ETV Bharat / international

ବିରୋଧୀଙ୍କ ‘ବୟକଟ ଇଣ୍ଡିଆ’ କ୍ୟାମ୍ପେନକୁ କଡା ଜବାବ ଦେଲେ ହସିନା - India Boycott Call in Bangladesh - INDIA BOYCOTT CALL IN BANGLADESH

Sheikh Hasina Slams Rivals' India Boycott Call: ବାଂଲାଦେଶରେ ଭାରତ ବିରୋଧୀ ଅଭିଯାନକୁ କଡା ଜବାବ ଦେଲେ ପ୍ରଧାନମନ୍ତ୍ରୀ ହସିନା । କହିଲେ ପତ୍ନୀମାନଙ୍କର ଭାରତୀୟ ଶାଢୀ ଜାଳନ୍ତୁ ବିରୋଧୀ ନେତା । ଅଧିକ ପଢନ୍ତୁ

‘ବୟକଟ ଇଣ୍ଡିଆ’ କ୍ୟାମ୍ପେନ ଆରମ୍ଭ କରିଥିବା ବିରୋଧୀଙ୍କୁ କଡା ଜବାବ ଦେଲେ ହସିନା

author img

By ETV Bharat Odisha Team

Published : Apr 1, 2024, 9:36 PM IST

ହାଇଦ୍ରାବାଦ: ମାଳଦ୍ବୀପ ପରେ ପଡୋଶୀ ବାଂଲାଦେଶରେ ମଧ୍ୟ ବିରୋଧୀ ଦଳ ଆରମ୍ଭ କରିଛି ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ । ଭାରତରୁ ଆମଦାନୀ ହେଉଥିବା ବ୍ୟବହାର୍ଯ୍ୟ ସାମଗ୍ରୀ ବର୍ଜନ କରିବା ପାଇଁ ସେମାନେ ଡାକରା ଦେଇଛନ୍ତି । କିଛି ବିରୋଧୀ ନେତା ମଧ୍ୟ ଭାରତୀୟ ବସ୍ତ୍ର ଓ ପୋଷାକ ସାମଗ୍ରୀକୁ ବର୍ଜନ କରିଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ହେଲେ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା । ‘ଇଣ୍ଡିଆ ଆଉଟ’ କ୍ୟାମ୍ପନ ଆରମ୍ଭ କରିଥିବା ନେତାମାନେ ପ୍ରଥମେ ସେମାନଙ୍କର ପତ୍ନୀମାନଙ୍କ ଶାଢୀ ଜାଳନ୍ତୁ । ଏପରି କରିପାରିଲେ ସେମାନଙ୍କ କ୍ୟାମ୍ପେନ ସତ୍ୟ ପ୍ରମାଣିତ ହେବ ବୋଲି ହସିନା କହିଛନ୍ତି ।

ବାଂଲାଦେଶରେ ନିର୍ବାଚନ ପରଠାରୁ ସ୍ଥାନୀୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ସୋସିଆଲ ମିଡିଆରେ 'ଇଣ୍ଡିଆ ଆଉଟ୍' ଅଭିଯାନ ଆରମ୍ଭ କରିଥିଲା । ଯାହାକୁ ଦଳ ବିଭିନ୍ନ ସ୍ଥାନରେ କ୍ରିୟାଶୀଳ କରିବାରେ ଲାଗିଛି । ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀକୁ ବର୍ଜନ କରିବା ପାଇଁ ବିରୋଧୀ ଦଳର ନେତାମାନେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶାସକ ଦଳ ‘ଆଓ୍ବାମୀ ଲିଗ’ର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି । ଭାରତରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ବାଂଲାଦେଶରେ ବ୍ୟବହୃତ ହେଉଛି । ବୟକଟ ନାରା ଦେଉଥିବା ବିରୋଧୀ ନେତାମାନେ ପ୍ରଥମେ ସେମାନଙ୍କ ପତ୍ନୀମାନଙ୍କ ଶାଢୀ ଜାଳନ୍ତୁ ବୋଲି ହସିନା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, ମସଲା, ପିଆଜ, ଅଦା, ରସୁଣ ପରି ସାମଗ୍ରୀ ମଧ୍ୟ ଭାରତରୁ ବାଂଲାଦେଶକୁ ଆମଦାନୀ ହେଉଛି । ଏହା ମଧ୍ୟ ସେମାନଙ୍କ ଘରେ ବ୍ୟବହାର ହେବା କଥା ନୁହେଁ ।

ଏହା ମଧ୍ୟ ପଢନ୍ତୁ :- ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା - KANGANA ATTACK RAHUL GANDHI

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ବିଭିନ୍ନ ପଡୋଶୀ ଦେଶମାନଙ୍କ ସହ ସୁସମ୍ପର୍କ ରହିଛି । ହେଲେ ସେଠାକାର ବିରୋଧୀମାନେ ଏହାକୁ ନେଇ ରାଜନୈତିକ ଏଜେଣ୍ଡାଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି । ଦ୍ବୀପପୂଞ୍ଜ ରାଷ୍ଟ୍ର ମାଳଦ୍ବୀପରେ ମଧ୍ୟ ନିର୍ବାଚନ ସମୟରେ ମହମ୍ମଦ ମୁଇଜୁଙ୍କ ନେତୃତ୍ବାଧୀନ ପାର୍ଟି ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ ଆରମ୍ଭ କରିଥିଲା । ଦୀର୍ଘ ଦଶନ୍ଧିରୁ ମାଳଦ୍ବୀପରେ ଥିବା ଭାରତୀୟ ସାମରିକ ଉପସ୍ଥିତିକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ସେ ନିର୍ବାଚନୀ ଇସ୍ତାହରରେ ମଧ୍ୟ ଘୋଷଣା କରିଥିଲେ । ପରେ ମୁଇଜୁ ନିର୍ବାଚନ ଜିତିବା ସହ ରାଷ୍ଟ୍ରପତି ମଧ୍ୟ ହୋଇଥିଲେ । ଏବେ ତାଙ୍କର ଚୀନ ପ୍ରରୋଚନାରେ ଏହି ଭାରତ ବିରୋଧୀ ଆଭିମୁଖ୍ୟ କାରଣରୁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତତାପୂର୍ଣ୍ଣ ରହିଛି । କିନ୍ତୁ ବାଂଲାଦେଶରେ ବିରୋଧୀ ଦଳ ସମାନ ଢାଞ୍ଚା ଆପଣାଇଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ଶେଖ ହସିନା ସେମାନଙ୍କୁ କଡା ଜବାବ ଦେବାକୁ ପଛାଇ ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.