ETV Bharat / international

ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! - Israel operation in Lebanon

author img

By ETV Bharat Odisha Team

Published : 3 hours ago

Israel attack Hezbollah: ମଧ୍ୟପ୍ରାଚ୍ୟରେ ଶତ୍ରୁଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ । ଇସ୍ରାଏଲର ଯୁଦ୍ଧ କୌଶଳରେ ବିଶ୍ବ ସ୍ତବ୍ଦ । ନସରଲ୍ଲା ନିପାତ ପଛରେ ସାମ୍ନାକୁ ଆସିଲା ଇରାନ ଗୁପ୍ତଚରଙ୍କ ଭୂମିକା । ଜଟିଳ ହେବାରେ ଲାଗିଛି ମଧ୍ୟପ୍ରାଚ୍ୟ ସଙ୍କଟ । ଅଧିକ ପଢନ୍ତୁ

ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ
ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ (ETV Bharat Odisha)

ହାଇଦ୍ରାବାଦ: ଲେବନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ର ମୁଖ୍ୟ ହାସନ ନସରଲ୍ଲାକୁ ନିପାତ କରିବାରେ ଇସ୍ରାଏଲ ସଫଳ ହେବା ପଛରେ ରହିଥିଲା ଇରାନୀ ଗୁପ୍ତଚରଙ୍କ ଭୂମିକା । ବେରୁତରେ ନସରଲ୍ଲାର ଅଭେଦ୍ୟ ଠିକଣା ସମ୍ପର୍କରେ ଏହି ଇରାନୀ ଗୁପ୍ତଚର ହିଁ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ‘ମୋସାଦ’କୁ ଅତି ଗୁପ୍ତ ଓ ସଠିକ୍‌ ସୂଚନା ପ୍ରଦାନ କରିବା ପରେ ଇସ୍ରାଏଲ ଫୋର୍ସ ଏହି ଅପରେସନ ଆରମ୍ଭ କରିଥିଲା ଓ ସଫଳ ମଧ୍ୟ ହୋଇଥିଲା । ଏନେଇ ଫ୍ରାନ୍ସର ଏକ ଗଣମାଧ୍ୟମ ସଂସ୍ଥା ଅନୁସନ୍ଧାନକାରୀ ରିପୋର୍ଟ ପ୍ରକାଶ କରିିଛି । ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ସାମରିକ କୌଶଳ ଓ ସାମର୍ଥ୍ୟ ସମଗ୍ର ବିଶ୍ବକୁ ସ୍ତବ୍ଦ କରିଦେଇଛି ।

  • ଇରାନୀ ଗୁପ୍ତଚର ଦେଇଥିଲେ ନସରଲ୍ଲାର ଲୋକେସନ !

ଲେବନନ ରାଜଧାନୀ ବେରୁଟର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ବହୁତଳ ବିଲ୍ଡିଂର ଭୂତଳ ପ୍ରକୋଷ୍ଠରେ ଥିଲା ନସରଲ୍ଲା । ଇସ୍ରାଏଲ ‘ହିଜବୁଲ୍ଲା’ର ତମାମ ଶୀର୍ଷ ନେତାଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା କାରଣରୁ ନସରଲ୍ଲା ମଧ୍ୟ ଅତି ଗୋପନୀୟ ଭାବେ ଓ କଡା ସୁରକ୍ଷା ବଳୟ ମଧ୍ୟ ରଖାଯାଇଥିଲା । ଇସ୍ରାଏଲ ଲସରଲ୍ଲାର ଠିକଣା ଜାଣିବା ପାଇଁ ଏକାଧିକ ପନ୍ଥା ଆପଣାଇଥିଲା । ଏହି ସମୟରେ ଜଣେ ଇରାନୀ ଗୁପ୍ତଚର ଇସ୍ରାଏଲ ଗୁଇନ୍ଦା ସଂସ୍ଥାକୁ ନସରଲ୍ଲାର ପ୍ରକୃତ ଲୋକେସନ ପ୍ରଦାନ କରିଥିଲା । ଏହାର ସୂଚନା ହିଜବୁଲ୍ଲା କିମ୍ବା ଇରାନ ସେନା ପାଖରେ ନଥିଲା । ସୂଚନା ମିଳିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ସେନା ଉକ୍ତ ଏରିଆରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ନସରଲ୍ଲାର ମୃତ୍ୟୁ ହୋଇଥିଲା । ଅପରେସନ ସଫଳ ହେବା ପରେ ମାତ୍ର କିଛି ମିନଟ ମଧ୍ୟରେ ଟ୍ବିଟ କରି ଇସ୍ରାଏଲ ସେନା ଏଙି ଘୋଷଣା କରିଥିଲା । ପରେ ହିଜବୁଲ୍ଲା ମଧ୍ୟ ନସରଲ୍ଲା ମୃତ ବୋଲି ସ୍ବୀକାର କରିଥିଲା । ପେଜର ଓ ଓ୍ବାକିଟକ ବିସ୍ଫୋରଣ ପରେ ହିଜବୁଲ୍ଲାର ଶୀର୍ଷ କମାଣ୍ଡରଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ଅପରେସନ ଜାରି ରଖିଥିଲା ଇସ୍ରାଏଲ ।

ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର !
ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! (ETV Bharat Odisha)
  • ହାସେନ ସଫିଦ୍ଦିନ ହିଜବୁଲ୍ଲାର ନୂଆ ମୁଖ୍ୟ

ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଲେବନନ ଏବେ ଛାରଖାର ହେବାକୁ ବସିଲାଣି । ହିଜବୁଲ୍ଲାର ଅଣ୍ଟା ଭାଙ୍ଗି ପଡିଥିଲା ବେଳେ ପ୍ରତିଆକ୍ରମଣ କରିବାକୁ ସଂଗଠନ ଧମକ ମଧ୍ୟ ଦେଉଛି । ଏହାରି ମଧ୍ୟରେ ସଂଗଠନର ନେତୃତ୍ବ ନେବ ହାସେନ ସଫିଦ୍ଦିନ । ସେ ପ୍ରାୟ 3 ଦଶନ୍ଧି ଧରି ହିଜବୁଲ୍ଲାର କମାଣ୍ଡର ବାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛି । ମୃତ ହାସନର ବେଶ ନିକଟତର ଓ ସମ୍ପର୍କୀୟ ବୋଲି କୁହାଯାଉଥିବା ହାସନ ଏବେ ସଂଗଠନର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛି । ପୂର୍ବରୁ ସେ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଚର୍ଚ୍ଚା ହୋଇଥିଲା । ହେଲେ ସେ ଜୀବିତ ଥିବା ଓ ସଂଗଠନର ନେତୃତ୍ବ ନେବ ବୋଲି ସୂତ୍ରରୁ ଜଣାପଡିଛି ।

  • ଇରାନ ଇସ୍ରାଏଲ ମଧ୍ୟରେ ଚାଲିଛି ପ୍ରକୃତ ଲଢେଇ

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଙ୍କଟ ମଧ୍ୟରେ ପ୍ରକୃତ ଓ ପ୍ରଛନ୍ନ ଲଢେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଛି । ପାଲେଷ୍ଟାଇନ ଅଧିକୃତ ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ ପରେ ଇସ୍ରାଏଲ ବିରୋଧରେ ଏକାଧିକ ଇସଲାମିକ ଆତଙ୍କୀ ସଂଗଠନ ଯୁଦ୍ଧ ଘୋଷଣା କରିଥିଲେ । ଏହି ସମସ୍ତ ଆତଙ୍କୀ ସଂଗଠନ ପଛରେ ରହିଛି ମଧ୍ୟ ପ୍ରାଚ୍ୟର ଅନ୍ୟତମ ଶକ୍ତିଶାଳୀ ଇସଲାମିକ ରାଷ୍ଟ୍ର କୁହାଯାଉଥିବା ଇରାନର ସିଧା ପୃଷ୍ଠପୋଷକତା ରହିଛି । ଇରାନ ସମର୍ଥନରେ ଲେବନନରେ ‘ହିଜବୁଲ୍ଲା’, ୟେମାନରେ ‘ହୁତି ସଂଗଠନ କାମ କରୁଛି । ହମାସକୁ ମଧ୍ୟ ଇରାନର ସମର୍ଥନ ରହିଛି । ଇରାନ ନିଜେ ଆକ୍ରମଣ ନକରି ଏହି ଆତଙ୍କୀ ଗୋଷ୍ଠୀଙ୍କ ମାଧ୍ୟମରେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି । ମାତ୍ର ଇସ୍ରାଏଲର ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ସଂଗଠନ ଧରାଶାୟୀ ହେବାରେ ଲାଗିଛନ୍ତି ।

  • ଦୁଇ ଆତଙ୍କୀ ସଂଗଠନକୁ ମୂଳପୋଛ କରିସାରିଲାଣି ଇସ୍ରାଏଲ:-

ମଧ୍ୟପ୍ରାଚ୍ୟରେ ଏକାଧିକ ଆତଙ୍କୀ ସଂଗଠନକୁ ଇସ୍ରାଏଲ ସମୂଳେ ନାଶ କରିସାରିଲାଣି । ଏହା ମଧ୍ୟରେ ଇସ୍ରାଏଲର ପାରମ୍ପରିକ ଶତ୍ରୁ ତଥା ପାଲେଷ୍ଟାନୀୟ ଆତଙ୍କୀ ଗୋଷ୍ଠୀ ‘ହମାସ’ ଓ ଲେବନନର ହିଜବୁଲ୍ଲା ରହିଛି । ‘ହାମସ’ ଗାଜାପଟ୍ଟିକୁ ନିୟନ୍ତ୍ରଣରେ ରଖି ଇସ୍ରାଏଲ ଉପରେ ନିୟମିତ ଆକ୍ରମଣ କରିଥିଲା । ଗତବର୍ଷ ଅକ୍ଟୋବର 7 ତାରିଖରେ 5 ହଜାର ରକେଟ ମାଡ କରି ଇସ୍ରାଏଲକୁ ଦୋହଲାଇ ଦେଇଥିଲା ‘ହମାସ’ । ଏହା ପରେ ଇସ୍ରାଏଲ ସିଧା ଯୁଦ୍ଧଘୋଷଣା କରି ହମାସକୁ ଧରାଶାୟୀ କରିସାରିଛି । ଏହାର ରାଜନୈତିକ ମୁଖ୍ୟ ଇସମାଇଲ ହେନିଏକୁ ମଧ୍ୟ ଇରାନ ରାଜଧାନୀ ତେହେରାନରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ହତ୍ୟା କରିଛି ବୋଲି ଚର୍ଚ୍ଚା ହୁଏ । ସେହିପରି ହିଜବୁଲ୍ଲା ମଧ୍ୟ ଏବେ ଧରାଶାୟୀ ହୋଇଛି । ସଂଗଠନର ଶୀର୍ଷ କମାଣ୍ଡର ଓ ଶତାଧିକ ସଦସ୍ୟ ଏୟାର ଷ୍ଟ୍ରଇକ ଓ ଡ୍ରୋନ ଷ୍ଟ୍ରାଇକରେ ପ୍ରାଣ ହରାଇସାରିଛନ୍ତି । ତଥାପି ଇରାନ ସମର୍ଥନରେ ସଂଗଠନ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି ଧମକ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.