କାଠମାଣ୍ଡୁ: ନେପାଳରେ ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍ । 40 ଜଣ ଯାତ୍ରୀଙ୍କୁ ନେଇ ପୋଖରାର କାଠମାଣ୍ଡୁକୁ ଯାଉଥିବା ବେଳେ ମାର୍ସିଆଙ୍ଗଡି ନଦୀରେ ବସ୍ଟି ଖସି ପଡିଛି । ଏହି ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ଏନେଇ ନେପାଳ ଶସସ୍ତ୍ରବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରେ ନେପାଳ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତଦନ୍ତ ପରେ ସ୍ପଷ୍ଟ ହେବ ।
#WATCH | Nepal: An Indian passenger bus with 40 people onboard has plunged into the Marsyangdi river in Tanahun district. The bus was en route to Kathmandu from Pokhara. Search and rescue operations underway by the Nepal Army at the incident site.
— ANI (@ANI) August 23, 2024
(Video Source: News Agency… pic.twitter.com/txxO43O4CV
ବସ୍ଟି ୟୁପିର: ବସ୍ଟି ୟୁପିର ହୋଇଥିବା ନମ୍ବର ପ୍ଲେଟରୁ ଜଣାପଡିଛି । କିନ୍ତୁ ସେଥିରେ କୌଣସି ଉତ୍ତରପ୍ରଦେଶର ଯାତ୍ରୀ ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, '' ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହି ବସ୍ ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ଅହାର ଗାଡି ନମ୍ବର ହେଉଛି UP FT 7623। ଏହା ନଦୀ କୂଳରେ ପଡିଛି । ଏହି ଘଟଣାରେ ଉତ୍ତରପ୍ରଦେଶ ରିଲିଫ କମିଶନର କହିଛନ୍ତି, '' ନେପାଳରେ ବସ୍ ନଦୀକୁ ଖସିବା ପରେ ସେଥିରେ ଉତ୍ତରପ୍ରଦେଶର ଲୋକ ଥିଲେ ନା ନାହିଁ ତାହା ବର୍ତ୍ତମାନ ଜଣାପଡିନାହିଁ । ଏହି ଘଟଣାରେ ଅଧିକ ବିବରଣୀ ଅପେକ୍ଷା କରାଯାଇଛି । ''
ଏହା ମଧ୍ୟ ପଢନ୍ତୁ-ନେପାଳରେ ଭାସିଗଲା ୨ଟି ଯାତ୍ରାବାହୀ ବସ, 7 ଭାରତୀୟଙ୍କ ସମେତ ୬୩ ନିଖୋଜ - Landslide hits Nepal
#WATCH | Nepal | An Indian passenger bus with 40 people onboard has plunged into the Marsyangdi river in Tanahun district, confirms Nepal Police.
— ANI (@ANI) August 23, 2024
“The bus bearing number plate UP FT 7623 plunged into the river and is lying on the bank of the river,” DSP Deepkumar Raya from the… pic.twitter.com/P8XwIA27qJ
ପୂର୍ବରୁ 2ଟି ଯାତ୍ରୀବାହି ବସ୍ ଭାସିଯାଇଥିଲା: ଗତ ଜୁଲାଇ ମାସରେ ନେପାଳରେ ଭୂସ୍ଖଳନ ପରେ ନଦୀରେ ଭାସିଗଲା ୨ଟି ଯାତ୍ରୀବାହି ବସ୍ ଭାସି ଯାଇଥିଲା । ୨ ଟା ଯାକ ବସରେ ପାଖାପାଖି ୬୫ ଜଣ ଯାତ୍ରୀ ଥିବା ବେଳେ ୬୩ ଜଣ ନିଖୋଜ ହୋଇଯାଇଥିଲେ । ନିଖୋଜଙ୍କ ମଧ୍ୟରେ ୭ ଜଣ ଭାରତୀୟ ଥିଲେ । ଏହି ଘଟଣା ପରେ ଖରାପ ପାଣିପାଗ ଯୋଗୁ କାଠମାଣ୍ଡୁରୁ ଭରତପୁର ଓ ଚିତଓ୍ବାନ ଯାଉଥିବା ସମସ୍ତ ବିମାନ ସେବାକୁ ରଦ୍ଦ କରାଯାଇଥିଲା ।