ETV Bharat / international

ମାନସିକ ବିକୃତ ଥିଲା ସିଡନୀ ମଲ୍ ଆକ୍ରମଣକାରୀ: ଅଷ୍ଟ୍ରେଲିଆ ପୋଲିସ୍ - Attack in Sydney Mall - ATTACK IN SYDNEY MALL

Police Identify Sydney Mall Attacker: ପୋଲିସ୍‌କୁ ସିଡନୀର ୱେଷ୍ଟଫିଲ୍ଡ ସପିଂ ମଲରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତର ପରିଚୟ ମିଳିଛି । ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ଜଣକ ୪୦ ବର୍ଷୀୟ ଜୋଏଲ କାଉଚି ବୋଲି ଜଣାପଡିଛି । ତେବେ ସେ ମାନସିକ ବିକୃତ ଥିଲା ବୋଲି ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ

ମାନସିକ ବିକୃତ ଥିଲା ସିଡନୀ ମଲ୍ ଆକ୍ରମଣକାରୀ ଜୋଏଲ କାଉଚି: ଅଷ୍ଟ୍ରେଲିଆ ପୋଲିସ୍

author img

By ETV Bharat Odisha Team

Published : Apr 14, 2024, 10:54 PM IST

କାନବେରା: ସିଡନୀର ୱେଷ୍ଟଫିଲ୍ଡ ସପିଂ ମଲରେ ନାରକୀୟ କାଣ୍ଡ ଭିଆଇଥିବା ଆତତାୟୀର ପରିଚୟ ମିଳିଛି । ଆଜି (ରବିବାର) ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ଜଣକ ୪୦ ବର୍ଷୀୟ ଜୋଏଲ କାଉଚି ବୋଲି ଜଣାପଡିଛି । ଗତକାଲି ୱେଷ୍ଟଫିଲ୍ଡ ସପିଂ ମଲ ଭିତରେ ପଶି ଲୋକଙ୍କୁ ଗୁଳିମାଡ ସହ ଛୁରୀ ଭୁସିଥିଲା ଆତତାୟୀ ଜୋଏଲ ।

ଆସିଷ୍ଟାଣ୍ଟ ପୋଲିସ କମିଶନର ଆନ୍ଥୋନୀ କୋକ୍ କହିଛନ୍ତି, "ଅଭିଯୁକ୍ତ ଜୋଏଲ କୌଣସି ଏକ ପ୍ରକାରର ମାନସିକ ବିକାରଗ୍ରସ୍ତ ଥିଲା । ତେଣୁ ଏହି ଆକ୍ରମଣକୁ ଆତଙ୍କବାଦୀ ଗତିବିଧି ବା ଆକ୍ରମଣ ଭାବେ ଗଣାଯାଉନାହିଁ । ଆମେ ଅଭିଯୁକ୍ତଙ୍କ ପ୍ରୋଫାଇଲ ବିଷୟରେ ଅଧିକ ଅନୁଧ୍ୟାନ କରୁଛୁ । ତେବେ ବର୍ତ୍ତମାନ ସୁଦ୍ଧା ଏହା ମାନସିକ ବିକୃତି ବୋଲି ଜଣାପଡିଛି ।" ଏଭଳି ଅତର୍କିତ ଆକ୍ରମଣ ସମ୍ପର୍କରେ ପୂର୍ବରୁ କୌଣସି ଇଣ୍ଟଲିଜେନ୍ସ ତଥ୍ୟ କିମ୍ବା ପ୍ରମାଣ ନଥିବା କଥା କହିଛନ୍ତି ଆସିଷ୍ଟାଣ୍ଟ ପୋଲିସ କମିଶନର ।

ଏହା ମଧ୍ୟ ପଢନ୍ତୁ... ମଲ୍‌ ଭିତରେ ଆତତାୟୀର ଆତଙ୍କ, ଗୁଳି ଓ ଛୁରାମାଡ଼ରେ ୪ ମୃତ - Sydney Mall Shooting

ଗତକାଲି ଅପରାହ୍ନରେ ସିଡନୀର ବଣ୍ଡି ଜଙ୍କସନ ନିକଟରେ ଥିବା ୱେଷ୍ଟଫିଲ୍ଡ ସପିଂ ମଲ ଭିତରେ ଅଭିଯୁକ୍ତ ଛୁରୀ ଧରି ଆକ୍ରମଣ କରି ୬ ଜଣଙ୍କୁ ହତ୍ୟା କରିଥିଲା । ୨୦ରୁ ୫୫ ବର୍ଷ ମଧ୍ୟରେ ୬ ଜଣଙ୍କର (୫ ମହିଳା ଓ ଜଣେ ପୁରୁଷ) ଏହି ଆକ୍ରମଣରେ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୯ ମାସର ଶିଶୁ ମଧ୍ୟ ସାମିଲ ରହିଛି, ଯାହାର ମାଆଙ୍କର ଆକ୍ରମଣରେ ମୃତ୍ୟୁ ଘଟିଛି । ସେହିଭଳି ମୃତ ପୁରୁଷ ଜଣେ ଉଫରାଜ ତାହିର ପାକିସ୍ତାନର ମୂଳନିବାସୀ ଥିଲେ । ସେ ମଲରେ ସିକ୍ୟୁରିଟି ଗାର୍ଡର ଚାକିରୀ କରୁଥିଲେ ।

ଇନ୍ସପେକ୍ଟର ଆମି ସ୍କଟ ଅଭିଯୁକ୍ତ ଜୋଏଲ କାଉଚିଙ୍କୁ ଗୁଳି କରି ହତ୍ୟା କରିିଥିଲେ । ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ତାଙ୍କୁ ଜଣେ ସଚ୍ଚା ହିରୋ ବୋଲି ଅଭିହିତ କରିଛନ୍ତି । ସେହିପରି ଅଭିଯୁକ୍ତ ଜୋଏଲଙ୍କ ପରିବାର କହିବା ଅନୁସାରେ, ଜୋଏଲ ଯାହା ବି କରିଛନ୍ତି ତାହା ନିଶ୍ଚିତ ଭାବେ ଲୋମହର୍ଷକ । କୈଶୋର ଦିନରୁ ମାନସିକ ବିକାରରେ ପୀଡିତ ଥିଲା ଜୋଏଲ । ତେଣୁ ଇନ୍ସପେକ୍ଟର ଆମି ସ୍କଟ ଜୋଏଲଙ୍କୁ ମାରିଥିବାରୁ ଆମର କୌଣସି ପ୍ରକାର କ୍ଷୋଭ ନାହିଁ । ରବିବାର ଦିନ ଅନେକ ସାଧାରଣ ଲୋକ ବନ୍ଦ ହୋଇଥିବା ୱେଷ୍ଟଫିଲ୍ଡ ସପିଂ ମଲ ସମ୍ମୁଖରେ ଏକାଠି ହୋଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.