ଓ୍ବାରସ: ଦୁଇଦିନିଆ ପୋଲାଣ୍ଡ ଗସ୍ତ କରି ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 45 ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଆସିଛନ୍ତି । ସେଠାରେ ପହଞ୍ଚିବା ପରେ ଓ୍ବାରସ୍ଥିତ ହୋଟେଲରେ ପ୍ରବାସୀ ଭାରତୀୟ ମାନେ ମୋଦିଙ୍କୁ ସ୍ବାଗତ କରିଥିଲେ । ସେହି ସମୟରେ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । ଆଜି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟକ୍ସ ଏବଂ ରାଷ୍ଟ୍ରପତି ଆନ୍ଦ୍ରେ ସେବାଷ୍ଟିଆନଙ୍କୁ ଭେଟିବେ ମୋଦି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । 1979 ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଶେଷ ଥର ପାଇଁ ପୋଲାଣ୍ଡ ଗସ୍ତ କରିଥିଲେ । ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବାକୁ ଥିବା ବେଳେ ଏହା ପୂର୍ବରୁ ପୋଲାଣ୍ଡରେ ଶାନ୍ତିର ବାର୍ତ୍ତା ଦେଇଥିଲେ ମୋଦି ।
#WATCH | Prime Minister Narendra Modi addresses Indian diaspora during a community event in Warsaw, Poland.
— ANI (@ANI) August 21, 2024
He says, " after 45 years, an indian pm has visited poland...i visited austria a few months ago, there also, an indian pm was visiting after 4 decades...for decades,… pic.twitter.com/zlAOY1VKPH
ଭାରତ ପୁରା ବିଶ୍ବର ବନ୍ଧୁ:
ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ,''ଆପଣ ସମସ୍ତେ ପୋଲାଣ୍ଡର ବିଭିନ୍ନ ସ୍ଥାନରୁ ଆସିଛନ୍ତି । ସମସ୍ତଙ୍କର ଅଲଗା ଅଲଗା ଭାଷା ଓ ଖାଦ୍ୟ ଅଭ୍ୟାସ ମଧ୍ୟ । କିନ୍ତୁ ଆପଣ ସମସ୍ତେ ଭାରତୀୟତାର ଭାବନା ସହିତ ଜଡିତ । ଆପଣ ମାନେ ମୋତେ ଏଠାରେ ଭବ୍ୟ ସ୍ବାଗତ କରିଛ । ଏହି ସ୍ୱାଗତ ପାଇଁ ମୁଁ ସମସ୍ତଙ୍କୁ ଓ ପୋଲାଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଉଛି । ଦଶନ୍ଧି ଧରି ଭାରତର ନୀତି ସବୁ ଦେଶଠାରୁ ସମାନ ଦୂରତା ବଜାୟ ରଖିବା ଥିଲାବେଳେ ଆଜି କିନ୍ତୁ ଭାରତର ନୀତି ସବୁ ଦେଶର ନିକଟତର ହେବା। ଭାରତ ଆଜିର ଦିନରେ ସମସ୍ତଙ୍କ ସହ ଯୋଡି ହେବାକୁ ଚାହୁଁଛି, ସମସ୍ତଙ୍କ ବିକାଶ ବିଷୟରେ କହୁଛି, ଆଜିର ଭାରତ ସମସ୍ତଙ୍କ ସହ ଅଛି, ସମସ୍ତଙ୍କ କଲ୍ୟାଣ ବିଷୟରେ ଚିନ୍ତା କରୁଛି । ଆମେ ଗର୍ବିତ ଯେ ଆଜି ବିଶ୍ୱ ଭାରତକୁ ବିଶ୍ବ ବନ୍ଧୁ ଭାବେ ସମ୍ମାନ ଜଣାଉଛି । ''
#WATCH | Prime Minister Narendra Modi attends community event in Warsaw, Poland pic.twitter.com/Y3a5L140Cc
— ANI (@ANI) August 21, 2024
ଭାରତୀୟଙ୍କ ପାଇଁ ପୁରା ବିଶ୍ବରେ ଭାରତର ପରିଚିତ: ମୋଦି କହିଥିଲେ, ''ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ପୋଲାଣ୍ଡ ଅସୁବିଧାରେ ବୁ଼ଡିକି ରହିଥିଲା, ପୋଲାଣ୍ଡର ହଜାର ହଜାର ମହିଳା ଏବଂ ଶିଶୁ ଆଶ୍ରୟ ନେବାକୁ ବୁଲୁଥିଲେ । ସେହି ସମୟରେ ଜାମ ସାହାବ, ଦିଗବିଜୟ ସିଂ, ରଣଜିତ ସିଂ, ଜାଡେଜା ଜୀ ଆଗକୁ ଆସିଥିଲେ। ସେମାନେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ନିର୍ମାଣ କରିଥିଲେ । ସେହି କ୍ୟାମ୍ପରେ ମହିଳା ଏବଂ ପିଲାମାନଙ୍କୁ କହିଥିଲେ ଯେ ଯେପରି ଜାମନଗରର ଲୋକମାନେ ମୋତେ ବାପୁ ବୋଲି ଡାକନ୍ତି, ମୁଁ ମଧ୍ୟ ତୁମର ବାପୁ।ଏକବିଂଶ ଶତାବ୍ଦୀର ଭାରତ ଏହାର ଐତିହ୍ୟ ପାଇଁ ଗର୍ବିତ ଥିବାବେଳେ ବିକାଶ ପଥରେ ଆଗକୁ ବଢୁଛି । ଆଜି ପୁରା ବିଶ୍ବରେ ଭାରତ ସେହି ମାନଙ୍କ ପାଇଁ ଜଣାଶୁଣା ଯେଉଁ ଭାରତୀୟ ମାନେ ପୁରା ବିଶ୍ବରେ ନିଜକୁ ପରିଚିତ କରାଇଛନ୍ତି । ''
#WATCH | Prime Minister Narendra Modi addresses Indian diaspora during a community event in Warsaw, Poland.
— ANI (@ANI) August 21, 2024
He says, " after 45 years, an indian pm has visited poland...i visited austria a few months ago, there also, an indian pm was visiting after 4 decades...for decades,… pic.twitter.com/zlAOY1VKPH
ଭାରତୀୟଙ୍କ ପରିଚୟ ସହାନୁଭୂତି:
'' ଆମ ଭାରତୀୟ ମାନଙ୍କ ପରିଚୟ ସହାନୁଭୂତି ମଧ୍ୟ । ଯେତେବେଳେ ବି ଦୁନିଆର କୌଣସି ଦେଶରେ ସଙ୍କଟ ଦେଖାଦେଇଥାଏ, ଭାରତ ହେଉଛି ପ୍ରଥମ ଦେଶ ଯିଏ ସାହାଯ୍ୟର ହାତ ବଢାଇଥାଏ। କୋଭିଜ ସମୟରେ ଭାରତ କହିଲା- ମାନବିକତା ପ୍ରଥମେ । ଆମେ ବିଶ୍ବର 150ରୁ ଅଧିକ ଦେଶକୁ ଔଷଧ ଏବଂ ଟିକା ପଠାଇଛୁ। ଦୁନିଆରେ ଯେଉଁଠାରେ ବି ଭୂକମ୍ପ କିମ୍ବା ବିପର୍ଯ୍ୟୟ ଘଟେ ସେତେବେଳେ ଭାରତ ମାନବିତାର ପରିଚୟ ଦେଇଛି । ଯଦି କେଉଁଠି ଯୁଦ୍ଧ ହୁଏ ତେବେ ଭାରତ କୁହେ - ମାନବିକତା ପ୍ରଥମେ ଏବଂ ଏହି ଭାବନାରେ ଭାରତ ସମଗ୍ର ବିଶ୍ୱରେ ନାଗରିକମାନଙ୍କୁ ସାହାଯ୍ୟ କରେ । ''
ଭାରତ କୂଟନୌତିକ ଏବଂ ଆଲୋଚନା ଉପରେ ବିଶ୍ୱାସ କରେ:
''ଭାରତ ଗୌତମ ବୁଦ୍ଧ ଓ ଶାନ୍ତିରେ ବିଶ୍ବାସ କରେ । ଭାରତ ସ୍ଥାୟୀ ଶାନ୍ତି ପ୍ରିୟ ଦେଶ ଅଟେ । ଆମର ସ୍ଥିତି ବହୁତ ସ୍ପଷ୍ଟ, ଯୁଦ୍ଧରେ ସାମିଲ ହେବାର ସମୟ ନୁହେଁ । ମାନବିକତା ପ୍ରତି ବିପଦ ଥିବା ଚ୍ୟାଲେଞ୍ଜଗୁଡିକ ବିରୁଦ୍ଧରେ ଏକାଠି ହେବାର ସମୟ ଆସିଛି । ଏଥିପାଇଁ ଭାରତ କୂଟନୌତିକ ଏବଂ ଆଲୋଚନା ଉପରେ ବିଶ୍ୱାସ କରେ । ''
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ