ETV Bharat / international

ୟୁକ୍ରେନରେ ରିପୋର୍ଟିଂ ବେଳେ ଆକ୍ରମଣରେ ସାମ୍ବାଦିକ ମୃତ - journalist Killed in Ukraine - JOURNALIST KILLED IN UKRAINE

JOURNALIST KILLED IN UKRAINE: ୟୁକ୍ରେନରେ ରିପୋର୍ଟିଂ ବେଳେ ଆକ୍ରମଣରେ ସାମ୍ବାଦିକ ମୃତ । ଅନ୍ୟ ଦୁଇ ଗୁରୁତର । ଅଧିକ ପଢନ୍ତୁ

ୟୁକ୍ରେନରେ ରିପୋର୍ଟିଂ ବେଳେ ଆକ୍ରମଣରେ ସାମ୍ବାଦିକ ମୃତ
ୟୁକ୍ରେନରେ ରିପୋର୍ଟିଂ ବେଳେ ଆକ୍ରମଣରେ ସାମ୍ବାଦିକ ମୃତ (ETV Bharat Odisha)
author img

By ETV Bharat Odisha Team

Published : Aug 26, 2024, 9:59 AM IST

ହାଇଦ୍ରାବାଦ: ୟୁକ୍ରେନରେ ରହି ଯୁଦ୍ଧ ରିପୋର୍ଟିଂ କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ରଏଟର୍ସ’ର ଟିମ ଆକ୍ରମଣର ଶିକାର ହୋଇଛି । ଏଥିରେ ଜଣେ ବ୍ରିଟିଶ ନାଗରିକ ସାମ୍ବାଦିକଙ୍କ ପ୍ରାଣହାନୀ ଘଟିଛି । ଅନ୍ୟ ଦୁଇ ସାମ୍ବାଦିକ ମଧ୍ୟ ଗୁରୁତର ହୋଇଛନ୍ତି । ଗତକାଲି ପୂର୍ବ-ୟୁକ୍ରେନରେ ଏହି ଆକ୍ରମଣ ଘଟିଛି । ଗଣମାଧ୍ୟମର ଏହି ଟିମ ଥିବା ହୋଟେଲରେ ମିସାଇଲ ମାଡ ହୋଇଥିଲା ।

  • ମୃତକ ବ୍ରିଟିଶ ସାମ୍ବାଦିକ:-
    ୟୁକ୍ରେନରେ ରିପୋର୍ଟିଂ ବେଳେ ଆକ୍ରମଣରେ ସାମ୍ବାଦିକ ମୃତ
    ୟୁକ୍ରେନରେ ରିପୋର୍ଟିଂ ବେଳେ ଆକ୍ରମଣରେ ସାମ୍ବାଦିକ ମୃତ (ETV Bharat Odisha)

ପ୍ରାଣ ହରାଇଥିବା ଗଣମାଧ୍ୟମ ପ୍ରତିନିଧି ହେଉଛନ୍ତି 38 ବର୍ଷୀୟ ବ୍ରିଟିଶ ନାଗରିକ ରୟାନ ଏଭାନ୍ସ । ସେ ‘ରଏଟର୍ସ’ ପାଇଁ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଆସୁଥିଲେ । ଏହି ଟିମ୍‌ ଗତ କିଛି ଦିନ ହେବ ୟୁକ୍ରେନରେ ରହି ଯୁଦ୍ଧ ରିପୋର୍ଟିଂ କରୁଥିଲା । ଗତକାଲି ଗଣମାଧ୍ୟମର ଏହି ଟିମଟି ପୂର୍ବ-ୟୁକ୍ରେନର ଡୋନେକ୍ସ କ୍ଷେତ୍ରରେ ଏକ ହୋଟେଲରେ ଥିବା ବେଳେ ବିଲ୍ଡିଂ ଉପରେ ମିଶାଇଲ ଷ୍ଟ୍ରାଇକ ହୋଇଥିଲା । ଏଥିରେ ରୟାନ ଏଭାନ୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ସାଥୀ ସାମ୍ବାଦିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଆକ୍ରମଣ ଋଷ ପକ୍ଷରୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା, ମସ୍କୋ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ରଖିନି ।

  • ଅଢେଇ ବର୍ଷ ପରେ ମଧ୍ୟ ଶେଷ ହେଉନି ଋଷ-ୟୁକ୍ରେନ ଯୁଦ୍ଧ:-

2022 ରୁ ଆରମ୍ଭ ହୋଇଥିବା ଋଷ- ୟୁକ୍ରେନ ଯୁଦ୍ଧକୁ ପ୍ରାୟ ଅଢେଇ ବର୍ଷ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅର୍ଥବିରତି ଘୋଷଣା ହୋଇନି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ଏକାଧିକ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହେଲାଣି । ହେଲାଣି ଆମେରିକା ଓ ଅନ୍ୟ ପଶ୍ଚିମ ଦେଶସମୂହଙ୍କ ସହଯୋଗରେ ୟୁକ୍ରେନ ସେନା ମଧ୍ୟ ଋଷକୁ କଡା ଜବାବ ଦେବା ଜାରି ରଖିଛି । ଏଥିରେ ସେନା କର୍ମଚାରୀଙ୍କ ବ୍ୟତୀତ ବହୁ ସାଧାରଣ ଜନତା ଓ ଗଣମାଧ୍ୟମ କର୍ମୀ ମଧ୍ୟ ପ୍ରାଣ ହରାଇ ସାରିଲେଣି ।

ଏହା ମଧ୍ୟ ପଢନ୍ତୁ :- ‘ଆମେ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ଅଗ୍ରସର ହେଉଛୁ, କିନ୍ତୁ ବାଇଡେନ ଶୋଇଛନ୍ତି ’: ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ଏମିତି କହିଲେ ଟ୍ରମ୍ପ - Israel attack Lebanon

  • ନିକଟରେ ୟୁକ୍ରେନ ଗସ୍ତ ସାରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି:-

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ ସାରି ଫେରିଛନ୍ତି । ମୋଦି ପ୍ରଥମେ ପୋଲାଣ୍ଡରେ ପହଞ୍ଚିଥିଲେ । ସେଠାରେ ସେ କାର୍ଯ୍ୟକ୍ରମ ସାରିବା ପରେ ଦୀର୍ଘ 10 ଘଣ୍ଟାର ଟ୍ରେନ ଯାତ୍ରା କରି ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚିଥିଲେ । ସେଠାରେ ସେ ସ୍ଥାନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ଏହି ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଭାରତ ପ୍ରଥମରୁ ଶାନ୍ତି ଆଲୋଚନା ଓ କୂଟଚନୈତିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ରାସ୍ତା ବାହାର କରିବା ପାଇଁ ଉଭୟ ଋଷ ଓ ୟୁକ୍ରେନକୁ କହିଆସିଛି । ୟୁକ୍ରେନ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.