ETV Bharat / international

'ୟୁକ୍ରେନ ଉପରେ ଋଷ ପରମାଣୁ ଆକ୍ରମଣ ରୋକିବାରେ ମୋଦିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ' - Russia Ukraine Conflict

Russia-Ukraine War: ମୋଦିଙ୍କ ହସ୍ତକ୍ଷେପ ପରେ ୟୁକ୍ରେନ ଉପରେ ଟଳିଥିଲା ପରମାଣୁ ଆକ୍ରମଣ ଭୟ । ଏକ ଗଣମାଧ୍ୟମ ରିପୋର୍ଟରେ ଏଭଳି ଉଲ୍ଲେଖ କରାଯାଇଛି । ଅଧିକ ପଢନ୍ତୁ

Russia Ukraine Conflict
Russia Ukraine Conflict
author img

By ETV Bharat Odisha Team

Published : Mar 11, 2024, 8:08 AM IST

Updated : Mar 11, 2024, 9:24 AM IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ପୂରିଛି 2 ବର୍ଷ । ଦୁଇ ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିବାରୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ଋଷ ସେନାଙ୍କ ଘନ ଘନ ମିସାଇଲ ମାଡରେ ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଅନେକ ସହର ଧ୍ବଂସସ୍ତୁପ ପାଲଟିଥିଲା । ଯୁଦ୍ଧ ସମୟରେ ଋଷ ରାଷ୍ଟ୍ରପତି ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାର ଯୋଜନା ମଧ୍ୟ କରିଥିଲେ । ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ଋଷ ପରମାଣୁ ଆକ୍ରମଣକୁ ରୋକିବାରେ ସାହାୟକ ହୋଇଥିବା ଏକ ବିଦେଶୀ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-ଋଷ ଅଧିକୃତ ଡୋନେଟସ୍କରେ ୟୁକ୍ରେନର ଆକ୍ରମଣ ! 27ରୁ ଊର୍ଦ୍ଧ୍ୱ ମୃତ, ଏକାଧିକ ଆହତ

ଦୁଇ ବରିଷ୍ଠ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ରିପୋର୍ଟରେ କୁହାଯାଇଛି ଯେ, କିଭ ବିରୋଧରେ ମସ୍କୋ ଦ୍ୱାରା ସମ୍ଭାବ୍ୟ ପରମାଣୁ ଆକ୍ରମଣ ରୋକିବାକୁ ଆମେରିକା ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଜୋ ବାଇଡେନଙ୍କ ପ୍ରଶାସନ ବିଶେଷ ଭାବରେ ଚିନ୍ତିତ ଥିଲା ଯେ, ଋଷ ସାମରିକ କିମ୍ବା ଯୁଦ୍ଧ କ୍ଷେତ୍ରରେ ଆଣବିକ ଅସ୍ତ୍ର ବ୍ୟବହାର କରିପାରେ । ସେତେବେଳେ ଋଷକୁ ଏପରି ଆକ୍ରମଣରୁ ନିବୃତ୍ତ କରିବା ପାଇଁ ଆମେରିକା ଭାରତ ଏବଂ ଚୀନ୍‌ର ସହାୟତା ନେବାକୁ ଚେଷ୍ଟା କରିଥିଲା । 1945 ମସିହାରେ ହିରୋସିମା ଏବଂ ନାଗାସାକି ଉପରେ ଆମେରିକାର ପରମାଣୁ ଆକ୍ରମଣ ପରେ ଏହା ପ୍ରଥମ ପରମାଣୁ ଆକ୍ରମଣ ହୋଇପାରେ ବୋଲି କୁହାଯାଉଥିଲା । ଚୀନ୍ ନେତା ସି ଜିନପିଙ୍ଗ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ ତଥା ହସ୍ତକ୍ଷେପ ଏହି ସଙ୍କଟ ଦୂର କରିବାରେ ସାହାଯ୍ୟ କରିଛି ବୋଲି ଆମେରିକାର ଅଧିକାରୀମାନେ କହିଥିବା ସିଏନ୍‌ଏନ୍‌ ରିପୋର୍ଟରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ସତର୍କ ରହିବାକୁ ପରାମର୍ଶ ଦେଲେ ଜେଲେନକ୍ସି

2022 ମସିହାରେ ଉଜବେକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ୟୁକ୍ରେନ ଓ ଋଷ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦି ପୁଟିନଙ୍କୁ କହିଥିଲେ ଯେ, ଏହା ଯୁଦ୍ଧର ଯୁଗ ନୁହେଁ । ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ ଯେ, ଗଣତନ୍ତ୍ର ଓ କୂଟନୀତି ବିଶ୍ୱକୁ ଏକାଠି ରଖିଛି । ଏହାର ଜବାବରେ ଋଷ ନେତା କହିଥିଲେ ଯେ, ସେ ଭାରତର ଚିନ୍ତାଧାରାକୁ ବୁଝୁଛନ୍ତି ଏବଂ ସେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ ସେ ଯୁକ୍ରେନ ସହ ଯୁଦ୍ଧକୁ ଶେଷ କରିବାକୁ ପ୍ରୟାସ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2024, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.