ETV Bharat / international

ଭାଙ୍ଗିଲା 'ପ୍ରଚଣ୍ଡ' ସରକାର, କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ ? - Prachand Lost Trust Vote

author img

By ETV Bharat Odisha Team

Published : Jul 12, 2024, 8:30 PM IST

Prachand Lost Trust Vote: ଆଉ ଚାଲିବନି ପ୍ରଚଣ୍ଡ ସରକାର ରାଜ୍ । ନେପାଳରେ ଆସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଲେ ପ୍ରଚଣ୍ଡ । କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ

Prachand Lost Trust Vote
Prachand Lost Trust Vote (ETV Bharat)

କାଠମାଣ୍ଡୁ: ନେପାଳରେ ଆଉ ଚାଲିବନି ପ୍ରଚଣ୍ଡ ସରକାର ରାଜ୍ । ଆସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ ପଦ ହରାଇଲେ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) । ନେପାଳ ସଂସଦରେ ଆସନ ସଂଖ୍ୟା ୨୭୫ ହୋଇଥିବାବେଳେ ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି । ଆଉ ବିପକ୍ଷରେ ପଡିଛି ୧୯୪ ଖଣ୍ଡ ଭୋଟ । ଆସ୍ଥା ଭୋଟ ଜିତିବାକୁ ୧୩୮ ଭୋଟର ଆବଶ୍ୟକ ଥିବାବେଳେ ଏଥିରେ ଫେଲ ମାରିଛନ୍ତି ପ୍ରଚଣ୍ଡ । ଅର୍ଥାତ୍ ଏହା ହେଉଛି ନେପାଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର । ଯାହାକୁ ଛୁଇଁବାରେ ବିଫଳ ହେଲେ ପ୍ରଚଣ୍ଡ ।

ସରକାରକୁ ସମର୍ଥନ ଜଣାଇ ଆସୁଥିବା ଦଳ ୟୁନିଫାଏଡ୍ ମାର୍କ୍ସିଷ୍ଟ ଲେନିନିଷ୍ଟ ନିଜର ସମର୍ଥନ ପ୍ରତ୍ୟାହାର କରିଛି । ଯାହା ପରେ ସଂସଦରେ ହୋଇଛି ଆସ୍ଥା ଭୋଟ୍ । ସୂଚନା ଅନୁସାରେ, CPN (Communist Party Of Nepal)- UML (Unified Marxist Leninst) ମିଶି ମେଣ୍ଟ ସରକାର ଗଠନ କରିଥିଲେ । ପରେ ୟୁନିଫାଏଡ୍ ମାର୍କ୍ସିଷ୍ଟ ଲେନିନିଷ୍ଟ ଓ ନିଜର ସମର୍ଥନ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ଫଳରେ କମ୍ୟୁନିଷ୍ଟ ପାର୍ଟି ନେତା (Communist Party Of Nepal) ପ୍ରଚଣ୍ଡଙ୍କୁ ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ ପଡିଥିଲା । ହେଲେ ଏଥିରେ ସକ୍ଷମ ହୋଇପାରିନାହାନ୍ତି ।

ଏହା ବି ପଢନ୍ତୁ...ନିର୍ବାଚନ ବେଳେ ବାଇଡେନଙ୍କ ମେମୋରି ଫେଲ୍ ! ଜେଲେନସ୍କିଙ୍କୁ ପୁଟିନ, କମଲା ହାରିସଙ୍କୁ କହିଲେ ଟ୍ରମ୍ପ - Biden gaffe at NATO Summit

୨୦୨୨ ଡିସେମ୍ବର ୨୫ରେ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ମେଣ୍ଟ ସରକାରରୁ CPN-UML ସମର୍ଥନ ପ୍ରତ୍ୟାହାର କରିବା ପରେ ସଂସଦରେ ଆସ୍ଥା ଭୋଟ ହେଇଛି । ଯେଉଁଥିରେ ହାରିବା ପରେ ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି ପ୍ରଚଣ୍ଡ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ମଧ୍ୟ ୪ ଥର ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ପ୍ରଚଣ୍ଡ । ହେଲେ ସେଥିରେ ସେ ସଫଳ ହୋଇଥିଲେ । ପଞ୍ଚମ ଥର ପାଇଁ ପ୍ରଚଣ୍ଡଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡିଥିବାବେଳେ ଏଥର ସେ ହାରିଯାଇଛନ୍ତି । ଶେଷରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡିଛି ।

ଏହା ବି ପଢନ୍ତୁ...ବ୍ରିଟେନ ପାର୍ଲାମେଣ୍ଟରେ ରୋଚକ ଦୃଶ୍ୟ; ଗୀତା ଛୁଇଁ ଶପଥ ନେଲେ ନବନିର୍ବାଚିତ ସାଂସଦ - UK MP Shivani Raja

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.