ETV Bharat / international

ଗର୍ଭପାତକୁ ସାମ୍ବିଧାନିକ ଅଧିକାର, ବିଶ୍ବର ପ୍ରଥମ ଦେଶ ଫ୍ରାନ୍ସ

author img

By ETV Bharat Odisha Team

Published : Mar 5, 2024, 2:30 PM IST

Abortion Law: ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଦେବାରେ ବିଶ୍ବର ପ୍ରଥମ ଦେଶ ହେଲା ଫ୍ରାନ୍ସ । ବିଲ୍ ଅନୁମୋଦନ କରିବାପରେ ତାଳି ବର୍ଷା କଲେ ସାଂସଦ । ଅଧିକ ପଢନ୍ତୁ

Abortion Law
Abortion Law

ପ୍ୟାରିସ: ଫ୍ରାନ୍ସରେ ମହିଳାମାନଙ୍କୁ ମିଳିଲା ଗର୍ଭପାତ ଅଧିକାର । ଫ୍ରାନ୍ସ ସଂସଦ ଦେଶର ମହିଳାମାନଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରିଛନ୍ତି । ଏହି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ପ୍ରଥମ ଦେଶ ଅଟେ । ଫ୍ରାନ୍ସର ସଂସଦ 1958 ସମ୍ବିଧାନିକ ନିୟମରେ ପରିବର୍ତ୍ତନ କରିଛନ୍ତି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି । ଏହା ସମଗ୍ର ବିଶ୍ବକୁ ଏକ ବାର୍ତ୍ତା ଦେବ ବୋଲି କହିଛନ୍ତି । ଅନ୍ୟପଟେ ସାମ୍ବିଧାନିକ ପରିବର୍ତ୍ତନକୁ ଗର୍ଭପାତ ବିରୋଧୀ ଗୋଷ୍ଠୀ ଦୃଢ ସମାଲୋଚନା କରିଛନ୍ତି । 2008 ମସିହା ପରଠାରୁ ମର୍ଡ ଫ୍ରାନ୍ସ ଡକ୍ୟୁମେଣ୍ଟରେ ଏହା 25ତମ ସଂଶୋଧନ । ତେବେ ମହିଳାଙ୍କୁ ଗର୍ଭପାତ ନେଇ ଅଧିକାର ମିଳିବା ପରେ ସ୍ଥାନୀୟ ମହିଳାମାନେ ଏଫିଲ ଟାୱାରରେ ଏକତ୍ରିତ ହୋଇଥିଲେ । ମୋ ଶରୀର ମୋ ଅଧିକାର ସ୍ଲୋଗାନ ଦେଇ ସରକାରଙ୍କୁ ସମର୍ଥନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 26 ସପ୍ତାହରେ ଗର୍ଭପାତ ଆବେଦନରେ ସର୍ବୋଚ୍ଚ କୋର୍ଟଙ୍କ ଅସହମତି, ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠକୁ ଗଲା ମାମଲା

ଗର୍ଭପାତକୁ ସାମ୍ବିଧାନିକ ଅଧିକାର କରିବା ପାଇଁ ସଂଶୋଧନ ଉପରେ ଭୋଟିଂ ପୂର୍ବରୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲ ସଂସଦରେ କହିଥିଲେ, "ଗର୍ଭପାତ କରିବାର ଅଧିକାର ବିପଦରେ ରହିଥିଲା । ନିଷ୍ପତ୍ତି ନେବା ବ୍ୟକ୍ତିର ଦୟାରେ ରହିଥିଲା । ଆମେ ମହିଳାମାନଙ୍କୁ ଏକ ବାର୍ତ୍ତା ଦେଉଛୁ ଯେ, ଆପଣଙ୍କ ଶରୀର ଉପରେ ଆପଣଙ୍କର ଅଧିକାର ରହିଛି । ଏହା ଉପରେ ଆଉ କେହି ନିଷ୍ପତ୍ତି ନେଇପାରିବେ ନାହିଁ ।" ସଂସଦରେ ଏହି ସଂଶୋଧନକୁ ବିରୋଧ କରୁଥିବା ନେତାମାନେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ଦାୟୀ କରିଛନ୍ତି । ରାଜନୈତିକ ଫାଇଦା ପାଇଁ ସମ୍ବିଧାନକୁ ଉପଯୋଗ କରୁଥିବା ଅଭିଯୋଗ କରିଛନ୍ତି । ରାଷ୍ଟ୍ରପତି ମାକ୍ରୋନ ଏହା ମାଧ୍ୟମରେ ବାମପନ୍ଥୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ABORTION: ଦିଲ୍ଲୀ ହାଇକୋର୍ଟଙ୍କ ବଡ ରାୟ, ୩୩ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ଅନୁମତି

ସଂସଦରେ ଏହି ବିଲ୍ ସପକ୍ଷରେ 780ଟି ଭୋଟ ପଡିଥିବା ବେଳେ ଏହା ବିପକ୍ଷରେ 72 ଖଣ୍ଡ ଭୋଟ ପଡିଥିଲା । ତେବେ ମିଳିତ ଅଧିବେଶନରେ ଲୋୟାର ହାଉସର ସଂସଦର ବାଚସ୍ପତି ୟେଲ ବ୍ରାଉନ କହିଛନ୍ତି, "ଏଭଳି ପଦକ୍ଷେପ ନେବାରେ ଫ୍ରାନ୍ସ ହେଉଛି ବିଶ୍ବର ପ୍ରଥମ ଦେଶ । ଯେଉଁମାନ ମୌଳିକ ଆଇନରେ ଗର୍ଭପାତ କରିବାର ଅଧିକାର ସପକ୍ଷରେ ଭୋଟ ଦେଇଛନ୍ତି ସେହି ସାଂସଦମାନଙ୍କ ପାଇଁ ମୁଁ ଗର୍ବିତ । ଏହି ଅଧିକାର ଘୋଷଣା ହେବା ପରେ ସାଂସଦମାନେ କରତାଳି ବର୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.