ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ରେସ୍‌ରୁ ଓହରିଲେ, କ୍ୟାମ୍ପେନିଂ ବନ୍ଦ କଲେ ବାଇଡେନ୍; ଡେମୋକ୍ରାଟିକ୍ ଦଳର ନୂଆ ଚେହେରା କମଳା ହାରିସ ! କହିଲେ ଆମେ ଟ୍ରମ୍ପଙ୍କୁ ହରାଇବା - BIDEN QUITS PRESIDENTIAL RACE

United States presidential election 2024: ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇଁ ନିର୍ବାଚନ ଲଢୁଥିଲେ । ସୋସିଆଲ ମିଡିଆ ‘ଏକ୍ସ’ରେ ବାଇଡେନ ଏହା ବଡ ସୂଚନା ଦେବା ସହିତ ଚର୍ଚ୍ଚା ଆକଳନକୁ ସଠିକ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 22, 2024, 6:59 AM IST

Updated : Jul 22, 2024, 9:11 AM IST

Etv Bharat
Etv Bharat (Etv Bharat Odisha)

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ଜୋ ବାଇଡେନ । ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଛନ୍ତି ବାଇଡେନ୍ । 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନିଂରୁ ମଧ୍ୟ ନିଜେ ବାଇଡେନ୍ ଓହରି ଯାଇଛନ୍ତି । ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇଁ ନିର୍ବାଚନ ଲଢୁଥିଲେ । ସୋସିଆଲ ମିଡିଆ ‘ଏକ୍ସ’ରେ ବାଇଡେନ ଏହି ବଡ ସୂଚନା ଦେବା ସହିତ ଚର୍ଚ୍ଚା ଆକଳନକୁ ସଠିକ ସାବ୍ୟସ୍ତ କରିଛନ୍ତି । ସେ ଲେଖିଛନ୍ତି, ଆମ ଦଳ ଏବଂ ଆମେରିକାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଁ ଏହି ନିଷ୍ପତ୍ତି ନେଇଛି । ତେବେ ନିର୍ବାଚନକୁ ଆଉ 4 ମାସ ରହିଥିବା ବେଳେ ଡେମୋକ୍ରାଟିକ ଦଳର ନୂଆ ରାଷ୍ଟ୍ରପତି ଚେହେରା ହାରିସ ବର୍ତ୍ତମାନ ରିପବ୍ଲିକାନ ହେଭିଓ୍ବେଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଲଢେଇ କରିବେ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିଲେ ଜୋ ବାଇଡେନ । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ପ୍ରାର୍ଥୀ ପାଇଁ ସୁପାରିସ କଲେ ବାଇଡେନ । ଡେମୋକ୍ରାଟ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି କମଳା ହାରିସ । ରିପବ୍ଲିକାନ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଡୋନାଲଡ ଟ୍ରମ୍ପ । ଏପଟେ ବାଇଡେନଙ୍କୁ ପ୍ରଶଂସା କଲେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା । ରାଷ୍ଟ୍ରପତି ରେସ୍‌ରୁ ଓହରିବା ନିଷ୍ପତ୍ତିକୁ ସମର୍ଥନ କଲେ ଓବାମା ।

ଚାପରେ ଚେପା ହୋଇଗଲେ ବାଇଡେନ ! ରାଷ୍ଟ୍ରପତି ନିର୍ବାଚନ ଡିବେଟରେ ଖରାପ ପ୍ରଦର୍ଶନ ପରେ ଟ୍ରମ୍ପକୁ ଗୁଳିମାଡ ପ୍ରସଙ୍ଗରେ ବ୍ୟାକଫୁଟ୍ ରେ ଥିବା ବାଇଡେନ ବଡ ନିଷ୍ପତ୍ତି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ନର୍ବାଚନ 2024 ରେସରୁ ନିଜେ ଓହରି ଯାଇଛନ୍ତି । ଏହାସହିତ ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ନିର୍ବାଚନ କ୍ୟାମ୍ପେନିଂ ବନ୍ଦ କରି ନିଜର ଆଗାମୀ ପଦକ୍ଷେପ କଣ ଜାଣିବା ପାଇଁ ଦେଶବାସୀଙ୍କୁ ଅପେକ୍ଷା କରିବାକୁ କହିଛନ୍ତି । ସେ ପୁଣି କହିଛନ୍ତି, ବର୍ତ୍ତମାନ ସମୟ ଆସିଛି ଟ୍ରମ୍ପଙ୍କୁ ହରାଇବାର । ଚାଲ ଆମେ ସମସ୍ତେ ମିଶିକି ହରାଇବା । ମୁଁ ଏହି ନିଷ୍ପତ୍ତି ଆମ ଦଳ ଏବଂ ଦେଶବାସୀଙ୍କୁ ସ୍ବାର୍ଥକୁ ଦୃଷ୍ଟିରେ ରଖିକି କରିଛି ବୋଲି କହିଛନ୍ତି ବାଇଡେନ ।

ଏହା ବି ପଢନ୍ତୁ- ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରଥମ ଡିବେଟ୍‌ରେ ବାଇଡେନଙ୍କ ଫିକା ପ୍ରଦର୍ଶନ, ଭାରି ପଡ଼ିଲେ ଟ୍ରମ୍ପ - Biden Trump First Debate

ଶେଷ ମାସରେ ବାଇଡେନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଡିବେଟ୍ ପ୍ରତିଯୋଗିତାରେ ଟ୍ରମ୍ପ ପଛରେ ପଡିଯାଇଥିଲେ । ସେବେଠୁ ବାଇଡେନଙ୍କ ଉପରେ ପ୍ରବଳ ଚାପ ଥିଲା । ତେବେ ବର୍ତ୍ତମାନ ଡେମୋକ୍ରାଟିକ ଦଳ ହାରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରୁଛି ନା ଅନ୍ୟ କିଏ ସାମ୍ନାକୁ ଆସୁଛନ୍ତି । "ମୁଁ କମଳା ହାରିସଙ୍କୁ ଚଳିତ ବର୍ଷର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ହେଉଛି । ବର୍ତ୍ତମାନ ଆମକୁ ଏକାଠି ହେବାର ସମୟ ଆସିଛି ଆଉ ଟ୍ରମ୍ପଙ୍କୁ ହରାଇବାର ସମୟ ମଧ୍ୟ । ଚାଲ ସଭିଏଁ ଏକାଠୀ ହୋଇ ବିଜୟୀ ହେବା," ବୋଲି ବାଇଡେନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତ । ଆସନ୍ତା ନଭେମ୍ବର 5 ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ତେବେ ବାଇଡେନ ବର୍ତ୍ତମାନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେସନରେ ରହୁଛନ୍ତି । ସେ ଆଗକୁ ତାଙ୍କ ନିଷ୍ପତ୍ତି ନେଇ ବିସ୍ତୃତ ତଥ୍ୟ ଦେବେ ବୋଲି ମଧ୍ୟ କହିଛନ୍ତି ।

ଦେଶବାସୀଙ୍କୁ ଧନ୍ୟବାଦ ଦେଲେ-

ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ବାଇଡେନ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ମୁଁ ଦେଶବାସୀଙ୍କ ପାଖରେ ଋଣି । ରାଷ୍ଟ୍ରପତି ଭାବେ ବହୁତ ଭଲ କାର୍ଯ୍ୟ କରିଛି । ଦେଶକୁ ଆଗକୁ ନେଇଛି । ମୁଁ ମୋର ରାଷ୍ଟ୍ରପତି ଭାବେ ବାକିଥିବା ସମୟକୁ ସ୍ବଚାରୁ ରୂପେ କାର୍ଯ୍ୟ କରିବି । ଆମେରିକା ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ । ଆମ ଅର୍ଥନୀତି ସବୁଠୁ ଆଗରେ । ଆମେ ସବୁକିଛି କରିପାରିବା ବୋଲି କହିଛନ୍ତି ବାଇଡେନ ।

ଏହା ବି ପଢନ୍ତୁ- ‘ଗଣତନ୍ତ୍ର ପାଇଁ ଗୁଳି ଖାଇଲି’: ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ - Trump First after murder Attempt

ଟ୍ରମ୍ପଙ୍କୁ ଗୁଳି ପରେ ବାଇଡେନ ଚାପରେ ଥିଲେ-

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ପେନ୍‌ସିଲଭେନିଆ ସହରରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ହଠାତ ଗୁଳି ଫୁଟିଥିଲା । ଏଥିରେ ଟ୍ରମ୍ପ ଆହତ ହୋଇଥିଲେ । ତାଙ୍କର ଡାହାଣ କାନର ଉପରେ ଅଂଶରେ ଗୁଳି ବାଜି ବାହାରି ଯାଇଥିଲା । ଗୁଳିମାଡ ପରେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ଏପଟେ ଏହି ଘଟଣା ପରେ ଚାପରେ ଥିଲେ ବାଇଡେନ । କାରଣ ଘଟଣାକୁ ନେଇ ଦଳ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଏପରିକି ଗୁଳିମାଡ ଘଟଣା ପରେ ଟ୍ରମ୍ପଙ୍କ ପ୍ରତି ଜନ ସମର୍ଥନ ବଢିବା ସହିତ ବିଶ୍ବବାସୀଙ୍କ ନଜର ଟ୍ରମ୍ପଙ୍କ ଉପରେ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 22, 2024, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.