ETV Bharat / international

ପାକିସ୍ତାନରେ ଓଲଟିଲା ଯାତ୍ରୀବାହୀ ବସ: 20 ମୃତ, 21ରୁ ଅଧିକ ଆହତ - Pakistan Bus Accident - PAKISTAN BUS ACCIDENT

PAKISTAN BUS ACCIDENT: ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା । 20ରୁ ଅଧିକ ଯାତ୍ରୀ ମୃତ । ବଢିପାରେ ମୃତକଙ୍କ ସଂଖ୍ୟା । ଅଧିକ ପଢନ୍ତୁ

PAKISTAN BUS ACCIDENT
PAKISTAN BUS ACCIDENT (Etv Bharat)
author img

By ETV Bharat Odisha Team

Published : May 3, 2024, 7:06 PM IST

ଇସଲାମବାଦ: ପାକିସ୍ତାନ କାରାକୋରାମ ହାଇୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ବସ ସନ୍ତୁଳନ ହରାଇ ଗୋଟିଏ ପାର୍ଶ୍ବକୁ ଢଳିଯିବା ପରେ ଏହି ଦୁର୍ଘଟଣା ଘଟିଛି । ବସରେ ପ୍ରାୟ 43 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ 20 ଜଣଙ୍କର ଅକାଳ ବିୟୋଗ ଘଟିଛି । ସେହିପରି 21ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ହାଇୱେରେ ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ପୋଲିସ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଛି ।

ଦିଆମର ଜିଲ୍ଲା ଗିଲଗିଟ-ବାଲିସ୍ତାନ ଦେଇ ବସଟି ଭୋର ସକାଳୁ 5.30ଟାରେ ଯାତ୍ରା କରୁଥିଲା । ବସଟି ରାୱଲପିଣ୍ଡିରୁ ଗିଲଗିଟ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବା ପରେ ବସଟି ଓଲଟି ପଡ଼ିଥିଲା । ଏହାପରେ ସିନ୍ଧୁ ନଦୀକୂଳରେ ପଡ଼ିଥିଲା । ଏହି ବସରେ 43 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହାପରେ ତୁରନ୍ତ ଆହତଙ୍କୁ ଚିଲାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ସେନା ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଥିଲା । ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ହୁତୁ ହୁତୁ ହୋଇ ଜଳିଲା ଚଳନ୍ତା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ । ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଯାତ୍ରୀ ରହିଛନ୍ତି । ଜଣେ ସ୍ଥାନୀୟବାସୀ ଏହି ଦୁର୍ଘଟଣା ସମ୍ପର୍କରେ ମସଜିଦରେ ଲାଉଡସ୍ପିକରରେ ଲୋକଙ୍କୁ ଅବଗତ କରାଇବା ସହ ରକ୍ତ ଦାନ କରିବା ଲାଗି ଅନୁରୋଧ କରିଥିବା ଅଧିକାରୀ ଜଣକ କହିଛନ୍ତି । ଦିଆମର ଡେପୁଟି କମିଶନର ଫୟାଜ ଅହମ୍ମଦ କହିଛନ୍ତି ଯେ ଅତି କମରେ 5 ଜଣ ଆହତ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଗିଲଗିଟି ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗିଲଗିଟ-ବାଲିସ୍ତାନ ମୁଖପାତ୍ର ଫୈଜୁଲ୍ଲା ଫରାକ କହିଛନ୍ତି ଯେ ଚିଲାସ ହସ୍ପିଟାଲରେ ଏମରଜେନ୍ସିଂ ଘୋଷଣା କରାଯାଇଛି । ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜରଦାରି ମଧ୍ୟ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.