ETV Bharat / international

କ୍ୟାନସରରେ ଆଖି ବୁଜିଲେ ‘ୟୁଟ୍ୟୁବ’ର ପୂର୍ବତନ ସିଇଓ ସୁଜନ ୱୋଜିକ - Former YouTube CEO Dies

author img

By ETV Bharat Odisha Team

Published : Aug 10, 2024, 8:10 PM IST

Former YouTube CEO Dies: ପରଲୋକରେ ୟୁଟ୍ୟୁବର ପୂର୍ବତନ ସିଇଓ ସୁଜନ ୱୋଜିକ । ଗତ ଦୁଇବର୍ଷ ହେଲା କ୍ୟାନସରରେ ଥିଲେ ପୀଡିତ । ଦେହାନ୍ତ ନେଇ ସୂଚନା ଦେଲେ ସ୍ବାମୀ । ଅଧିକ ପଢନ୍ତୁ

କ୍ୟାନସରରେ ଆଖିବୁଜିଲେ ୟୁଟ୍ୟୁବର ପୂର୍ବତନ ସିଇଓ ସୁଜନ ୱୋଜିକ
କ୍ୟାନସରରେ ଆଖିବୁଜିଲେ ୟୁଟ୍ୟୁବର ପୂର୍ବତନ ସିଇଓ ସୁଜନ ୱୋଜିକ (ETV Bharat Odisha)

ହାଇଦ୍ରାବାଦ: ଦୀର୍ଘ ଦିନ ଧରି କ୍ୟାନସର ସହ ସଂଗ୍ରାମ କରି ଆଖି ବୁଜିଲେ ବୈଶ୍ବିକ ଲୋକପ୍ରିୟ ଅନଲାଇନ ଷ୍ଟ୍ରିିମିଂ ଆପ ‘ୟୁଟ୍ୟୁବ’ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁଜନ ୱୋଜିକ । ଚିକିତ୍ସାଧୀନ ଅବସ୍ଥାରେ 56 ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ସୁଜନଙ୍କ ସ୍ୱାମୀ ଡେନିସ ଟ୍ରପର ଫେସବୁକ ପୋଷ୍ଟ ମାଧ୍ୟମରେ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ଗତ ଦୁଇ ବର୍ଷ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ଗତ କିଛି ମାସ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହୋଇପଡିଥିଲା ।

  • ସୁଜନ ୱୋଜିକଙ୍କୁ ମନେ ପକାଇଲେ ସ୍ୱାମୀ:-

ଡେନିସ୍ ଟ୍ରପର ଫେସବୁକ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି, ‘‘ମୋ ସହ ଦୀର୍ଘ 26 ବର୍ଷ କାଟିଥିବା ମୋର ପତ୍ନୀ ଓ ମୋର 5 ସନ୍ତାନଙ୍କ ମା’ ସୁଜନ ୱୋଜିକ ଆଜି ଆମକୁ ଛାଡି ଚାଲିଯାଇଛନ୍ତି । ସୁଜନ କେବଳ ମୋର ପ୍ରିୟ ବନ୍ଧୁ ଏବଂ ଜୀବନସାଥୀ ନଥିଲେ, ବରଂ ଜଣେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ, ଜଣେ ସ୍ନେହୀ ମା’ ଏବଂ ଅନେକଙ୍କର ପ୍ରିୟ ବନ୍ଧୁ ମଧ୍ୟ ଥିଲେ । ଆମ ପରିବାର ଏବଂ ବିଶ୍ବ ଉପରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ।’’ ତାଙ୍କ ଦେହାନ୍ତରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଭଲ ବନ୍ଧୁଙ୍କୁ ହରାଇଛନ୍ତି ବୋଲି ସୁନ୍ଦର କହିଛନ୍ତି ।

  • ଗୁଗୁଲରେ ଦୀର୍ଘ ଅଭିଜ୍ଞତା ପରେ ୟୁଟ୍ୟୁବର ନେଇଥିଲେ ନେତୃତ୍ବ:-

ବିଶ୍ବ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜଣେ ଜଣାଶୁଣା ଚେହେରା ହେଉଛନ୍ତି ସୁଜନ । ସେ ବିଶ୍ବର ସର୍ବବୃହତ୍ତ ସର୍ଚ୍ଚଇଞ୍ଜିନ ‘ଗୁଗୁଲ’ରୁ କାମ ଆରମ୍ଭ କରିଥିଲେ । 1998 ରେ ସର୍ଗେଇ ବ୍ରେନ ଓ ଲାରି ପେଜ କାଲିଫର୍ଣ୍ଣିଆରେ ‘ଗୁଗୁଲ’ ପ୍ରତିଷ୍ଠା କରିବା ବେଳେ ସୁଜନ ‘ଇନଟେଲ’ ପାଇଁ କାମ କରୁଥିଲେ । ଏହା ପରେ ସେ ‘ଗୁଗୁଲ’ରେ ଯୋଗଦେଲେ ଓ କମ୍ପାନୀର 16ତମ କର୍ମଚାରୀ ସହ ପ୍ରଥମ ମାର୍କେଟିଂ ମ୍ୟାନଜର ମଧ୍ୟ ହେଲେ । ପରେ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ସେ ଗୁଗୁଲର ବିଭିନ୍ନ ପଦ ପଦବୀରେ କାମ କରିଥିଲେ । ପ୍ରାୟ 2ଦଶନ୍ଧି ଧରି ସେ ଗୁଗୁଲର ବିଭିନ୍ନ ବ୍ୟାପାର ଓ ଅପରେସନରେ ଗୁରୁ ଦାୟିତ୍ବ ତୁଲାଇଥିଲେ । 2006 ରେ ଅନଲାଇନ ଷ୍ଟ୍ରିମିଂ ଆପ ‘ୟୁଟ୍ୟୁବ’କୁ ଗୁଗୁଲ ଅଧିଗ୍ରହଣ କରିବା ପରେ ସେ ଏଥିରେ ଯୋଗ ଦେଲେ ଏବଂ 2014ରେ ଏହାର ସର୍ବୋଚ୍ଚ ପରିଚାଳନା ଦାୟିତ୍ବ ଗ୍ରହଣ କରିଥିଲେ ।

  • ୟୁଟ୍ଯୁବ ପଲିସିରେ ଆଣିଥିଲେ ସଂସ୍କାର:-

‘ୟୁଟ୍ୟୁବ’ର ସିଇଓ ହେବା ପରେ ଅନେକ ସଂସ୍କାରଧର୍ମୀ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ । ଶୁଶୁ ଗୋପନୀୟତା, ହେଟସ୍ପିଚ୍‌, ନିରାଧାର ତଥା ବିଭ୍ରାନ୍ତିକର ଖବର ସମ୍ପର୍କିତ କଥାବସ୍ତୁ ପ୍ରସାରଣ ରୋକିବା ଦିଗରେ ସେ ଏକାଧିକ ସଂଶୋଧନ କରିଥିଲେ । ବିଶ୍ବ ମହାମାରୀ କୋଭିଡ ସମୟରେ ୟୁଟ୍ୟୁବରେ ମିଥ୍ୟା ଓ ବିଭ୍ରାନ୍ତିକର ସୂଚନା ପ୍ରସାରଣ ରୋକିବା ତାଙ୍କ ଟିମର ମୁଖ୍ୟ ଆହ୍ବାନ ପାଲଟିଥିଲା । ସେ ପ୍ରାୟ ଦଶନ୍ଧି ଧରି ୟୁଟ୍ୟୁବର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଶାରିରୀକ ଅସୁସ୍ଥତା ପାଇଁ ସେ ଗତବର୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:ଗୀତ କମ୍ପୋଜ୍‌ କରିବା ହେବ ସହଜ, ସାହାଯ୍ୟ କରିବ ୟୁଟ୍ୟୁବର ଜେନ୍‌ AI ଟୁଲ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.