ETV Bharat / lifestyle

ରାତାରାତି ଦୂର ହୋଇଯିବ କାଖ ତଳ କଳାଦାଗ, କରନ୍ତୁ ଏହି ଘରୋଇ ଉପାୟ

କାଖ ତଳ କଳାପଣ ଦୂର କରିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି ଘରୋଇ ଉପାୟ, ରାତିରାତି ଦୂର ହୋଇଯିବ କଳା ଦାଗ ।

author img

By ETV Bharat Odisha Team

Published : 3 hours ago

ରାତାରାତି ଦୂର ହୋଇଯିବ କାଖ ତଳ କଳାଦାଗ
ରାତାରାତି ଦୂର ହୋଇଯିବ କାଖ ତଳ କଳାଦାଗ (ETV Bharat)

Dark Underarms: କାଖ ତଳ କଳାପଣ ଏକ ସାଧାରଣ ସମସ୍ୟା । ଅଧିକାଂଶ ଲୋକଙ୍କଠାରେ ଏହା ଦେଖାଯାଏ । ମାତ୍ର ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏହି କଳା ଦାଗକୁ ନେଇ ଚିନ୍ତିତ ରୁହନ୍ତି । କାରଣ ଏହି କଳାପଣ ହେତୁ ସେମାନେ ସ୍ଲିବଲେସ୍ ଡ୍ରେସ ପିନ୍ଧିପାରନ୍ତି ନାହିଁ । ଅନ୍ୟ ସାମ୍ନାରେ ହାତ ଉପରକୁ ଉଠାଇବାକୁ ଲଜ୍ଜିତ ଅନୁଭବ କରନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କାଳ ତଳୁ କଳାଦାଗ ଦୂର କରିବାର କିଛି ଘରୋଇ ଉପଚାର ।

କାଳ ତଳ କଳା ଦାଗ ଦୂର କରିବାର ଉପାୟ:

ଆଲୋଭେରା:

କାଖ ତଳ କଳା ଦାଗ କମାଇବା ପାଇଁ ଆଲୋଭେରା ରସ ଖୁବ୍ ଉପଯୋଗୀ । ଏହାର ରସକୁ କାଖରେ ଲଗାନ୍ତୁ ଏବଂ 20 ମିନିଟ୍ ପରେ ଧୋଇ ଦିଅନ୍ତୁ । ଏକ୍ସପର୍ଟଙ୍କ କହିବା କଥା, ନିୟମିତ ଭାବେ ଏପରି କରିବା ଦ୍ବାରା କିଛି ଦିନ ପରେ କଳାଦାଗ କମ୍ ହୋଇଯାଏ । ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ ଡର୍ମେଟୋଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗବେଷକ ଜାଣିବାକୁ ପାଇଲେ ଯେ, ମହିଳାମାନେ ଦିନକୁ ଦୁଇ ଥର ନିଜ କାଖରେ ଆଲୋଭେରା ଲଗାଇଲେ କଳା ଦାଗ କମ୍ ହୋଇଥାଏ ।

ଦହି ଓ ଲେମ୍ବୁ ରସ:

ଗୋଟିଏ ପାତ୍ରରେ ଏକ ଚାମଚ ଦହି, ଅଳ୍ପ ଲେମ୍ବୁ ରସ, ଚିମୁଟାଏ ହଳଦୀ ଓ ଏକ ଚାମଚ ବେସନ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ କାଖରେ ଲଗାଇ 20 ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହାଦ୍ବାରା କଳାପଣ ଦୂର ହୋଇଥାଏ ବୋଲି ଏକ୍ସପର୍ଟ କୁହନ୍ତି ।

ବେକିଂ ସୋଡା:

ଏକ ପାତ୍ରରେ ଦୁଇ ଚାମଚ ବେକିଂ ସୋଡା ନିଅନ୍ତୁ ଏବଂ ଏଥିରେ ଅଳ୍ପ ପାଣି ମିଶାଇ ଗୋଳାନ୍ତୁ । ଏହି ପେଷ୍ଟକୁ କାଖ ତଳ କଳା ସ୍ଥାନରେ ଲଗାଇଲେ ଭଲ ଫାଇଦା ମିଳେ ।

ଆପଲ ସାଇଡର ଭିନେଗାର:

କଳା ଦାଗ ସମସ୍ୟା କମାଇବା ପାଇଁ ଏକ ପାତ୍ରରେ ଦୁଇ ଚାମଚ ବେକିଂ ସୋଡା ଓ ଆପଲ ସାଇଡର ଭିନେଗାର ମିଶାଇ ଭଲ ଭାବେ ଗୋଳାନ୍ତୁ । ଏହି ମିଶ୍ରଣକୁ କଳା ଦାଗରେ ଲଗାଇ 5 ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ବାରା କଳାପଣ କମିଥାଏ ।

  • ଏସବୁ ବ୍ୟତୀତ ଆପଣ କାଖରେ ନଡିଆ ତେଲ ଲଗାଇ 15 ମିନିଟ୍ ପରେ ଧୋଇଲେ ଭଲ ଫାଇଦା ମିଳିଥାଏ ।
  • କଳା ଦାଗରେ ପ୍ରତିଦିନ ଲେମ୍ବୁ ଲଗାଇବା ଦ୍ବାରା କିଛି ଦିନ ପରେ ଫରକ୍ ଜଣାପଡେ ।
  • ଏହି ସ୍ଥାନରେ ଆଳୁ ରସ କିମ୍ବା କଟା ଆଳୁ ଲଗାଇଲେ ମଇଲା ସଫା ହୋଇଯାଏ ।

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା, ଖାସ୍ କରି ପୁରୁଷଙ୍କ ପାଇଁ...

ଏହା ମଧ୍ୟ ପଢନ୍ତୁ: 40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?

(Disclaimer- ଏଠାରେ ଦିଆଯାଇଥିବା ସାଧାରଣ ସୂଚନା କେବଳ ପଢିବା ପାଇଁ । ଏହାର ବୈଜ୍ଞାନିକ ବୈଧତା ନେଇ ଇଟିଭି ଭାରତ କୌଣସି ଦାବି କରେ ନାହିଁ । ଅଧିକ ସୂଚନା ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.