ETV Bharat / lifestyle

ଏମିତି ଘରେ ସହଜରେ ବନାନ୍ତୁ ମଲାଇ ପନିର

ଘରେ ରେସ୍ତୋରାଁ ଷ୍ଟାଇଲରେ ସ୍ବାଦିଷ୍ଟ ମଲାଇ ପନିର୍ ବନାଇ ପରିବାର ଲୋକଙ୍କୁ ପରଷନ୍ତୁ । ରେସିପି ଜାଣିବା ପାଇଁ ପଢନ୍ତୁ ଏହି ଖବର

author img

By ETV Bharat Lifestyle Team

Published : 3 hours ago

ଏମିତି ଘରେ ସହଜରେ ବନାନ୍ତୁ ମଲାଇ ପନିର
ଏମିତି ଘରେ ସହଜରେ ବନାନ୍ତୁ ମଲାଇ ପନିର (ETV Bharat)

Malai paneer recipe: ସବୁବେଳେ ଗୋଟିଏ ଷ୍ଟାଇଲରେ ପନିର ତରକାରୀ ଖାଇ ବିରକ୍ତ ଲାଗିଲାଣି ? ପନିରରେ କିଛି ନୂଆ ଡିସ୍ ବନାଇବାକୁ ଚାହୁଁଛନ୍ତି ? ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛି ମଲାଇ ପନିର ରେସିପି । ପୁରା ରେସ୍ତୋରାଁ ଷ୍ଟାଇଲରେ ଘରେ ଆପଣ ଏହି ସୁଆଦିଆ ପନିର ଡିସ୍ ବନାଇ ପାରିବେ ଓ ପରିବାର ଲୋକଙ୍କୁ ଖୁଆଇ ପାରିବେ ।

ଆବଶ୍ୟକୀୟ ସାମଗ୍ରୀ

  • କ୍ଷୀର
  • ପନିର
  • କାଜୁ
  • ପିଆଜ
  • ଅଦା
  • ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସାଲା
  • ହଳଦୀ, ଲୁଣ
  • ଘିଅ
  • ତେଲ
  • କସୁରୀ ମେଥି

ପ୍ରସ୍ତୁତ ପ୍ରଣାଳୀ:

ମଲାଇ ପ୍ରସ୍ତୁତ ପାଇଁ- ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ । କ୍ଷୀର ଫୁଟି ତା' ଉପରେ ବହଳିଆ ସର ବସିଲେ ସେହି ସରକୁ ଆଣି ଆଉ ଏକ ପାତ୍ରରେ ରଖନ୍ତୁ । ଏମିତି ଗୋଟେ କପ୍ ସର ବାହାର କରି ଏକ ମକ୍ସଚର ଜାରରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଲାଇ ।

ବର୍ତ୍ତମାନ ମଲାଇ ପନିର ବନାଇବା ପାଇଁ ବଜାରରୁ ପନିର ଆଣି ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । ଏକ କଡେଇରେ ଦୁଇ ଚାମଚ ତେଲ ଗରମ କରନ୍ତୁ । ଏଥିରେ ଦୁଇଟି କଟା ପିଆଜ, କଟା ଅଦା, ଦୁଇଟି ଲଙ୍କା ଓ କାଜୁ ପକାଇ ଭାଜନ୍ତୁ । ପିଆଜ ଗୋଲ୍ଡେନ ରଙ୍ଗ ଦେଖାଗଲେ ଏଥିରେ ଦୁଇଟି କଟା ଟମାଟୋ ପକାଇ 5 ମିନିଟ୍ ଗୋଳାନ୍ତୁ । 5 ମିନିଟ୍ ପରେ ଏହି ମସାଲା ବାହାର କରି ଥଣ୍ଡା ହେବାକୁ ରଖନ୍ତୁ । ଥଣ୍ଡା ହୋଇଗଲା ପରେ ଏଥିରେ ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ସେହି କଡେଇରେ ଦୁଇ ଚାମଚ ଘିଅ ଓ ଦୁଇ ଚାମଚ ତେଲ ଗରମ କରନ୍ତୁ । ଏହାପରେ ତେଲରେ ଏକ ଚାମଚ ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ଗରମ ମସାଲା ଓ ସ୍ବାଦ ଅନୁସାରେ ଲୁଣ ମିଶାଇ କିଛି ସମୟ ଗୋଳାନ୍ତୁ । ଗ୍ୟାସ୍ ଆଞ୍ଚ ଧୀମା ରଖନ୍ତୁ ।

ତା' ପରେ ଗ୍ରାଇଣ୍ଡ କରିଥିବା ମସାଲା ପେଷ୍ଟ ମିଶାଇ 5 ମିନିଟ୍ କଷନ୍ତୁ । ଭଲରେ କଷି ହେବା ପାଇଁ ଅଳ୍ପ ପାଣି ଦିଅନ୍ତୁ । ମସାଲାକୁ 5 ମିନିଟ୍ ଘୋଡାଇ ରଖନ୍ତୁ । ଏବେ ସେଥିରେ ଫ୍ରେସ ମଲାଇ ମିଶାନ୍ତୁ । ଫ୍ଲେଭର ବାଲାନ୍ସ ପାଇଁ ଏଥିରେ ଅଧା ଚାମଚ ଚିନି ପକାଇପାରିବେ । ଏବେ ମସାଲାରେ ଗୋଟିଏ କପ୍ ପାଣି ଦେଇ ଘୋଡାଇ 5 ମିନିଟ୍ ପାଇଁ ଛାଡି ଦିଅନ୍ତୁ । ମସାଲାରୁ ତେଲ ଛାଡିବା ପରେ ଏଥିରେ ପନିର୍ ପକାନ୍ତୁ ଏବଂ ତରକାରୀକୁ କିଛି ସମୟ ଫୁଟିବାକୁ ଛାଡିଦିଅନ୍ତୁ । ସେଥିରେ ଅଳ୍ପ କସୁରୀ ମେଥି ମିଶାଇ ଆଉ 5 ମିନିଟ୍ ପାଇଁ ଘୋଡାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଲାଇ ପନିର । ଏହାକୁ ଆପଣ ରୁଟି ନହେଲେ ନାନ୍ ସହିତ ଖାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ 'ଅଣ୍ଡା 65', ମାତ୍ର ଦଶ ମିନିଟ୍‌ରେ...

ଏହା ମଧ୍ୟ ପଢନ୍ତୁ: ଔଷଧଠୁ କମ୍ ନୁହେଁ ଭୃସଙ୍ଗ ପତ୍ର, ଦୂର କରିଥାଏ ଏସବୁ ରୋଗ

ଏହା ମଧ୍ୟ ପଢନ୍ତୁ: ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ କରନ୍ତୁ ଦୂର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.