ETV Bharat / international

୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଫାଟିଲା ଜ୍ବାଳାମୁଖୀ; ଘର ଛାଡି ପଳାଇଲେ ଲୋକେ - Volcano erupts after earthquake

author img

By ETV Bharat Odisha Team

Published : Aug 18, 2024, 10:53 AM IST

Volcano erupts after strong earthquake hits Russia: ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଋଷିଆ । ଏହି ଭୂମିକମ୍ପ ପରେ ଶିଭେଲୁଚ ଅଞ୍ଚଳରେ ଆଗ୍ନେୟଗିରି ଉଦ୍‌ଗିରଣ ହୋଇଛି । ପଢନ୍ତୁ ପୁରା ଖବର

୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଫାଟିଲା ଜ୍ବାଳାମୁଖୀ
୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଫାଟିଲା ଜ୍ବାଳାମୁଖୀ (ETV Bharat Odisha)

ମସ୍କୋ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଋଷିଆ । ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ୭.୦ ତୀବ୍ରତାର ବଡ଼ଧରଣର ଭୂକମ୍ପ ହୋଇଛି । ଏହା ଫଳରେ ଶିଭେଲୁଚଠାରେ ଥିବା ଆଗ୍ନେୟଗିରି ଉଦ୍‌ଗିରଣ ହୋଇଛି । ସମୁଦ୍ର ପତ୍ତନଠାରୁ ପ୍ରାୟ ୮ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଆଗ୍ନେୟଗିରିରୁ ବହଳ କଳା ଧୂଆଁ ବାହାରୁଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହାର ଅନେକ ଭିଜୁଆଲ ମଧ୍ୟ ସାମ୍ନାକୁ ଆସୁଛି । ଏହି ଆଗ୍ନେୟ ଉଦଗିରଣ ବା ଜ୍ବାଳାମୁଖୀ ଫାଟିବା ପରେ ସୁନାମୀ ଚେତାବନୀ ଜାରି କରାଯାଇଛି ।

  • ଭୂକମ୍ପ ପରେ ଫାଟିଲା ଜ୍ବାଳାମୁଖୀ:

ଯାହା ସୂଚନା ରହିଛି, ଭୂକମ୍ପ ପରେ ଶିଭେଲୁଚ ଆଗ୍ନେୟଗିରିରୁ ବହୁମାତ୍ରାରେ ଲାଭା ବାହାରୁଛି । ତେବେ ଏଥିରେ କେହି ମୃତାହତ ହେବାର ଏଯାଏଁ କୌଣସି ସୂଚନା ନାହିଁ । ୟୁରୋପୀୟ ଭୂମଧ୍ୟ-ସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁସାରେ, ଋଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚଟସ୍କି ଅଞ୍ଚଳରେ ୭.୦ ତୀବ୍ରତାରେ ଭୂକମ୍ପ ସଂଗଠିତ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାମଚାଟସ୍କିଠାରୁ ୫୫ ମାଇଲ ଦୂର ଓ ଭୂପୃଷ୍ଠରୁ ପ୍ରାୟ ୩୦ମାଇଲ ଗଭୀରତାରେ ରେକର୍ଡ ହୋଇଛି ।

ଶିଭେଲୁଚ ଆଗ୍ନେୟଗିରି ପେଟ୍ରୋପାଭ୍ଲୋଭସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଅବସ୍ଥିତ । ଏହି ସହରରେ ପ୍ରାୟ ୧ଲକ୍ଷ ୮୦ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଭୂକମ୍ପ ଯୋଗୁଁ ଅଞ୍ଚଳରେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଅଗ୍ନେୟଗିରି ଉଦଗିରଣ ଜନିତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ ମଧ୍ୟ କୌଣସି ଖବର ନାହିଁ । ବର୍ତ୍ତମାନ ସେଠାରେ ଥିବା ବିଲ୍ଡିଂଗୁଡିକର ଯାଞ୍ଚ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଗାଜା ସ୍କୁଲ ଉପରେ ସକାଳ ପ୍ରାର୍ଥନା ବେଳେ ରକେଟ୍ ପକାଇଲା ଇସ୍ରାଏଲ; ୧୦୦ରୁ ଅଧିକ ମୃତ, ମଧ୍ୟପ୍ରାଚ୍ୟରେ ବର୍ଷୁଛି ବୋମା-ରକେଟ୍ - Israeli strike at Gaza school

  • ସୁନାମୀ ଆଲର୍ଟ ଜାରି

ଅନ୍ୟପଟେ ଋଷିଆ ଜରୁରୀକାଳନୀ ମନ୍ତ୍ରଣାଳୟ ଭୂକମ୍ପ ନେଇ ସୁନାମୀ ଚେତାବନୀ ଜାରି କରିନାହିଁ । ହେଲେ ଆମେରିକାର ସୁନାମୀ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପ ଅଞ୍ଚଳର ୩୦୦ କିଲୋମିଟର ଦୂରତା ମଧ୍ୟରେ ଥିବା ଅଞ୍ଚଳକୁ ସୁନାମୀ ବିପଦ ଥିବା ଆଲର୍ଟ କରାଯାଇଛି । ଏହି ଭୂମିକମ୍ପ ପରେ ସ୍ଥାନୀୟ ଅଞ୍ଚଳବାସୀ ନିଜର ଘରଦ୍ବାର ଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.