ETV Bharat / international

ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ: ଉତ୍ତେଜନା ମଧ୍ୟରେ ଶେଷ ହେଲା ପାକିସ୍ତାନ ନିର୍ବାଚନ

Pakistan's national elections: ଉତ୍ତେଜନା ମଧ୍ୟରେ ଶେଷ ହେଲା ପାକିସ୍ତାନ ନିର୍ବାଚନ । ଦେଶର ବିଭିନ୍ନ ସ୍ଥାନରେ ଭୋଟିଂ ବେଳେ ବୁଥରିଗିଂ । ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 8, 2024, 8:36 PM IST

ବୋମାଇଲ- ଇଣ୍ଟରନେଟ ସେବା ବନ୍ଦ: ଉତ୍ତେଜନା ମଧ୍ୟରେ ଶେଷ ହେଲା ପାକିସ୍ତାନ ନିର୍ବାଚନ

ହାଇଦ୍ରାବାଦ: ଆଜି ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଏକାଧିକ କଟକଣା ମଧ୍ୟରେ ପାକିସ୍ତାନ ସାଧାରଣ ନିର୍ବାଚନ ପଇଁ ଭୋଟିଂ ଶେଷ ହୋଇଛି । ଏକାଧିକ ସ୍ଥାନରେ ହିଂସା, ଉତ୍ତୋଜନା ଓ ମତଦାନରେ ଅନିୟମିତତା ମଧ୍ୟରେ ସରିଛି ଭୋଟିଂ । ବହୁସ୍ଥାନରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ରିିଗିଂ ବା ବୁଥ ଦଖଲ ମଧ୍ୟ ହୋଇଛି । ସକାଳ 8ରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା 5 ଟାରେ ଶେଷ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ତେବେ ମୋଟ କେତେ ପ୍ରତିଶତ ଭୋଟିଂ ହୋଇଛି ସେ ନେଇ ସୂଚନା ସ୍ପଷ୍ଟ ହୋଇନି । 22ରେ ଫଳାଫଳ ପ୍ରକାଶ ପାଇବ ।

ଚଳିତ ନିର୍ବାଚନରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସହ 4ଟି ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି । ଉଭୟ ନିର୍ବାଚନରେ ପ୍ରାୟ 18 ହଜାର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ସାଧାରଣ ନିର୍ବାଚନରେ ମୋଟ 44 ରଜନୈତିକ ଦଳ ଅଂଶଗ୍ରହଣ କରିଛନ୍ତି । ପାକିସ୍ତାନର ସାଧାରଣ ନିର୍ବାଚନରେ ଜାତୀୟ ବିଧାନସଭା ବା ସଂସଦର ନିମ୍ନସଦନର 266 ଆସନ ପାଇଁ ଭୋଟଗ୍ରହଣ ହୋଇଛି । ଏଥିମଧ୍ୟରୁ 70 ଆସନ ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି । 60 ଆସନ ମହିଳା ଓ ମାତ୍ର 10 ଆସନ ସଂଖ୍ୟାଲଘୁ ତଥା ଅଣମୁସଲିମ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା ରହିଛି । ଚଳିତ ନିର୍ବାଚନରେ ନାମାଙ୍କନ ଭରିଥିବା ଏକାଧିକ ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ ଗୋଟିଏ ସଂସଦୀୟ ଆସନ ଓ 3 ବିଧାନସଭା ଆସନରେ ଭୋଟିଂ ବନ୍ଦ ରହିଛି । ପରେ ଏଠାରେ ନିର୍ବାଚନ ଘୋଷଣା ହେବ ।

ଏହା ମଧ୍ୟ ପଢନ୍ତୁ :- ପାକିସ୍ତାନ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ: ମୁସଲିମ ଲିଗ୍ ଏବଂ ପିପୁଲ୍ସ ପାର୍ଟି ମଧ୍ୟରେ କଡ଼ା ଟକ୍କର

ତେବେ ଆଜି ଭୋଟଗ୍ରହଣ ଶେଷ ହୋଇଥିବା ବେଳେ 22 ତାରିଖରେ ମତଗଣନା ସହ ଫଳାଫଳ ପ୍ରକାଶ ପାଇବ । ଭାରତୀୟ ସଂସଦୀୟ ବ୍ୟବସ୍ଥା ପରି ପାକିସ୍ତାନରେ ମଧ୍ୟ ଜାତୀୟ ବିଧାନସଭା ବା ସଂସଦର ନିମ୍ନସଦନରେ ସଂଖ୍ୟାବହୁମତ ହାସଲ କରିଥିବା ଦଳ ସରକାର ଗଠନ କରିବେ । ଏହାର ନେତା ନୂତନ ପ୍ରଧାନମନ୍ତ୍ରୀ ହେବେ । ଯଦି କୌଣସି ଦଳକୁ ଆବଶ୍ୟକୀୟ ଏକକ ସଂଖ୍ୟାବହୁମତ ନମିଳିଲେ, ଏକକ ବୃହତ ଦଳ ଅନ୍ୟ ସହଯୋଗୀ ପାର୍ଟିଙ୍କ ସହ ମିଶି ସରକାର ଗଠନ କରିପାରିବ । ତମାମ ଗଣତାନ୍ତ୍ରିକ ବ୍ୟବ୍ୟସ୍ଥା ସତ୍ତ୍ବେ ମଧ୍ୟ ସେନାର ପ୍ରଭାବରୁ ପାକିସ୍ତାନର ଲୋକତନ୍ତ୍ର ମୁକ୍ତ ହୋଇପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.