ETV Bharat / international

ଇସ୍ରାଏଲ ଆକ୍ରମଣରେ ହମାସ୍‌ର ମିଲିଟାରୀ ମୁଖ୍ୟ ମହମ୍ମଦ ଡେଫଙ୍କ ମୃତ୍ୟୁ - Hamas military chief killing

author img

By ETV Bharat Odisha Team

Published : Aug 1, 2024, 3:40 PM IST

Israel-Hamas War: ହମାସର ମିଲିଟାରୀ ୱିଙ୍ଗ ମୁଖ୍ୟ ମହମ୍ମଦ ଡେଫଙ୍କୁ ନିପାତ କଲା ଇସ୍ରାଏଲ ସେନା । ଦିନକ ପୂର୍ବରୁ ଏହାର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା । ଅଧିକ ପଢନ୍ତୁ

ଇସ୍ରାଏଲ ଆକ୍ରମଣରେ ହମାସ୍‌ର ମିଲିଟାରୀ ମୁଖ୍ୟ ମହମ୍ମଦ ଡେଫଙ୍କ ମୃତ୍ୟୁ
ଇସ୍ରାଏଲ ଆକ୍ରମଣରେ ହମାସ୍‌ର ମିଲିଟାରୀ ମୁଖ୍ୟ ମହମ୍ମଦ ଡେଫଙ୍କ ମୃତ୍ୟୁ (ETV Bharat Odisha)

ନୂଆଦିଲ୍ଲୀ: ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ ହମାସ୍‌କୁ ପୁଣି ବଡ଼ ଝଟକା । ଇରାନରେ ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କ ହତ୍ୟାର ଦିନକ ପରେ ଏହାର ମିଲିଟାରୀ ୱିଙ୍ଗ ମୁଖ୍ୟ ମହମ୍ମଦ ଡେଫଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଖବର ଆସିଛି । ଗତ ମାସରେ ଗାଜାରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକରେ ମହମ୍ମଦ ଡେଫଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଆଜି (ଗୁରୁବାର) ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ପକ୍ଷରୁ କୁହାଯାଇଛି, ୨୦୨୪ ଜୁଲାଇ ୧୩ରେ ଇସ୍ରାଏଲ ସେନାର ଲଢୁଆ ବିମାନ ଗାଜାର ଖାନ ୟୁନିସ ଅଞ୍ଚଳରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ହମାସ୍ ମିଲିଟାରୀ ମୁଖ୍ୟ ମହମ୍ମଦ ଡେଫଙ୍କ ମୃତ୍ୟୁ ହୋଇଥିଲା । ହେଲା ଏହା ସ୍ପଷ୍ଟ ହେବାକୁ ସମୟ ଲାଗିଥିଲା । ସେଦିନ ଏୟାରଷ୍ଟ୍ରାଇକରେ ଡେଫଙ୍କ ମୃତ୍ୟୁ ହୋଇଥିବା ଏବେ ଗୁଇନ୍ଦା ସୂତ୍ରରୁ ସ୍ପଷ୍ଟ ହୋଇଛି । ହମାସ୍ ନେତାମାନେ ହାନିୟେଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏବେ ତେହେରାନରେ ଥିବାବେଳେ ଇସ୍ରାଏଲ ଏହି ଘୋଷଣା କରିଛି । ତେବେ ଇସ୍ରାଏଲର ଏହି ସୂଚନା ଉପରେ ହମାସ୍ ତୁରନ୍ତ କିଛି ପ୍ରତିକ୍ରିୟା ଦେଇନି ।

ମହମ୍ମଦ ଡେଫ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ । ଏଥିରେ ଇସ୍ରାଏଲର ପ୍ରାୟ ୧୨୦୦ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଆକ୍ରମଣରୁ ଇସ୍ରାଏଲ-ଗାଜା ଯୁଦ୍ଧର ସୂତ୍ରପାତ ହୋଇଥିଲା, ଯାହା ଦୀର୍ଘ ୩୦୦ ଦିନ ହେଲା ଜାରି ରହିଥିବାବେଳେ ରକ୍ତପାତ ଥମିବାର ନାଁ ନେଉନି । ଇସ୍ରାଏଲ ଗାଜା ଉପରେ ବାରମ୍ବାର ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଏଥିସହ ହମାସ୍‌ର ଜଣକ ପରେ ଜଣେ ବଡ ଲିଡରକୁ ନିପାତ କରୁଛି ।

ଏହା ମଧ୍ୟ ପଢନ୍ତୁ: ‘ହମାସ’ ଟପ୍‌ ଲିଡରଙ୍କୁ ଇରାନରେ ପଶି ମାରିଲା ଇସ୍ରାଏଲ, ବଢିଲା ମଧ୍ୟପ୍ରାଚ୍ୟ ତିକ୍ତତା - hamas top leader killed

ଉଲ୍ଲେଖଯୋଗ୍ୟ ଯେ, ମହମ୍ମଦ ଡେଫ ୧୯୯୦ ଦଶକରେ ହମାସର ମିଲିଟାରୀ ୱିଙ୍ଗ କସାମ ବ୍ରିଗେଡର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ନେତୃତ୍ବରେ ହମାସ୍ ଇସ୍ରାଏଲରେ ଏକାଧିକ ଆତ୍ମଘାତୀ ବିସ୍ଫୋରଣ କରିଥିଲା । ମୁଖ୍ୟତଃ ବସ୍‌ ଏବଂ କାଫେ ଗୁଡିକୁ ଟାର୍ଗେଟ କରାଯାଉଥିଲା ।

କହିରଖୁଛୁ କି, ଜୁଲାଇ ୩୦ରେ ହସାସ୍ ଟପ୍ ଲିଡର ତଥା ଏହାର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କୁ ଇରାନରେ ହତ୍ୟା କରିଥିଲା ଇସ୍ରାଏଲ । ସେ ରହୁଥିବା ଘରକୁ ମିସାଇଲ ମାଡ କରିଥିଲା । ହାନିୟେ ଇରାନ ରାଷ୍ଟ୍ରପତି ମସୁଦ ପଜଶକିୟାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଯାଇଥିବା ବେଳେ ଇସ୍ରାଏଲ ଏହି ଆକ୍ରମଣ କରିଥିବାରୁ ଇରାନ କ୍ଷୁବ୍ଧ ହୋଇଛି । ଯାହାକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ଘନାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.