ETV Bharat / international

ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା: ଷଡଯନ୍ତ୍ର ପଛରେ ଏହି ଦେଶ, ଅଧୁରା ଭାଷଣରେ ରହିଛି ଗୁମର - Sheikh Hasina Undelivered Speech

author img

By ETV Bharat Odisha Team

Published : Aug 11, 2024, 3:11 PM IST

Bangladesh crisis: ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ଶେଖ ହସିନା । ସାମ୍ନାକୁ ଆସିଲା ଅଧୁରା ଭାଷଣ କଥା । ଆମେରିକା ଉପରେ ଗମ୍ଭୀର ଅଭିଯୋଗ । ଆନ୍ଦୋଳନକାରୀଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲେ । ଅଧିକ ପଢନ୍ତୁ

ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା, ଅଧୁରା ଭାଷଣରେ ଷଡଯନ୍ତ୍ରର ଗୁମର
ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା, ଅଧୁରା ଭାଷଣରେ ଷଡଯନ୍ତ୍ରର ଗୁମର (ETV Bharat Odisha)

ହାଇଦ୍ରାବାଦ: ଇସ୍ତଫା ଦେବା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଦେଶବାସୀ ଓ ବିଶେଷ କରି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଲକ୍ଷ ଲକ୍ଷ ଛାତ୍ରଙ୍କୁ ହସିନା ନିଜର ବାର୍ତ୍ତା ଦେବାକୁ ଚାହୁଁଥିଲେ । ଏଥିପାଇଁ ଅଭିଭାଷଣ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା । ହେଲେ ସ୍ଥିତି ଏପରି ଅଣାୟତ୍ତ ହେଲା ଯେ, ସମ୍ବୋଧନ କରିବାକୁ ମଧ୍ୟ ସୁଯୋଗ ମିଳିଲା ନାହିଁ । ଇସ୍ତଫା ଦେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଦେଶ ଛାଡିବାକୁ ବାଧ୍ୟ ହେଲେ । ହସିନାଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଓ ସମ୍ବୋଧିତ ନହୋଇପାରି ଅଧୁରା ରହିଥିବା ଅଭିଭାଷଣ ସମ୍ପର୍କରେ କିଛି ରୋଚକ ତଥ୍ୟ ଏବେ ସମ୍ନାକୁ ଆସିଛି । ଦେଶରେ ଏପରି ହିଂସକ ଆନ୍ଦୋଳନ ପାଇଁ ନିଜ ସମ୍ବୋଧନରେ କାହାକୁ ଦାୟୀ କରିଥିଲେ ହସିନା ? ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଥିଲେ ସେନେଇ ଉତ୍କଣ୍ଠା ପ୍ରକାଶ ପାଇଛି ।

ଷଡଯନ୍ତ୍ର ପଛରେ ଆମେରିକା !

ତେବେ ଦିଲ୍ଲୀରେ ଥିବା ହସିନାଙ୍କ କିଛି ଘନିଷ୍ଠ ସହଯୋଗୀ ନାମ ଗୋପନ ରଖି କିଛି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ହସିନା ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ତାଙ୍କୁ ଗାଦିଚ୍ୟୁତ କରାଯିବା ପାଇଁ ସିଧା ଆମେରିକାକୁ ଦାୟୀ କରିଛନ୍ତି । ସେ ଆମେରିକାକୁ ବଙ୍ଗୋପସାଗର ମଧ୍ୟରେ ବାଂଲାଦେଶ ଉପକୂଳରେ ଥିବା ସେଣ୍ଟ-ମାର୍ଟିନ ଦ୍ବୀପ ହସ୍ତାନ୍ତର କରିଥିଲେ ତାଙ୍କ ବିରୋଧରେ ଏହି ଷଡଯନ୍ତ୍ର ହୋଇନଥାଆନ୍ତା । ଆମେରିକା ବାଂଲାଦେଶ ସୀମାରେ ଥିବା ସେଣ୍ଟ ମାର୍ଟିନ ଦ୍ବୀପରେ ସାମରିକ ବେସ ପ୍ରସ୍ତୁତ କରିବାକୁ ଚାହୁଁଥିଲା । ମାତ୍ର ହସିନା ସରକାର ଏହାକୁ ଅନୁମତି ଦେଉନଥିଲେ । ଫଳରେ ଆମେରିକା ତାଙ୍କ ବିରୋଧରେ ଏହି ଷଡଯନ୍ତ୍ର କଲା ବୋଲି ହସିନାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି ।

ଚମକାଇଦେବା ଭଳି କଥା ଉଲ୍ଲେଖ କରିଥିଲେ ହସିନା:

ପ୍ରସ୍ତାବିତ ସମ୍ବୋଧନରେ ହସିନା ଉଲ୍ଲେଖ କରିଥିଲ,‘‘ସେମାନେ ଛାତ୍ରଙ୍କ ମୃତଦେହ ଉପରେ ଚଢି କ୍ଷମତା ହାସଲ କରିବାକୁ ଚାହୁଁଥିଲେ । ଏହା ମୁଁ ଚାହୁଁନଥିଲି । ମୁଁ ଅଧିକ ହିଂସା ଚାହୁଁନଥିଲି । ସେଥିପାଇଁ ଇସ୍ତଫା ଦେଲି । ଲୋକମାନେ ମତେ ନିର୍ବାଚିତ କରିଥିଲେ । ଦେଶର ଶାସନ ବ୍ୟବସ୍ଥା ଦେଇଥିଲେ । ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ମୁଁ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଦେଶର ବିଭିନ୍ନ ସ୍ଥାନରେ ଆଓ୍ବାମୀ ଲିଗର ନେତା ଓ କର୍ମୀଙ୍କୁ ଆକ୍ରମଣ ମତେ ଆଘାତ ଦେଇଛି ।’’

ଏହା ମଧ୍ୟ ପଢନ୍ତୁ :-ବାଂଲାଦେଶରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ, ମାଗିଲେ ସୁରକ୍ଷା - Minority Hindu protest in Dhaka

ସେହିପରି ବିବାଦୀୟ ‘ରଜାକାର’ ମନ୍ତବ୍ୟ ନେଇ ମଧ୍ୟ ନିଜ ପ୍ରସ୍ତାବିତ ଭାଷଣରେ ଉଲ୍ଲେଖ କରିଥିଲେ । ସେ ଏପରି କିଛି କହିନାହାନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ, ଯଦି ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣ ନମିଳିବ, ତେବେ କ’ଣ ରଜାକାରଙ୍କ ପିଲାମାନଙ୍କୁ ମିଳିବ । ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କୌଣସି ‘ରଜାକାର’ ଶବ୍ଦ ପ୍ରୟୋଗ କରାଯାଇନଥିଲା । ଏହାକୁ ଭୁଲ ଭାବେ ଉପସ୍ଥାପିତ କରାଗଲା । ଆନ୍ଦୋଳନକାରୀମାନେ ଓ ଏହାକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ସେହି ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମଧ୍ୟ ଭାଷଣରେ ଅନୁରୋଧ କରିଥିଲ ହସିନା । ଆନ୍ଦୋଳନକାରୀମାନେ କଠୋରପନ୍ଥୀଙ୍କ ପ୍ରରୋଚନାରେ ଆସି ଉତ୍ତେଜିତ ହୋଇ ହିଂସା ନକରନ୍ତୁ ବୋଲି ମଧ୍ୟ ସେ ଅପିଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.