ETV Bharat / lifestyle

86 ବର୍ଷରେ ବି କେମିତି ଫିଟ୍ ଥିଲେ ରତନ ଟାଟା, ଆସିଲା ଫିଟ୍‌ନେସ ସିକ୍ରେଟ - RATAN TATA FITNESS ROUTINE

Ratan Tata Fitness Secrets: 86 ବର୍ଷ ବୟସରେ ବି ପୁରା ଫିଟ୍ ଥିଲେ ରତନ ଟାଟା । ଆସନ୍ତୁ ଜାଣିବା, କ'ଣ ଥିଲା ତାଙ୍କ ଫିଟନେସ୍‌ର ରାଜ୍

86 ବର୍ଷରେ ବି କେମିତି ଫିଟ୍ ଥିଲେ ରତନ ଟାଟା, ଆସିଲା ଫିଟେନସ୍ ସିକ୍ରେଟ
86 ବର୍ଷରେ ବି କେମିତି ଫିଟ୍ ଥିଲେ ରତନ ଟାଟା, ଆସିଲା ଫିଟେନସ୍ ସିକ୍ରେଟ (ETV Bharat)
author img

By ETV Bharat Health Team

Published : Oct 10, 2024, 4:35 PM IST

Updated : Oct 10, 2024, 7:20 PM IST

Ratan Tata Fitness Routine: ଭାରତୀୟ ଶିଳ୍ପ ଜଗତର ଏକ ମହାଦ୍ରୁମ ଥିଲେ ରତନ ଟାଟା । ଯେତିକି ଭଲ ବ୍ୟବସାୟୀ ଥିଲେ, ସେତିକି ଭଲ ମଣିଷଟିଏ । ନିଜର ସ୍ବାସ୍ଥ୍ୟ ଓ ଫିଟନେସ୍ ନେଇ ମଧ୍ୟ ସେ ଖୁବ୍ ସଚେତନ ରହୁଥିଲେ । ତାଙ୍କର ଏହି ଲମ୍ବା ଜୀବନର ରହସ୍ୟ ଥିଲା ସରଳ ଜୀବନଶୈଳୀ, ସୁସ୍ଥ୍ୟ ଖାଦ୍ୟ ଅଭ୍ୟାସ, ନିୟମିତ ଯୋଗ, ଧ୍ୟାନ ଇତ୍ୟାଦି । ସେଥିପାଇଁ ନିଜ ବୟସର ଅପରାହ୍ନରେ ବି ଟାଟା ପୁରା ଫିଟ୍ ରହିଥିଲେ । ଆଜି ଏହି ଖବରରେ ଆମେ ଆପଣଙ୍କ ଜଣାଇବୁ ରତନ ଟାଟାଙ୍କ ଫିଟନେସର ରହସ୍ୟ । ଜାଣନ୍ତୁ, କେମିତି ସେ ନିଜକୁ ଫିଟ୍ ରଖିଥିଲେ ଯଦ୍ବାରା ଆପଣ ମଧ୍ୟ ଏହାକୁ ଆପଣାଇ ନିଜ ଜୀବନକୁ ଲମ୍ବା ଓ ନିରାମୟ କରିପାରିବେ ।

ସକାଳୁ ଉଠିବା: ଶୀଘ୍ର ସକାଳୁ ଉଠିବା ଓ ଏକ୍ସରସାଇଜ କରିବାରୁ ରତନ ଟାଟାଙ୍କ ଦିନଚର୍ଯ୍ୟା ଆରମ୍ଭ ହେଉଥିଲା । ସେ ସକାଳ 6ଟାରୁ ଉଠି ଯାଉଥିଲେ ଏବ୍ଂ ମର୍ଣ୍ଣିଂ ୱାକରେ ଯାଉଥିଲେ । ଏହାପରେ ଯୋଗ ବ୍ୟାୟାମ କରୁଥିଲେ । ସେ ଜାଣିଥିଲେ ଯେ, ଶରୀରକୁ ସୁସ୍ଥ ରଖିବା ପାଇଁ ଚାଲିବା, ଯୋଗ କରିବା ଓ ଅନ୍ୟାନ୍ୟ ଶାରିରୀକ ଗତିବିଧି ଜରୁରୀ । ଏଥିସହ ସେ ସବୁଦିନ ସୂର୍ଯ୍ୟ ନମସ୍କାର କରୁଥିଲେ । କେବେବି ନିଜର ଏହି ଦିନଚର୍ଯ୍ୟାରେ ଅବହେଳା କରୁନଥିଲେ ।

ଧ୍ୟାନ: ସେ ପ୍ରତିଦିନ ଯୋଗ ସହ ମେଡିଟେସନ ବା ଧ୍ୟାନ କରୁଥିଲେ । ଧାଁ ଦୌଡ ଜୀବନ ଓ କାର୍ଯ୍ୟବ୍ୟସ୍ତତା ଶରୀର ଓ ମସ୍ତିଷ୍କକୁ କ୍ଲାନ୍ତ କରିଦିଏ । ଶରୀରକୁ ଆରାମ ଦରକାର ହୁଏ । ମେଡିଟେସନ କରିବା ଦ୍ବାରା ମନ ଶାନ୍ତ ରହେ ଓ ଚିନ୍ତା କରିବାର କ୍ଷମତା ବଢେ ।

ଘର ଖାଦ୍ୟ ଖାଇବା: ତାଙ୍କୁ ଘର ରନ୍ଧା ଖାଦ୍ୟ ବେଶୀ ପସନ୍ଦ ଥିଲା । ସେ ସବୁବେଳେ ଘରେ ଖାଉଥିଲେ । ଜଙ୍କଫୁଡ୍, ଫାଷ୍ଟଫୁଡ୍ ଠାରୁ ଦୂରେଇ ରହୁଥିଲେ । ରତନ ଟାଟା ନିଜର ଖାଦ୍ୟପାନୀୟ ସମ୍ବନ୍ଧୀୟ ନିୟମକୁ କଡାକଡି ପାଳନ କରୁଥିଲେ । ଏଥିସହ ରୁଟିନ ଚେକ-ଅପ୍‌କୁ ମଧ୍ୟ ଗୁରୁତ୍ବ ଦେଉଥିଲେ । ନିଜର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ରେଗୁଲାଲ ହେଲଥ୍ ଚେକ-ଅପ୍ ପାଇଁ ଯାଉଥିଲେ ।

  • କ'ଣ ଖାଇବାକୁ ପସନ୍ଦ କରୁଥିଲେ ଏହି ବିଶିଷ୍ଟ ଉଦ୍ୟୋଗପତି

ପାର୍ସୀ ଖାଦ୍ୟ ପ୍ରିୟ ଥିଲା: ଥରେ ଏକ ଟିଭି ଇଣ୍ଟରଭ୍ୟୁରେ ରତନ ଟାଟା କହିଥିଲେ ତାଙ୍କର ପାର୍ସୀ ଖାଦ୍ୟ ଅଧିକ ପସନ୍ଦ । ଏହି ଖାଦ୍ୟ ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟକର ।

ପ୍ରିୟ ଡାଲି: ପାର୍ସୀ ଫୁଡ୍ ସହ ସେ ମସୁର ଡାଲି ଖାଇବାକୁ ଭଲ ପାଉଥିଲେ । ଏଥିରେ ଜରୁରୀ ପୋଷକ ତତ୍ତ୍ବ ରହିଥାଏ ଯାହାକି ଶରୀର ପାଇଁ ଲାଭଦାୟକ ।

ପ୍ରିୟ ଜଳଖିଆ: ରତନ ଟାଟାଙ୍କ ପ୍ରିୟ ସକାଳ ଜଳଖିଆ ଥିଲା ଅକୁରି, ଯାହାକି ଏକ ପାର୍ସୀ ବ୍ୟଞ୍ଜନ ଓ ଅଣ୍ଡା ଭୁଜିଆ ଭଳି ଦେଖିବାକୁ । ସେ ଜଳଖିଆରେ ଅକୁରି ଖାଇବା ପସନ୍ଦ କରୁଥିଲେ ।

ରତନ ଟାଟା ତାଙ୍କର ପୋଷା କୁକୁରକୁ ଭାରି ଭଲ ପାଉଥିଲେ । ନିଜ କୁକୁର ସହ ମସ୍ତି କରିବା ସମୟର ତାଙ୍କର ଅନେକ ଭିଡିଓ ଦେଖିବାକୁ ମିଳେ । ଗୃହପାଳିତ ଜୀବଙ୍କ ସହ ସମୟ ବିତାଇଲେ ଷ୍ଟ୍ରେସ କମ୍ ହେବା ସହ ମନ ହାଲୁକା ରହେ ।

ଏହା ମଧ୍ୟ ପଢନ୍ତୁ: ମୁଁ ଠିକ୍ ନିଷ୍ପତ୍ତି ନେବାରେ ବିଶ୍ବାସ କରେନି, ନିଷ୍ପତ୍ତି ନିଏ ଓ ଏହାକୁ....

ଏହା ମଧ୍ୟ ପଢନ୍ତୁ: ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ଏହା ମଧ୍ୟ ପଢନ୍ତୁ: ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ, ସୁସ୍ଥ ରହିବ ମନ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣ ଦିଏନି । ଅଧିକ ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Last Updated : Oct 10, 2024, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.