ହାଇଦ୍ରାବାଦ: ଗାଜାରେ ହା ହା କାର । ଭୋକ ଶୋଷରେ ତ୍ରାହି ତ୍ରାହି ଡାକୁଛନ୍ତି ଗାଜାବାସୀ । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଗାଜାରେ ପଡ଼ିଛି । ସେମାନଙ୍କ ନିକଟରେ ଖାଦ୍ୟ କି ପାନୀୟ ମହଜୁଦ ନାହିଁ । ଫଳରେ ସେମାନଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛୁ । ଆରବ ଏବଂ ଆମେରିକା ସମେତ ଅନ୍ୟ ଦେଶମାନେ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଉଛନ୍ତି । ଇସ୍ରାଏଲ-ହମାସ ବିବାଦ ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ବିମାନ ସାହାଯ୍ୟରେ ଖାଦ୍ୟ ପକେଟ୍ ପକାଯାଉଛି । ଏଠାରେ ଅନାହାରର ପରିସ୍ଥିତିରେ ଆହର ମୁଠାଏ ପାଇଁ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ।
ଖାଦ୍ୟ ପାଇବା ପାଇଁ ଗଭୀର ଏବଂ ବିସ୍ତୃତ ସମୁଦ୍ରକୁ ଡେଇଁବାକୁ ପଛାଉନାହାନ୍ତି ଲୋକେ । ବର୍ତ୍ତମାନ ଗାଜାରେ ଖାଦ୍ୟ ପାଇଁ ସଂଘର୍ଷ ଚାଲିଛି । କହିବାକୁ ଗଲେ, ବୋମା ଓ ବନ୍ଧୁକର ଯୁଦ୍ଧ ପରେ ଏବେ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଯୁଦ୍ଧ ଚାଲିଛି । ଗାଜାର ସ୍ଥିତିକୁ ସଠିକ ଭାବେ ପରଖିବାକୁ ଗ୍ରାଉଣ୍ଡ ଜିରୋରୁ ଯିବାକୁ ପଡିବ । ତେଣୁ ଏହି ପ୍ରସଙ୍ଗରେ, ପ୍ରତିଷ୍ଠିତ ପତ୍ରିକା 'ଦ ଲାନସେଟ୍' ଗାଜା ଏବଂ ଆଖପାଖ ଅଞ୍ଚଳରେ କ୍ଷୁଧା ଦୂର କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଆହ୍ବାନ କରିଛି ।
କାହା ପାଇଁ କ୍ଷୁଧା ସାଜିଛି ଯୁଦ୍ଧର ଅସ୍ତ୍ର ?
ଗାଜାର ପରିସ୍ଥିତି ଉପରେ ଲଗାତାର ନଜର ରଖିଥିବା ମିଳିତ ଜାତିସଂଘ ଏଜେନ୍ସିମାନେ ମଧ୍ୟ ଏନେଇ ଚେତାବନୀ ଦେଇଛନ୍ତି । ସେଠାରେ ଯେକୌଣସି ସମୟରେ ଦୁର୍ଭିକ୍ଷ ପରିସ୍ଥିତି ଉପୁଜିପାରେ । ଇସ୍ରାଏଲ ଅନାହାରକୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛି ଲାନସେଟ । ଲାନସେଟ୍ ଏହା ମଧ୍ୟ କହିଛି ଯେ, ଗାଜାର ଲୋକମାନେ କ୍ଷୁଧାରେ ମୃତ୍ୟୁ ମୁହଁକୁ ଚାଲିଯାଉଛନ୍ତି । ଏହା ପୂର୍ବରୁ ସେମାନଙ୍କୁ ଯଥାଶୀଘ୍ର ସାହାଯ୍ୟ ମିଳିବା ଉଚିତ୍ ।
ଇସ୍ରାଏଲ-ହମାସ ଯୁଦ୍ଧ:
7 ଅକ୍ଟୋବର 2023 ରେ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ଅତି କମରେ 14ଶହ ଇସ୍ରାଏଲ ନାଗରିକ ନିହତ ହୋଇଥିଲେ । ଏହି ଆକ୍ରମଣ ପରେ ହମାସ ଯୋଦ୍ଧାମାନେ ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ । ଏହି ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ । ଇସ୍ରାଏଲ ହମାସର ଅସ୍ଥିତ୍ବକୁ ଧ୍ବଂସ କରିବାକୁ ଶପଥ ନେଇଥିଲା । ସେବେଠାରୁ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଅଞ୍ଚଳରେ ପ୍ରବେଶ କରି ହମାସକୁ ଟାର୍ଗେଟ କରିଥିଲେ । ଇସ୍ରାଏଲ୍ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ୍ ଉପରେ ଅଗଣିତ ବୋମାମାଡ଼ କରିବା ସହ ଅସଂଖ୍ୟ ପାଲେଷ୍ଟାଇନବାସୀଙ୍କୁ ହତ୍ୟା କଲେ । ବର୍ତ୍ତମାନ ଗାଜା ଅଞ୍ଚଳରେ କ୍ଷୁଧାରେ ହାହାକାର ସୃଷ୍ଟି ହୋଇଛି ।
ଗାଜାରେ କାହିଁକି ଲୋକଙ୍କ ମୃତ୍ୟୁ ହେଉଛି?
ଯୁଦ୍ଧ ହେତୁ ଗାଜାର ସ୍ଥିତି ବିଗିଡି ଯାଇଛି । ଲାନସେଟ୍ ସଂଯୁକ୍ତ ରାଷ୍ଟ୍ରର ମାନବ ଅଧିକାର ଆୟୋଗର ଭୋଲକର ତୁର୍କଙ୍କୁ କରିଛି ପ୍ରଶ୍ନବାଣ । ଲାନସେଟ୍ ପଚାରିଛି ଯେ, ଭୋକରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା କାହିଁକି ବଢୁଛି? ମିଳିତ ଜାତିସଂଘ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି? ଅଗ୍ରଣୀ ମାନବିକ ଏଜେନ୍ସିର ଦୁର୍ଭିକ୍ଷ ସମୀକ୍ଷା କମିଟି (FRC) ଅନୁଯାୟୀ ଗାଜା ଖାଦ୍ୟ ନିରାପତ୍ତା ଦିଗରେ ବିପର୍ଯ୍ୟୟ ସୀମାଠାରୁ ଉର୍ଦ୍ଧ୍ବରେ ରହିଥିଲା ।
ଗାଜାରେ କ୍ଷୁଧାର ମାପକାଠି କ'ଣ ରହିଛି?
ଗାଜାରେ କ୍ଷୁଧାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ସହାୟତା ଅଭାବ ଦେଖା ଦେଇଛି । ଅନାହାର ବିଷୟରେ ଦୁର୍ଭିକ୍ଷ ସମୀକ୍ଷା କମିଟି (FRC)କୁ ପ୍ରଶ୍ନ ପଚରାଯାଇଥିଲା ଯେ, କ୍ଷୁଧା ମାପିବା ପାଇଁ FRC ର ମାପଦଣ୍ଡ କ’ଣ? ଯଦି କୌଣସି ଦେଶର ଲୋକ ଭୋକରେ ମୃତ୍ୟୁବରଣ କରୁଛନ୍ତି ତେବେ ଆମେ କିପରି ଏହାର ସଂଖ୍ୟା ଜାଣିବା? ସୂଚନା ଅନୁସାରେ, କ୍ଷୁଧା ମାପିବା ପାଇଁ FRC ଏକ ମାନକ (ପାଞ୍ଚ ଅଙ୍କ ବିଶିଷ୍ଟ ସ୍କେଲ) ପ୍ରୟୋଗ କରେ | ଯେକୌଣସି କ୍ଷେତ୍ରରେ, ଅତି କମରେ 20 ପ୍ରତିଶତ ପରିବାର ଖାଦ୍ୟ ଅଭାବରେ ପୀଡିତ । ଅତିକମରେ 30 ପ୍ରତିଶତ ପିଲା ପୁଷ୍ଟିହୀନତାର ଶିକାର । ଏହା ସହିତ ପ୍ରତି 10 ହଜାର ଲୋକଙ୍କ ମଧ୍ୟରୁ ଦୁଇ ଜଣ ଅନାହାର, ରୋଗ କିମ୍ବା ପୁଷ୍ଟିହୀନତା ହେତୁ ପ୍ରତିଦିନ ମୃତ୍ୟୁ ମୁଖରେ ପଡୁଛନ୍ତି ।
ମିଳିତ ଜାତିସଂଘ ଅନୁଯାୟୀ, ମେ 2024 ପର୍ଯ୍ୟନ୍ତ ଯେକୌଣସି ସମୟରେ ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇପାରେ । ରମଜାନ ମାସରେ ଅନାହାର ସମ୍ପର୍କରେ ବିସିସିଆଇ ରିପୋର୍ଟରେ କୁହାଯାଇଛି ଯେ, ଅକ୍ଟୋବର 7 ରେ ହାମାସ ଆକ୍ରମଣର ଜବାବରେ ଇସ୍ରାଏଲର ଆକ୍ରମଣ ଗାଜାର ଖାଦ୍ୟ ଭିତ୍ତିଭୂମି ଏବଂ କୃଷି ଜମି ନଷ୍ଟ କରିଦେଇଛି । ଏଥି ସହିତ ଗାଜାରେ ସହାୟତା ପ୍ରଦାନ କରୁଥିବା ଏଜେନ୍ସିମାନେ କହିଛନ୍ତି ଯେ, ଗାଜାରେ କ୍ଷୁଧାଜନିତ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସହାୟତା ଯୋଗାଇବାରେ ଇସ୍ରାଏଲ ବାଧା ସୃଷ୍ଟି କରୁଛି।
ଏହା ମଧ୍ୟ ପଢନ୍ତୁ...ମସ୍କୋ ଆତଙ୍କବାଦ ଆକ୍ରମଣ ପଛରେ ISIS-K, ଜାଣନ୍ତୁ ଏହାର ଉତ୍ପତ୍ତି - Rise Of ISIS K
ଲାନସେଟ୍ ସମ୍ପାଦକୀୟର ବିଷୟବସ୍ତୁ ହେଉଛି 'ମୋ ସ୍ବାସ୍ଥ୍ୟ ମୋର ଅଧିକାର' । ଯାହା ପ୍ରତ୍ୟେକ ମଣିଷର ସମ୍ମାନର ସହ ଜୀବନଯାପନ କରିବାର ଅଧିକାର ରହିଛି । ଲାନସେଟର ତଥ୍ୟ ଅନୁସାରେ, ପ୍ରଭାବିତ ଅଞ୍ଚଳରେଥିବା 158 ନିୟୁତ ଲୋକଙ୍କ ମଧ୍ୟରୁ 60 ପ୍ରତିଶତ ଲୋକ ଭୋକରେ ଅଛନ୍ତି। ଏହିପରି କ୍ଷେତ୍ରର ଅର୍ଥନୀତି ଏବଂ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ଏହା ବ୍ୟତୀତ ଖାଦ୍ୟ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ରହିଛି । ବିବାଦ ହେତୁ ସୁଦାନ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛି । ଏଠାରେ ପ୍ରାୟ 18 ନିୟୁତ ଲୋକ ଖାଦ୍ୟ ନିରାପତ୍ତାର ସମ୍ମୁଖୀନ ହେଉଛନ୍ତି । ସେହିପରି ୟୁକ୍ରେନରେ, ଋଷର ଆକ୍ରମଣ ହେତୁ ୟୁକ୍ରେନ ବନ୍ଦର ଏବଂ ଶସ୍ୟ ଉତ୍ପାଦନ କ୍ଷେତ୍ର ଛାରଖାର ହୋଇଯାଇଥିଲା । ଯେଉଁଥିପାଇଁ 11 ନିୟୁତ ଲୋକ ଅନାହାରର ଶିକାର ହୋଇଥିଲେ ।
ଗର୍ଭବତୀ ମହିଳା ଓ ପିଲାଙ୍କ ଉପରେ ପ୍ରଭାବ:
UNDP ର ଆକଳନ ଅନୁଯାୟୀ, 2022 ସୁଦ୍ଧା ଏହି ବିବାଦ ଯୋଗୁଁ 3 ଲକ୍ଷ 77 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେଥିମଧ୍ୟରୁ 30 ପ୍ରତିଶତ ଲୋକ କ୍ଷୁଧା, ସ୍ବାସ୍ଥ୍ୟଜନିତ ସମସ୍ୟା ଏବଂ ଦୂଷିତ ପାଣି ପିଇବା କାରଣରୁ ମୃତ୍ୟୁବରଣ କରିଥିଲେ । ନୋବେଲ ବିଜେତା ଅମର୍ତ୍ୟ ସେନ ଏକ ସମ୍ପାଦକୀୟରେ ଲେଖିଛନ୍ତି, 'ବର୍ତ୍ତମାନର ଅର୍ଥନୈତିକ ବ୍ୟବସ୍ଥା କିଛି ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସକ୍ଷମ ହେଉଥିବାବେଳେ ଅନ୍ୟମାନେ ଭୋକରେ ପ୍ରାମ ହରାଉଛନ୍ତି । ଯେଉଁମାନଙ୍କର ପର୍ଯ୍ୟାପ୍ତ ସମ୍ବଳ ଅଛି ସେମାନେ ସେଠାରୁ ସ୍ଥାନାନ୍ତର ହୋଇ ନିଜକୁ ସୁରକ୍ଷିତ କରିପାରୁଛନ୍ତି । ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁକୁ ଜନ୍ମ ଦେଇଥିବା ମହିଳାମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡିଛନ୍ତି ।
ଉତ୍ତରଦାୟିତ୍ବ କିଏ ନେବ?
ଲାନସେଟ୍ ଲେଖିଛି ଯେ, ବିବାଦ ସମୟରେ ସର୍ବାଧିକ ଉତ୍ତରଦାୟିତ୍ବ ରହିବା ଉଚିତ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ମାନବିକତା ଉପରେ ଗଭୀର କ୍ଷତ ସୃଷ୍ଟି କରିଛି । ଜାତିସଂଘ ସୁରକ୍ଷା ପରିଷଦ ବିବାଦୀୟ ପରିସ୍ଥିତିରେ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନକୁ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ବାସ୍ତବତା ହେଉଛି ଯେ, ଭୌଗଳିକ ରାଜନୈତିକ ପ୍ରତିଦ୍ବନ୍ଦିତା ଅମାନବୀୟ ତଥା ବେଆଇନ କାର୍ଯ୍ୟକଳାପକୁ ପ୍ରଶୟ ଦେଉଛି। ଏହାକୁ ବନ୍ଦ କରିବାକୁ ସାମୂହିକ ସ୍ତରରେ ପ୍ରୟାସ କରାଯିବା ଉଚିତ । ସ୍ବାସ୍ଥ୍ୟ ସହ ଜଡିତ ବଡ ନେତା ତଥା ସଂଗଠନମାନେ ଯେଉଁ ଏଭଳି କ୍ଷତିଗ୍ରସ୍ତ ଦେଶରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଆଗକୁ ଆସିବା ଉଚିତ୍। ଯୁଦ୍ଧର ଅସ୍ତ୍ର ଭାବରେ ଅନାହାରର ବ୍ୟବହାର ଏକ ଅପରାଧ । ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ।