ETV Bharat / international

ଲଦାଖ ନିକଟବର୍ତ୍ତୀ ହୋଟାନ୍ ଏୟାରବେସରେ ନୂଆ ରନ-ୱେ କାର୍ଯ୍ୟକ୍ଷମ କଲା ଚୀନ - China Operationalises New Runway

author img

By ETV Bharat Odisha Team

Published : Apr 9, 2024, 11:01 PM IST

China Operationalises New Runway: ଲଦାଖ ନିକଟବର୍ତ୍ତୀ ହୋଟାନ୍ ଏୟାରବେସରେ ନୂଆ ରନ-ୱେ କାର୍ଯ୍ୟକ୍ଷମ କଲା ଚୀନ ।ବଢିଲା ଭାରତର ଚିନ୍ତା । ସାଟେଲାଇଟ ବିଶେଷଜ୍ଞ ସେୟାର କଲେ ଇମେଜ । ଅଧିକ ପଢନ୍ତୁ

ଲଦାଖ ନିକଟବର୍ତ୍ତୀ ହୋଟାନ୍ ଏୟାରବେସରେ ନୂଆ ରନ-ୱେ କାର୍ଯ୍ୟକ୍ଷମ କଲା ଚୀନ

ଶ୍ରୀନଗର: ଭାରତ-ଚୀନ୍ ସୀମା ତିକ୍ତତା ବଢୁଥିବା ବଳେ ଚୀନ୍ ଲଦାଖର ହୋଟାନ୍ ଏୟାରବେସରେ ଏକ ନୂତନ ରନ-ୱେ କାର୍ଯ୍ୟକ୍ଷମ କରିବାକୁ ଯାଉଛି । ଯାହା ଚୀନର ସାମରିକ ଶକ୍ତିକୁ ବୃଦ୍ଧି କରିବାକୁ ଯାଉଛି । ଜଣେ ଜଣାଶୁଣା ଉପଗ୍ରହ ବିଶେଷଜ୍ଞ ଦାବି ଏହା କରିବା ସହ ସାଟେଲାଇଟ ଇମେଜ ମଧ୍ୟ ସେୟାର କରିଛନ୍ତି । ଯାହାକୁ ନେଇ ଭାରତରେ ଚିନ୍ତା ବଢିଛି । ଏହି ନୂତନ ନିର୍ମିତ ରନଓ୍ବେର ପ୍ରାୟ 3,700 ମିଟର ଲମ୍ବ ରହିଛି । ଏହି ଅଞ୍ଚଳରେ ଚୀନର ସାମରିକ ସାମର୍ଥ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ଉନ୍ନତି ଭାବେ ଅନୁମାନ କରାଯାଉଛି ।

ସାଟେଲାଇଟ୍ ଇମେଜ ବିଶେଷଜ୍ଞ ଡାମିଆନ୍ ସାଇମନ ‘ଏକ୍ସ’ରେ ଏହି ସମାରିକ ବେସର ଇମେଜ ସେୟାର ମଧ୍ୟ କରିଛନ୍ତି । ସେ କହିଥିଲେ ଯେ ପ୍ରାୟ ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ନୂତନ ରନ-ୱେ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ଲଦାଖ ନିକଟରେ ଏହାର କାର୍ଯ୍ୟକ୍ଷମତାକୁ ଦୃଢ କରିବା ପାଇଁ ଚୀନର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ବୋଲି ମଧ୍ୟ କହିଛନ୍ତି । ଭାରତୀୟ ସୀମା ନିକଟରେ ରଣନୈତିକ ସ୍ତରରେ ଅବସ୍ଥିତ ହୋଟାନ୍ ଏୟାରବେସରେ ପୂର୍ବରୁ 3200 ମିଟର ଲମ୍ବର ରନୱେ ଥିଲା । ଅତିରିକ୍ତ 500 ମିଟର ବ୍ୟାପି ନୂତନ ରନ-ୱେ କାର୍ଯ୍ୟକ୍ଷମ ହେବା ସହିତ ଏହା କେବଳ ସାମରିକ ବ୍ୟବହାର ପାଇଁ ନିର୍ମିତ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଚୀନର ମନମାନି, ବଦଳାଇଲା ଅରୁଣାଚଳ ପ୍ରଦେଶର 11 ସ୍ଥାନର ନାଁ

ନିକଟରେ ଚୀନ ଅରୁଣାଚଳ ପ୍ରଦେଶର 11ଟି ସ୍ଥାନର ନାଁ ପରିବର୍ତ୍ତନ କରିଥିବା ଦାବି କରିଥିଲା । ଚାଇନିଜ, ତିବେତ ଓ ପିନୟିନ ଅନୁସାରେ ନାମ ପରିବର୍ତ୍ତନ କରାଯାଇ ସ୍ଥାନୀୟ ସରକାରୀ ରେକର୍ଡରେ ପ୍ରକାଶ କରାଯାଇଥିଲା । ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର 2ଟି ଜମି, ଦୁଇଟି ଆବାସିକ ଅଞ୍ଚଳ, 5ଟି ପାହାଡ ଓ 2ଟି ନଦୀର ନାଁ ବଦଳାଇଥିଲା ଚୀନ । ଏହାକୁ ଭାରତ ଅସ୍ବୀକାର କରିବା ସହ ଦୃଢ ନିନ୍ଦା ମଧ୍ୟ କରିଥିଲା । ଏନେଇ ତତ୍କାଳୀନ ବୈଦେଶିକ ମୁଖପାତ୍ର ଅରବିନ୍ଦ ବାଗଚୀ କହିଥିଲେ, ‘‘ଚୀନ ପ୍ରଥମ ଥର ପାଇଁ ଏପରି କରୁନାହିଁ । ପୂର୍ବପରି ଚୀନର ଏହି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ । ଅରୁଣାଚଳ ଭାରତର ଅବିଚ୍ଛେଦ ଅଙ୍ଗ । ଏହା ଭାରତର ସବୁବେଳେ ରହିବ । ନାମ ବଦଳାଇ ଦେଲେ ସତ୍ୟ କେବେ ବଦଳିବ ନାହିଁ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.