ETV Bharat / international

ଟେକଅଫ୍‌ ବେଳେ ରନୱେରେ ପ୍ଲେନ୍ କ୍ରାସ: ଜଳିଗଲେ ୧୮ ଯାତ୍ରୀ, ନେପାଳରେ ବାରମ୍ବାର ବିମାନ ଦୁର୍ଘଟଣା ପଛର ରହସ୍ୟ ! - Nepal Plane crash

author img

By ETV Bharat Odisha Team

Published : Jul 24, 2024, 12:13 PM IST

Updated : Jul 24, 2024, 2:21 PM IST

Nepal Plane Crash: ଟେକ୍‌ ଅଫ୍ କରିବା ବେଳେ ରନୱେରେ କ୍ରାସ ହୋଇ ଜଳିଗଲେ ୧୮ ଯାତ୍ରୀ । କାହିଁକି ନେପାଳରେ ବାରମ୍ବାର ଘଟୁଛି ବିମାନ କ୍ରାସ, ସେ ସମ୍ପର୍କରେ ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା । ଟେକ୍‌ ଅଫ୍ କରିବା ବେଳେ ରନ-ୱେରେ କ୍ରାସ ହେଲା ଯାତ୍ରାବାହୀ ବିମାନ । ଦୁର୍ଘଟଣାରେ ୧୮ ଜଣ ଯାତ୍ରୀ ଜଳିଯାଇଛନ୍ତି । ଆଜି (ବୁଧବାର) କାଠମାଣ୍ଡୁର ତ୍ରିଭୁବନ ବିମାନ ବନ୍ଦରରେ ଏହି ବଡ଼ ଅଘଟଣ ଘଟିଛି । ଏହି ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡାଣ ଭରୁଥିଲା । ଏଥିରେ କ୍ରୁ ମେମ୍ବରଙ୍କ ସମେତ ମୋଟ 18ଜଣ ଟେକ୍ନିକାଲ ଷ୍ଟାଫ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବିମାନଟି ‘ସୌର୍ଯ୍ୟ ଏୟାରଲାଇନ୍ସ’ର । ଆଜି ସକାଳେ ଏହି ବିମାନ ତ୍ରିଭୁବନ ଏୟାରପୋର୍ଟରୁ ପୋଖରାକୁ ଉଡାଣ ଭରିଥିଲା । ଏଥିରେ କେବଳ ଟେକ୍ନିକାଲ କର୍ମଚାରୀ ଯାତ୍ରା କରୁଥିଲେ । କେହି ସାଧାରଣ ଯାତ୍ରୀ ନଥିଲେ । ଦିନ ପ୍ରାୟ ୧୧ଟା ସମୟରେ ବିମାନ ଟେକ-ଅଫ୍ କରୁଥିବା ବେଳେ ହଠାତ୍ ରନୱେରେ ଖସି ପଡି ଜଳିଯାଇଥିଲା । ଯେଉଁ କାରଣରୁ ବିମାନରେ ଥିବା ସମସ୍ତ ୧୮ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । କେମିତି ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ କିଛି ସ୍ପଷ୍ଟ ହୋଇନି । ଏବେ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୋସିଆଲ ମିଡିଆରେ ବିମାନ ଦୁର୍ଘଟଣା ପରର ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଭିଡିଓରେ, ବିମାନଟି ସମ୍ପୃର୍ଣ୍ଣ ଜଳି ଯାଇଥିବା ଏବଂ ସେଥିରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳୁଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କ୍ରାସ୍ ପରେ ଜଳିଗଲା ଋଷ ସେନା ବିମାନ, 60 ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ମୃତ୍ୟୁ ଆଶଙ୍କା

ଏହା ପୂର୍ବରୁ ୨୦୨୩ ଜାନୁଆରୀରେ ନେପାଳ ପୋଖରାରେ ଏମିତି ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା । ୬୮ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଏକ ୟେତି ଏୟାରଲାଇନ୍ସ କ୍ରାସ ହୋଇଥିଲା । ଯେଉଁଥିରେ ସମସ୍ତ ୬୮ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ରହିଥିଲେ ।

ନେପାଳରେ ବିମାନ ଦୁର୍ଘଟଣାର ଇତିହାସ:-

ନିକଟ ଅତୀତରେ ନେପାଳରେ ଅନେକ ବିମାନ ଦୁର୍ଘଟଣା ଘଟିଛି। 1955 ମସିହା ପରଠାରୁ ନେପାଳ ଅତିକମରେ 69ଟି ବିମାନ ଦୁର୍ଘଟଣା ଶିକାର ହୋଇଛନ୍ତି । ଏଥିମଧ୍ୟରୁ 45ଟି ଭୟଙ୍କର ଦୁର୍ଘଟଣା ଥିଲା । ଏଥିରେ ପ୍ରାୟ 900 ଲୋକଙ୍କର ମୃତ୍ୟୁ ଘଟିଛି । ବାରମ୍ବାର ଦୁର୍ଘଟଣା କାରଣରୁ ନେପାଳ ଅନ୍ତର୍ଜାତୀୟ ସ୍ତରରେ କିଛି କଟକଣାର ସାମ୍ନା ମଧ୍ୟ କରିବାକୁ ବାଧ୍ୟ ହୋଇଥିଲା । 2013 ମସିହାରେ ୟୁରୋପୀୟ ୟୁନିଅନ ନେପାଳର ସମସ୍ତ ଏୟାରଲାଇନ୍ସକୁ ୟୁରୋପୀୟ ଆକାଶମାର୍ଗରେ ଉଡାଣ ଭରିବାକୁ ନିଷେଧାଦେଶ ଜାରି କରିଥିଲା । 2022 ମସିହା ନଭେମ୍ବର ମାସରେ ଏହି କଟକଣାକୁ ପୁନଃସମୀକ୍ଷା କରାଯାଇଥିଲେ ସୁଦ୍ଧା ସୁରକ୍ଷା କାରଣରୁ ଏବେ ପର୍ଯ୍ୟନ୍ତ ବଳବତ୍ତର ରହିଛି ।

ନେପାଳରେ ବାରମ୍ବାର ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ସମ୍ପର୍କରେ:-

  1. ପାଇଲଟମାନଙ୍କର ପର୍ଯ୍ୟାପ୍ତ ତାଲିମ ଏବଂ ବିମାନର ରକ୍ଷଣାବେକ୍ଷଣ ଅଭାବ
  2. ନେପାଳର ଏୟାରଲାଇନ୍ସ ସଂସ୍ଥାମାନେ ଆର୍ଥିକ ଅଭାବ କାରଣରୁ ନୂତନ ତଥା ଅପଗ୍ରେଡେଡ ଭର୍ସନର ବିମାନ କିଣିବାକୁ ସକ୍ଷମ ନୁହଁନ୍ତି । ଅନେକ ଏୟାରଲାଇନ୍ସରେ ଏବେ ଶସ୍ତା ଓ ପୁରୁଣା ମଡେଲର ବିମାନ ମାଧ୍ୟମରେ ସେବା ଯୋଗାଯାଉଛି ।
  3. ସୁରକ୍ଷିତ ଉଡାଣ ପାଇଁ ସଠିକ ପାଣିପାଗ ପୂର୍ବାନୁମାନ ପାଇଁ ଭିତ୍ତିଭୂମି ଓ ଯନ୍ତ୍ରାଂଶର ଅଭାବ ହିଁ ଦୁର୍ଗମ ପାହାଡିଆ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ହେବାର ଏକ ପ୍ରମୁଖ କାରଣ ।
  4. ଭୌଗଳିକ ସ୍ଥିତି କାରଣରୁ ନେପାଳରେ ହଠାତ ପାଗରେ ପରିବର୍ତ୍ତନ ଆସେ । ତେଣୁ ଆବଶ୍ୟକ ଯନ୍ତ୍ରପାତି ଓ ରାଡାର ସିଷ୍ଟମ ଉପଲବ୍ଧ ନଥିବା କାରଣରୁ ଏହା ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ ।

କେବେ କେବେ ହୋଇଥିଲା କ୍ରାସ:-

  • 2023 ମସିହା ଜାନୁଆରୀ 15 ତାରିଖରେ ନେପାଳର ପୋଖରାରେ ‘ଯେଟି ଏୟାରଲାଇନ୍ସ’ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା 72ଜଣ ଯାତ୍ରୀଙ୍କ ମଧ୍ୟରୁ 68 ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ 1992ରେ ପାକିସ୍ତାନୀ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ସମସ୍ତ 167ଜଣଙ୍କର ମୃତ୍ୟୁ ଘଟିଥିଲା ।
  • 2022 ମସିହାରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଥିବା 16 ନେପାଳୀ, 4 ଭାରତୀୟ ଏବଂ 2 ଜର୍ମାନୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।
  • 2018 ମସିହା ମାର୍ଚ୍ଚ 12 ତାରିଖରେ ବାଂଲାଦେଶୀ ଏୟାରଲାଇନ୍ସର ବିମାନରେ ଥିବା 71ଜଣଙ୍କ ମଧ୍ୟରୁ 51 ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ବାଂଲାଦେଶର ରାଜଧାନୀ ଢାକାରୁ ଏହି ବିମାନ ଉଡାଣ ଭରି କାଠମାଣ୍ଡୁ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା ।
  • 2016 ମସିହାରେ ପୋରାଠାରେ ‘ତାରା ଏୟାର’ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ 23 ଜଣଙ୍କର ମୃତ୍ୟୁ ହୋଇଥିଲା ।
  • 2014 ଫେବୃଆରୀ 16 ତାରିଖରେ ନେପାଳ ଏୟାରଲାଇନ୍ସର ଏକ ବିମାନ ଅରଗଖାଞ୍ଚି ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 18ଜଣଙ୍କର ମୃତ୍ୟୁ ଘଟିଥିଲା ।
  • 2012 ନଭେମ୍ବର ମାସରେ ନେପାଳ ରାଜଧାନୀ ଉପକଣ୍ଠରେ ଏକ ବିମାନ କ୍ରାସ ହୋଇ ଜଳିଯାଇଥିଲା । ଏଥିରେ 19 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ମଧ୍ୟ ଥିଲେ ।
  • 2012 ମସିହା ମେ 14ତାରିଖରେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଉତ୍ତର-ନେପାଳରେ କ୍ରାସ ହୋଇଥିଲା । ଏଥିରେ 15 ଜଣଙ୍କ ମୃତ୍ୟୁ ହୋଇଥିଲା ।
  • 2011 ମସିହା ଅକ୍ଟୋବର ମାସରେ ଏଭରେଷ୍ଟ ପର୍ବତ ପରିଭ୍ରମଣରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବିମାନ କାଠମାଣ୍ଡୁ ନିକଟରେ ପର୍ବତରେ ଧକ୍କା ଖାଇଥିଲା । ଏଥିରେ ସମସ୍ତ 19 ଜଣଙ୍କର ମୃତ୍ୟୁ ଘଟିଥିଲା ।
  • 2010ରେ ପୂର୍ବ-ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ 22ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ ଭୁଟାନର ତୀର୍ଥଯାତ୍ରୀ ଏବଂ ଜଣେ ଆମେରିକୀୟ ନାଗରିକ ମଧ୍ୟ ଥିଲେ ।
  • 2010 ରେ କାଠମାଣ୍ଡୁ ନିକଟବର୍ତ୍ତୀ ଏରିଆରେ ଖରାପ ପାଗ କାରଣରୁ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଥିବା ସମସ୍ତ 14ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ଚାରି ଜଣ ଆମେରିକୀୟ, ଜଣେ ଜାପାନୀ ଏବଂ ବ୍ରିଟିଶ ନାଗରିକ ଥିଲେ ।
  • 2008 ମସିହା ଅକ୍ଟୋବର 10 ତାରିଖରେ ନେପାଳର ଉତ୍ତର-ପୂର୍ବରେ ଥିବା ସୁଦୂର ପର୍ବତାଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ 18 ଜଣଙ୍କର ମୃତ୍ୟୁ ଘଟିଛି ।
  • 2002ରେ ଖରାପ ପାଗ ଯୋଗୁଁ ବିମାନ ପର୍ବତରେ ଧକ୍କା ଖାଇ 18 ଜଣଙ୍କର ମୃତ୍ୟୁ ଘଟିଥିଲା ।
  • 2000 ମସିହାରେ ପଶ୍ଚିମ-ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ 25 ଜଣଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2024, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.