ETV Bharat / lifestyle

ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ? ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ - HEALTHY HAIR TIPS IN WINTER

ଶୀତ ଦିନେ କେଶ ଝଡିବା ଓ ରୁପି ସମସ୍ୟା ଅଧିକ ଦେଖାଯାଏ । ଏହି ଖବରରେ ଜାଣନ୍ତୁ କ'ଣ କଲେ ଏହି ସମସ୍ୟା କମିଥାଏ ।

ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ?
ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ? (ETV Bharat)
author img

By ETV Bharat Lifestyle Team

Published : Dec 10, 2024, 11:12 AM IST

ଶୀତ ଦିନେ ଅଧିକ ମାତ୍ରାରେ ରୁପି ଓ କେଶ ଝଡିବା ସମସ୍ୟା ଦେଖାଯାଏ । ଏହାକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ ରହିଥାନ୍ତି । ଏନେଇ ଡାକ୍ତରଙ୍କ କହିବା କଥା ବିଭିନ୍ନ କାରଣରୁ କେଶ ଝଡିଥାଏ ଯେପରିକି ଭିଟାମିନ ଅଭାବ, ଜେନେଟିକ କିମ୍ବା କୌଣସି ଚିକିତ୍ସା ସ୍ଥିତି । ହେଲେ ଶୀତ ଋତୁରେ ଥଣ୍ଡା ପାଗ ଓ ଶୁଷ୍କ ପବନ କେଶକୁ ଦୁର୍ବଳ କରିଦିଏ । ଯେଉଁଥିପାଇଁ କେଶ ଝଡିବା ଓ ରୁପି ସମସ୍ୟା ଅଧିକ ହୋଇଥାଏ । ତେଣୁକରି ଶୀତ ଦିନେ ନିଜ କେଶର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ । ଏହି ଖବରରେ ଜାଣନ୍ତୁ ଶୀତ ଦିନେ କିପରି କେଶର ଯତ୍ନ ନେବେ, ସପ୍ତାହକୁ କେତେ ଥର ସାମ୍ପୂ କରିବେ ଏବଂ କେଉଁ ସାମ୍ପୂ ବ୍ୟବହାର କରିବେ...

ଶୀତ ଦିନେ କେତେ ଥର ମୁଣ୍ଡ ଧୋଇବେ:

ଯେପରିକି ଆଗରୁ କହିଛୁ ଶୀତ ଋତୁରେ ନିଜ କେଶର ଖାସ୍ ଯତ୍ନନେବା ଆବଶ୍ୟକ ହୋଇଥାଏ । ବିଶେଷଜ୍ଞଙ୍କ ମୁତାବକ, ଶୀତ ଦିନେ ସପ୍ତାହକୁ 2ରୁ 3 ଥର କେଶ ଧୋଇବା ଉଚିତ୍ । ଏହାଠୁ ଅଧିକ ଥର ଧୋଇଲେ କେଶ ଦୁର୍ବଳ ହୋଇପାରେ । ତେବେ କେତେ ଥର ଧୋଇବେ ତାହା କେଶର ପ୍ରକାର ଉପରେ ମଧ୍ୟ ନିର୍ଭର କରିଥାଏ ।

ଅର୍ଥାତ୍ ଆପଣଙ୍କ ମୁଣ୍ଡ ତେଲିଆ ନା ଡ୍ରାଏ ତାହା ଉପରେ ନିର୍ଭର କରେ । ଶୀତ ଦିନେ ତେଲିଆ କେଶ (oily hair) ଥିବା ଲୋକମାନେ ପ୍ରତି ଦୁଇ ଦିନରେ କେଶ ଧୋଇପାରିବେ । ହେଲେ ଯେଉଁମାନଙ୍କ ଡ୍ରାଏ କେଶ (dry hair) ସେମାନେ ସପ୍ତାହକୁ ଦୁଇ ଥରରୁ ଅଧିକ ମୁଣ୍ଡ ଧୋଇବା ଅନୁଚିତ୍ । ନହେଲେ କେଶରୁ ପ୍ରାକୃତିକ ତୈଳ ବାହାରିଯାଇ ଏହାକୁ ଅଧିକ ରୁକ୍ଷ ଓ ଦୁର୍ବଳ କରିଦିଏ ।

ବିଶେଷଜ୍ଞଙ୍କ ଅନୁସାରେ, ଶୀତ ଦିନେ ଗରମ ପାଣିରେ ମୁଣ୍ଡ ଧୋଇଲେ କେଶକୁ କ୍ଷତି ପହଞ୍ଚେ ଓ ଏହା ରୁକ୍ଷ ହୋଇଯାଏ । ତେଣୁ ହେୟାର ଏକ୍ସପର୍ଟ ଶୀତ ଋତୁରେ ଗରମ ପାଣିରେ କେଶ ଧୋଇବାକୁ ବାରଣ କରିଥାନ୍ତି ।

କେଉଁ ପ୍ରକାର ସାମ୍ପୂ ବ୍ୟବହାର କରିବେ:

ଶୀତ ଦିନେ କେଶ ଧୋଇବା ପାଇଁ ହାଲୁକା ଓ ମଇଶ୍ଚରାଇଜିଙ୍ଗ ସାମ୍ପୂ ବ୍ୟବହାର କରନ୍ତୁ । ସାମ୍ପୂରେ ସଲଫେଟ୍ସ ଭଳି କୌଣସି କେମିକାଲ ନ ରହିବା ଉଚିତ୍ । କାରଣ ଏହା କେଶର ନାଚୁରାଲ ମଇଶ୍ଚରାଇଜିଙ୍ଗକୁ ନଷ୍ଟ କରିପାରେ । ନଡିଆ ତେଲ କିମ୍ବା ମେଥି ଭଳି ପ୍ରାକୃତିକ ଉପାଦାନଯୁକ୍ତ ସାମ୍ପୂ କେଶ ପାଇଁ ଉପଯୁକ୍ତ । ଏହାଦ୍ବାରା କେଶ ଉପରେ କୌଣସି ହାନିକାରକ ପ୍ରଭାବ ପଡେ ନାହିଁ ।

କଣ୍ଡିସନର ଲଗାନ୍ତୁ:

ଶୀତ ଦିନେ ସାମ୍ପୂ କରିବା ପରେ କଣ୍ଡିସନର ବ୍ୟବହାର କରିବା ଖୁବ୍ ଜରୁରୀ । ଏହା କେଶକୁ ମୁଲାୟନ ଓ ହେଲ୍‌ଦି ରଖିବାରେ ସାହାଯ୍ୟ କରେ । କେଶ ଧୋଇବା ପରେ କପଡାରେ ପୋଛି ଶୁଖାନ୍ତୁ । ଅଧିକ ହେୟାର ଡ୍ରାଏର ବ୍ୟବହାରରୁ ଦୂରେଇ ରୁହନ୍ତୁ । ନଚେତ୍ କେଶ ଅଧିକ ରୁକ୍ଷ ହୋଇଯିବ ।

ଶୀତ ଦିନେ କେଶ ଝଡିବାର କାରଣ:

ସମସ୍ତେ ଶୀତ ଦିନେ ଅତ୍ୟଧିକ କେଶ ଝଡିବାକୁ ନେଇ ଚିନ୍ତିତ ଥାଆନ୍ତି । ଏହା ପଛରେ ଅନେକ କାରଣ ଥାଇପାରେ । ଯେପରିକି କେଶରେ ମଇଶ୍ଚରାଇଜିଂର ଅଭାବ, ଥଣ୍ଡା ଓ ଶୁଷ୍କ ପବନ ଇତ୍ୟାଦି... । ସେହିପରି ଖରାପ ଖାଦ୍ୟପେୟ ଓ ଡିହାଇଡ୍ରେସନ ମଧ୍ୟ କେଶ ଝଡିବା ସମସ୍ୟା ପାଇଁ ଦାୟୀ । ଏହିସବୁ କାରଣରୁ କେଶ ଦୁର୍ବଳ ହୋଇ ଝଡିବାକୁ ଲାଗେ ।

ସାଧାରଣତଃ ଶୀତ ଋତୁରେ ଦିନେ ପାଗ ଶୁଷ୍କ ବା ଡ୍ରାଏ ରହିଥାଏ । ଯାହାଫଳେ ଆମ ଖପୁରୀ ଓ ସ୍କିନ ମଧ୍ୟ ଡ୍ରାଏ ହୋଇଯାଏ । ଏହି ଡ୍ରାଏନେସ୍ ଯୋଗୁଁ କେଶ ରୁକ୍ଷ ହୋଇଯାଏ ଯାହାକୁ ରୁପି କୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: କେଶ ସହ ଜମାରୁ କରନ୍ତୁନି ଏହି 7 ଭୁଲ୍, ନହେଲେ ସବୁ ଝଡିଯିବ

ଏହା ମଧ୍ୟ ପଢନ୍ତୁ: ଶୀତୁଆ ସନ୍ଧ୍ୟାରେ ଚୁଟ୍‌କିରେ ଘରେ ବନାନ୍ତୁ ଭେଜ୍ ସୁପ୍

(Disclaimer- ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଆଧାରିତ । ଏ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ଓ ଏହି ବିଧି ବା ପ୍ରକ୍ରିୟା ଆପଣାଇବା ପୂର୍ବରୁ ଆପଣ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.