ୟକତା ରହିଛି । ବଜେଟ ୨୦୨୪ରେ ବାସ୍ତବରେ ଚାଷୀଙ୍କୁ ଲାଭାନ୍ବିତ କରିବା ଲାଗି ଅଗ୍ରଣୀ ସେବାଗୁଡ଼ିକୁ ବିସ୍ତାର କରିବା ଲାଗି ଏହି ଷ୍ଟାର୍ଟ-ଅପକୁ ପ୍ରୋତ୍ସାହିତ କରିବା ଜରୁରୀ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)