ETV Bharat / international

‘ଗଣତନ୍ତ୍ର ପାଇଁ ଗୁଳି ଖାଇଲି’: ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ - Trump First after murder Attempt

author img

By ETV Bharat Odisha Team

Published : Jul 21, 2024, 7:42 AM IST

Trump At First Rally Since Assassination Attempt: ନିଜ ହତ୍ୟା ଉଦ୍ୟମକୁ ନିର୍ବାଚନ ସହ ଯୋଡିଲେ ଟ୍ରମ୍ପ । କହିଲେ ଗଣତନ୍ତ୍ର ପାଇଁ ଗୁଳି ଖାଇଲେ । ବାଇଡେନ ଓ ଡେମୋକ୍ରାଟିକ ପାର୍ଟିକୁ କଲେ କଟାକ୍ଷ । ଅଧିକ ପଢନ୍ତୁ

‘ଗଣତନ୍ତ୍ର ପାଇଁ ଗୁଳି ଖାଇଲି’: ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ
‘ଗଣତନ୍ତ୍ର ପାଇଁ ଗୁଳି ଖାଇଲି’: ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ (ETV Bharat Odisha)

ହାଇଦ୍ରାବାଦ: ହତ୍ୟା ଉଦ୍ୟମର ଶିକାର ହୋଇ ଅଳ୍ପକେ ବର୍ତ୍ତିଯିବା ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ତଥା ଚଳିତ ନିର୍ବାଚନର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ସେ ଗଣତନ୍ତ୍ର ପାଇଁ ଗୁଳି ଖାଇଲେ ବୋଲି ଟ୍ରମ୍ପ କହିଛନ୍ତି । ଗୁଳିମାଡର ଶିକାର ହେବାର ଗୋଟିଏ ଦିନ ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ଗତକାଲି (ଶନିବାର) ମିଚିଗାନ ସହରରେ ପାର୍ଟି ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ପହଞ୍ଚିଥିଲେ ଟ୍ରମ୍ପ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ‘‘ମୁଁ କୌଣସି ଚରମପନ୍ଥୀ ନୁହେଁ । ମୁଁ ଗଣତନ୍ତ୍ର ପାଇଁ ଗୁଳି ଖାଇଛି ।’’ ଟ୍ରମ୍ପ ନିଜ ପ୍ରତିଦ୍ବନ୍ଦୀ ଡେମୋକ୍ରାଟିକ ପାର୍ଟିକୁ କଟାକ୍ଷ କରିଥିଲେ ।

ବର୍ତ୍ତମାନର ରାଷ୍ଟ୍ରପତି ଜୋ.ବାଇଡେନଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଡେମୋକ୍ରାଟିକ ପାର୍ଟି ଯଥାସମ୍ଭବ ପ୍ରୟାସ ଜାରି ରଖିଛି । ବାଇଡେନଙ୍କ ବୟସ ଓ ନିର୍ବାଚିତ ହେବା ପରେ 2029 ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବାର ଦକ୍ଷତା ଉପରେ ତାଙ୍କ ନିଜ ଦଳ ସନ୍ଦେହ ପ୍ରକଟ କରୁଛି । ସେଥିପାଇଁ ନିଜ ଦଳ ଭିତରୁ ନିର୍ବାଚନରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଥିବା ଟ୍ରମ୍ପ କହିଥିଲେ ।

ଗତ ଶୁକ୍ରବାର ପେନସିଲଭେନିଆ ସହରରେ ଏକ ରାଜନୈତିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଆତତାୟୀର ଗୁଳି ତାଙ୍କ କାନକୁ ଛୁଇଁ ଚାଲିଯାଇଥିଲେ ମଧ୍ୟ ସେ ଆଶ୍ଚର୍ଯ୍ୟଜନକ ଭାବେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏହାପରେ ରିପବ୍ଲିକାନ ପାର୍ଟି ତାଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ରିପବ୍ଲିକାନ ପାର୍ଟି ବ୍ୟାନରରେ ଟ୍ରମ୍ପଙ୍କର ଏହା କ୍ରମାଗତ 3ୟ ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା । ଆମେରିକାର ବ୍ୟବସାୟ ଜଗତରେ ସକ୍ରିୟ ଥିବା ଟ୍ରମ୍ପ 2016 ମସିହାରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । 2020ରେ ମଧ୍ୟ ତାଙ୍କୁ ଦଳ ପୁନର୍ବାର ପ୍ରାର୍ଥୀ କରିଥିଲା । ହେଲେ ସେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ.ବାଇଡେନଙ୍କଠାରୁ ପରାଜିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପଛରେ ଇରାନ ! କାହିଁକି ଏବେ ଚର୍ଚ୍ଚାରେ ଜେନେରାଲ ସୁଲେମାନୀ - Assassination attempt to trump

84 ବର୍ଷ ବୟସରେ ଆମେରିକାର ସର୍ବାଧିକ ବୟସ୍କ ରାଷ୍ଟ୍ରପତି ହୋଇଥିଲେ ବାଇଡେନ । ଏଥର ମଧ୍ୟ ସେ ନିର୍ବାଚନ ଲଢିବାକୁ ଇଚ୍ଛା କରିଛନ୍ତି । ଟ୍ରମ୍ପଙ୍କ ନାମ ରିପବ୍ଲିକାନ ପାର୍ଟି ପକ୍ଷରୁ ସାର୍ବଜନୀନ କରାଯାଇଥିବା ବେଳେ ଡେମୋକ୍ରାଟିକ୍‌ ପାର୍ଟିରୁ ବାଇଡେନଙ୍କ ନାମ ନେଇ କୌଣସି ଔପଚାରିକ ଘୋଷଣା ସାମ୍ନାକୁ ଆସିନି । ବାଇଡେନ ମଧ୍ୟ ନିର୍ବାଚନୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏଥର ମଧ୍ୟ ବାଇଡେନ ଓ ଟ୍ରମ୍ପଙ୍କ ମଧ୍ୟରେ ଲଢେଇ ଦେଖିପାରେ ଆମେରିକା । ମାତ୍ର ଏଥର ଟ୍ରମ୍ପଙ୍କ ପଲ୍ଲା ଭାରି ଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ହତ୍ୟା ଉଦ୍ୟମ ହେବା ମଧ୍ୟ ଟ୍ରମ୍ପଙ୍କୁ ସହାନୁଭୂତିର ଭୋଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.