ETV Bharat / international

ବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ, ହେଲେ ରହିଛି ଏହିସବୁ ସର୍ତ୍ତ - Iran India Visa Condition

Iran Announces Visa Free Entry For Indians: ଇରାନ ଯିବା ପାଇଁ ଚାହୁଁଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବିନା ଭିସାରେ ଇରାନରେ ମିଳିପାରିବ ଏଣ୍ଟ୍ରି । ଫେବୃଆରୀ 4ରୁ ଲାଗୁ ହେଲା ନୂଆ ନିୟମ । ଅଧିକ ପଢନ୍ତୁ

Iran Announces Visa Free Entry For Indians
ବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ ପର୍ଯ୍ୟଟକ
author img

By ETV Bharat Odisha Team

Published : Feb 7, 2024, 7:49 AM IST

Updated : Feb 7, 2024, 8:00 AM IST

ହାଇଦ୍ରାବାଦ: ଇରାନକୁ ଯିବାକୁ ହେଲେ ଭାରତୀୟ ପର୍ଯ୍ୟଟକଙ୍କୁ ଆଉ ଭିସାର ନାହିଁ ଆବଶ୍ୟକତା । ବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ । ମଙ୍ଗଳବାର ଦିନ ଏନେଇ ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । କେବଳ ଭାରତ ନୁହେଁ ଏଥିସହ ୟୁଏଇ, ସାଉଦି ଆରବ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଓ ମାଲେସିଆ ପାଇଁ ଭିସା ସମ୍ୱନ୍ଧୀୟ ନୂତନ ନିୟମ ଆଣିଛନ୍ତି ଇରାନ ସରକାର । ସାଧାରଣ ପାର୍ସପୋର୍ଟ ସାହାଯ୍ୟରେ ଏହି ଦେଶର ପର୍ଯ୍ୟଟକମାନେ ଇରାନ ଯାଇପାରିବେ । ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବାର ଲକ୍ଷ୍ୟ ରଖି ଏହି ନୂତନ ନିୟମ କରାଯାଇଛି । କିନ୍ତୁ ଏନେଇ ଇରାନ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ଜାରି କରାଯାଇଛି ।

ଇରାନରେ ଭାରତୀୟ ପର୍ଯ୍ୟଟକଙ୍କୁ ବିନା ଭିସାରେ ମିଳିବ ଏଣ୍ଟ୍ରି । ଭାରତ ସମେତ ୟୁଏଇ, ଇଣ୍ଡୋନେସିଆ, ସାଉଦି ଆରବ, ଜାପାନ, ସିଙ୍ଗାପୁର ଓ ମାଲେସିଆ ପର୍ଯ୍ୟଟକଙ୍କ ଇରାନ ଯାତ୍ରା ନେଇ ଏକ ନୂଆ ନିୟମ ଆଣିଛନ୍ତି ଇରାନ ସରକାର । ଏହି ଦେଶଗୁଡିକର ପର୍ଯ୍ୟଟକଙ୍କ ପାଇଁ ଭିସା ସହ ଜଡିତ ନିୟମରେ ପରିବର୍ତ୍ତନ ହୋଇଛି । 2024 ଫେବୃଆରୀ 4 ତାରିଖରୁ ଏହି ନୂଆ ନିୟମ ଲାଗୁ ହୋଇଛି । ତେବେ ଏନେଇ 4ଟି ସର୍ତ୍ତ ମଧ୍ୟ ରହିଥିବା ନେଇ ମଙ୍ଗଳବାର ଦିନ ଇରାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ଇରାନକୁ ଯିବାକୁ ହେଲେ ଭିସା ସମ୍ବନ୍ଧୀୟ ସର୍ତ୍ତ: ସାଧାରଣ ପାସପୋର୍ଟ ରଖିଥିବା ଭାରତୀୟ ନାଗରିକ ଏବେ ଇରାନରେ ପ୍ରବେଶ କରିପାରିବେ କିନ୍ତୁ ଏନେଇ କିଛି ସର୍ତ୍ତ ପାଳନ କରିବାକୁ ପଡିବ । ସେହି ସର୍ତ୍ତଗୁଡିକ ହେଲା:-

  • ଇରାନରେ ବିନା ଭିସାରେ ଥରେ ଯିବା ପରେ ଦ୍ୱିତୀୟ ଥର 6 ମାସ ପରେ ଯାଇପାରିବେ ।
  • ବିନା ଭିସାରେ ମାତ୍ର 15 ଦିନ ଇରାନରେ ରହିହେବ । ଏହି ଅବଧିକୁ ଆଉ ବୃଦ୍ଧି କରାଯାଇପାରିବ ନାହିଁ ।
  • ବିନା ଭିସାରେ କେବଳ ସେହିମାନେ ଯାଇପାରିବେ ଯିଏ ଇରାନକୁ ବୁଲିବାକୁ ଅର୍ଥାତ୍ ପର୍ଯ୍ୟଟକ ଭାବରେ ଯିବେ ।
  • ଯଦି କୌଣସି ଭାରତୀୟ ନାଗରିକ ଅଧିକ ସମୟ ଧରି ଇରାନରେ ରହିବାକୁ ଯୋଜନା କରୁଥିବେ କିମ୍ବା 6 ମାସ ମଧ୍ୟରେ ଅନେକ ଥର ଯିବା ଆସିବା କରିବାକୁ ଚାହୁଁଥିବେ ତେବେ ସେନେଇ ତାଙ୍କୁ ଅନ୍ୟ ଏକ ଭିସା ନେବାକୁ ପଡିବ ।
  • ଇରାନର ଭିସା ଭାରତରେ ଥିବା ଇରାନ ଦୂତାବାସରୁ ମିଳିପାରିବ ।

ଏହାମଧ୍ୟ ପଢନ୍ତୁ... ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଲେ ଜୟଶଙ୍କର

ସୂଚନାଯୋଗ୍ୟ, ଜାନୁଆରୀ 14 ତାରିଖରେ 2 ଦିନିଆ ଇରାନ ଗସ୍ତ କରିଥିଲେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେଠାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ଓ ଇରାନୀ ପ୍ରତିପକ୍ଷ ତଥା ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପୂର୍ବରୁ 2023 ନଭେମ୍ବରରେ ଭାରତର ବୈଦେଶିକ ସଚିବ ବିନୟ କ୍ୱାତ୍ରା ଇରାନ ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନ ସହ ସାକ୍ଷାତ କରିଥିଲେ । ଏହି ସମୟରେ ଇସ୍ରାଏଲ ଓ ହମାସ ଯୁଦ୍ଧ ବିଷୟରେ ଆଲୋଚନା ହୋଇଥିଲା ।

Last Updated : Feb 7, 2024, 8:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.