ETV Bharat / international

ଭାରତ-ଚୀନ ସୀମା ବିବାଦ, ମୋଦିଙ୍କ ମନ୍ତବ୍ୟରେ ଏମିତି କହିଲା ବେଜିଂ - China India Border Dispute

author img

By ETV Bharat Odisha Team

Published : Apr 12, 2024, 12:28 PM IST

China Reacts to PM Modi's Border Row Comments: ଭାରତ ସହ ଚୀନର ସମ୍ପର୍କ ଗୁରୁତ୍ବପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଲା ଚୀନ । ସୁଦୃଢ ଏବଂ ସ୍ଥିର ସମ୍ପର୍କ ଚୀନ୍ ଏବଂ ଭାରତର ସାଧାରଣ ସ୍ୱାର୍ଥକୁ ପୁରା କରେ ବୋଲି କହିଲା ବେଜିଂ ।

China Reacts to PM Modi's Border Row Comments

ବେଜିଂ: ଭାରତ-ଚୀନ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛି ଚୀନ । ସୁଦୃଢ ଏବଂ ସ୍ଥିର ସମ୍ପର୍କ ଚୀନ୍ ଏବଂ ଭାରତର ସାଧାରଣ ସ୍ୱାର୍ଥକୁ ପୁରା କରେ । ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଅନୁକୂଳ ଅଟେ ବୋଲି କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ । କିଛିଦିନ ତଳେ ଚୀନ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ ପ୍ରଧାନମନ୍ତ୍ରୀ । ଏକ ସାକ୍ଷାତକାରରେ ଭାରତ ସହ ଚୀନର ସମ୍ପର୍କ ଗୁରୁତ୍ବପୂର୍ଣ୍ଣ ,ଦୁଇ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ତୁରନ୍ତ ସମାଧାନ କରାଯିବ ଆବଶ୍ୟକ ବୋଲି କହିଥିଲେ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ-ଭାରତକୁ ଚୀନର ନାଲି ଆଖି; 'ସୀମାରେ ସୈନ୍ୟ ମୁତୟନ କଲେ ଉତ୍ତେଜନା ଥମିବନି'

ଏନେଇ ପ୍ରତିକ୍ରିୟା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ''ଆମର ବିଶ୍ବାସ ଦୃଢ ଏବଂ ସ୍ଥିର ସମ୍ପର୍କ ଚୀନ୍ ଏବଂ ଭାରତର ସାଧାରଣ ସ୍ୱାର୍ଥକୁ ପୁରା କରୁଛି । ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଏହା ଅନୁକୂଳ ଅଟେ । ସୀମା ବିବାଦ ଭାରତ-ଚୀନ୍ ସମ୍ପର୍କର ସମ୍ପୂର୍ଣ୍ଣତାକୁ ପ୍ରତିନିଧିତ୍ୱ କରେ ନାହିଁ । ଏହାକୁ ଦ୍ୱିପାକ୍ଷିକ ସଂପର୍କରେ ଉପଯୁକ୍ତ ଭାବରେ ରଖାଯିବା ଉଚିତ ଏବଂ ସଠିକ୍ ଭାବରେ ପରିଚାଳନା କରାଯିବା ଉଚିତ୍ । କୂଟନୈତିକ ଏବଂ ସାମରିକ ଆଲୋଚନା ମାଧ୍ୟମରେ ଦୁଇ ପକ୍ଷ ଯୋଗାଯୋଗରେ ଅଛନ୍ତି । ଆମେ ଆଶା କରୁଛୁ ଭାରତ ଚୀନ୍ ସହିତ ସମାନ ଦିଗରେ କାର୍ଯ୍ୟ କରିବ, ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ଉଚ୍ଚତମ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ପରିଚାଳନା କରିବ, ପାରସ୍ପରିକ ବିଶ୍ୱାସକୁ ବଢାଇବ, ଆଲୋଚନା ଦ୍ବାରା ସହଯୋଗ ରହିବ, ବିଭେଦକୁ ସଠିକ୍ ଉପାୟରେ ସମାଧାନ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ ଏବଂ ସ୍ଥିର ଦିଗରେ ଆଗକୁ ବଢାଇବା ଉଚିତ । ''

ନିକଟରେ ସୀମା ବିବାଦ ନେଇ ଭାରତକୁ ନାଲି ଆଖି ଦେଖାଇଥିଲା ଚୀନ । ସୀମାରେ ଅଧିକ ସୈନ୍ୟ ମୁତୟନ କରିବା ଦ୍ବାରା ଉତ୍ତେଜନା ଦୂର ହେବ ନାହିଁ, ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି କହିଥିଲା ଚୀନ । ସୂଚନା ଥାଉକି, 2020 ଜୁନ15 ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ହୋଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବେଠାରୁ ସୀମାରେ ଲାଗି ରହିଛି ଅଶାନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ 21 ଥର ବୈଠକ ହୋଇସାରିଲାଣି । କିନ୍ତୁ ସମାଧାନ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.