ETV Bharat / international

ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୭ ମୃତ - Israeli Strike In Gaza - ISRAELI STRIKE IN GAZA

Israeli Strike In Gaza: ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ । ମାନବୀୟ ସହାୟତା ପ୍ରଦାନ ପାଇଁ ଯାଇଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 3, 2024, 8:03 AM IST

ଗାଜା: ଯୁଦ୍ଧଗ୍ରସ୍ତ ଗାଜାରେ ଇସ୍ରାଏଲର ଭୟଙ୍କର ଏୟାରଷ୍ଟ୍ରାଇକରେ ୬ ଜଣ ଅନ୍ତରାଷ୍ଟ୍ରୀୟ ସହାୟତା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ଅଛନ୍ତି, ତାଙ୍କର ନାମ ଜୁମି ଫ୍ରାଙ୍କକମ । ଏହି ସହାୟତା କର୍ମୀମାନେ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର କର୍ମଚାରୀ ହୋଇଥିବା ବେଳେ ଗାଜାବାସୀଙ୍କୁ ମାନବୀୟ ଖାଦ୍ୟ ସହାୟତା ଯୋଗାଣ ପାଇଁ ସେଠାକୁ ଯାଇଥିଲେ । ଏହି ସମୟରେ ଆକାଶ ମାର୍ଗରୁ ଗାଜାରେ ଇସ୍ରାଏଲର ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

୪୩ ବର୍ଷୀୟା ଜୁମି ଫ୍ରାଙ୍କକମ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର(WCK) ସିନିୟର ମ୍ୟାନେଜର ଥିଲେ । ଯୁଦ୍ଧପ୍ରବଣ ଉତ୍ତର ଗାଜାର ଲୋକମାନଙ୍କୁ ରିଲିଫ୍ ପ୍ରଦାନ ପାଇଁ ସେ ଏକ ମିଶନରେ ସାମିଲ ଥିଲେ । ଫ୍ରାଙ୍କକମଙ୍କ ସହ ଆଉ କିଛି ଅନ୍ତରାଷ୍ଟ୍ରୀୟ ସହାୟତା କର୍ମୀ ମାନବୀୟ ଖାଦ୍ୟ ସହାୟତା ଯୋଗାଣ ଉଦ୍ଦେଶ୍ୟରେ ଉତ୍ତର ଗାଜାରେ ଯାତ୍ରା କରୁଥିଲେ । ଏହି ସମୟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିଲା । ଫଳସୂରୁପ ସେମାନେ ଯାତ୍ରା କରୁଥିବା ଗାଡି ଆକ୍ରମଣରେ ଜଳି ଯାଇଥିଲା । ଏଥିରେ ଫ୍ରାଙ୍କକମଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ପାଲେଷ୍ଟାଇନ ଚାଳକ ଥିଲେ ।

ଏହି ଘଟଣାକୁ ସ୍ପଷ୍ଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ଇସ୍ରାଏଲ ସରକାରଙ୍କ ନିନ୍ଦା କରିଛନ୍ତି । ଅଲବାନିଜ କହିଛନ୍ତି, ''ମୃତକମାନେ ଗାଜାରେ ଯୁଦ୍ଧ ପୀଡିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେବାକୁ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ । ସେମାନଙ୍କ ଉପରେ ଏପରି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ । ଆମେ ଏହି ଦୁଃଖଦ ଘଟଣାର ଜବାବ ଚାହୁଁ, ଯାହାକି କେବେ ଘଟିବା ଉଚିତ୍ ନୁହେଁ ।''

ଏହା ମଧ୍ୟ ପଢନ୍ତୁ: ଇରାନ ଦୂତାବାସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ: 7 ମୃତ, ଏକାଧିକ ଆହତ - Israel Strike In Syria

ସେପଟେ ଇସ୍ରାଏଲ ସେନାଙ୍କ ଦ୍ବାରା ଷ୍ଟ୍ରାଇକ ହୋଇଥିବା ଘଟଣାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ବୀକାର କରିଛନ୍ତି । ମଙ୍ଗଳବାର ସେ ଏକ ବୟାନରେ କହିଛନ୍ତି, ଗତକାଲି ଗାଜାରେ ଆମ ସେନାର ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖର ବିଷୟ । ଭବିଷ୍ୟତରେ ଯେମିତି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ।

ସୂଚନାଯୋଗ୍ୟ ଯେ, ସେଲିବ୍ରିଟି ସେଫ୍ ଜୋସ୍ ଆଣ୍ଟ୍ରେସଙ୍କ ଦ୍ବାରା ପ୍ରତିଷ୍ଠିତ ଫୁଡ୍ ଚାରିଟି ପକ୍ଷରୁ ସେହି ଖାଦ୍ୟ ସହାୟତା ପ୍ରଦାନ କରାଯାଉଥିଲା କିନ୍ତୁ ଗାଜାରେ ଆକ୍ରମଣ ପରେ ସବୁ ଅପେରସନ ତତ୍କାଳ ବନ୍ଦ କରିଦେଇଥିଲେ । ଚାରିଟି ପକ୍ଷରୁ କୁହାଯାଇଛି, ସମୁଦ୍ର ପଥ ଦେଇ ଗାଜାକୁ ୧୦୦ ଟନ ମାନବୀୟ ଖାଦ୍ୟ ସହାୟତା ପହଞ୍ଚିଥିଲା । ସେଠାରେ ଟିମ୍ ଏହି ଖାଦ୍ୟକୁ ଡେର୍ ଅଲ-ବଲାହ ଗୋଦାମରେ ଅନଲୋଡ୍ କରି ବାହାରିବା ସମୟରେ ଇସ୍ରାଏଲ ସେନା ଆକାଶ ମାର୍ଗରୁ ଏୟାରଷ୍ଟ୍ରାଇକ କରିଥିଲା । ତେବେ ଏହି ଆକ୍ରମଣ WCK ବିରୋଧରେ ନୁହେଁ, ବରଂ ମାନବୀୟ ସଂଗଠନ ଉପରେ ଆକ୍ରମଣ ଯାହାକି ଅକ୍ଷମଣୀୟ ବୋଲି WCK ସିଇଓ ଏରିନ ଗୋରେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.