ETV Bharat / international

ରଫାରେ ଇସ୍ରାଏଲର ଆକ୍ରମଣ, 28 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Feb 10, 2024, 5:09 PM IST

28 Palestinians Killed in Israeli Strikes in Rafah: ରଫାରେ ଇସ୍ରାଏଲର ଆକ୍ରମଣ । 28 ପାଲେଷ୍ଟାନୀୟଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ରଫାରେ ଇସ୍ରାଏଲର ଆକ୍ରମଣ, 28 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ
ରଫାରେ ଇସ୍ରାଏଲର ଆକ୍ରମଣ, 28 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅସ୍ତ୍ରବିରତି ବନ୍ଦ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ସେନା ଦକ୍ଷିଣ-ଗାଜାରେ ଆକ୍ରମଣ ଆରମ୍ଭ କରିଛି । ଗତକାଲି ମଧ୍ୟରାତ୍ରି ଓ ଆଜି ପୂର୍ବାହ୍ନରେ ଦକ୍ଷିଣ ଗାଜା ଓ ଇଜିଷ୍ଟ ସୀମା ନିକଟବର୍ତ୍ତୀ ରଫା ବର୍ଡର ପୋଷ୍ଟ ଏରିଆରେ ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ 28 ପାଲେଷ୍ଟାନୀୟଙ୍କର ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଉତ୍ତର ଗାଜାରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଆରମ୍ଭ ହେବା ପରେ ଗାଜାବାସୀ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରିତ ହୋଇଥିଲେ । ସେମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ଏବେ ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ।

ନିକଟରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଏହି ଅବଧି ମଧ୍ୟରେ ଉଭୟ ପକ୍ଷ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ କରିବା ସହ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଥିଲେ । ରେଡକ୍ରସ ଓ ଅନ୍ୟ କିଛି ଦେଶର ପ୍ରତନିଧିଙ୍କ ମାଧ୍ୟମରେ ଏହି ପ୍ରତ୍ୟର୍ପଣ ହୋଇଥିଲା । ମାତ୍ର କିଛି ଦିନ ପରେ ପୁଣି ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କରିଥିଲେ ଉଭୟ ଇସ୍ରାଏଲ ଓ ହମାସ । ନିକଟରେ କିଛି ମାସ ହେବ ଇସ୍ରାଏଲ ସେନା ଆକ୍ରମଣକୁ କୋହଳ କରିଥିଲା । ଗତକାଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅସ୍ତ୍ରବିରତି ବନ୍ଦ ଘୋଷଣା କରିବା ସହ ପୁଣି ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ରଫା ବର୍ଡରରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ ସେନା ।

ଏହା ମଧ୍ୟ ପଢନ୍ତୁ :- ସ୍ପଷ୍ଟ କଲେ କେଜ୍ରିଓ୍ବାଲ, ପଞ୍ଜାବର ସମସ୍ତ ଆସନରେ ଏକାକୀ ଲଢିବ AAP

ସୂଚନା ଅନୁସାରେ, ଗତକାଲି ଓ ଆଜି ମଧ୍ୟରାତ୍ରିଠାରୁ ରଫାରେ କ୍ରମାଗତ ଆକ୍ରମଣ କରିଛି ଇସ୍ରାଏଲ ସେନା । ଏଥିରେ ପ୍ରାୟ 10 ଶିଶୁଙ୍କ ସହ 28 ଜଣଙ୍କ ପ୍ରାଣହାନୀ ଘଟିଛି । ମୃତକଙ୍କ ମଧ୍ୟରେ ପ୍ରାୟ 3 ପରିବାରର ସଦସ୍ୟ ରହିଛନ୍ତି । ଇସ୍ରାଏଲ ସେନା ଏକ ଜନବସତି ଏରିଆକୁ ଟାର୍ଗେଟ କରିଥିବା ଗାଜା ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପଟେ ଏହି ଆକ୍ରମଣ ନେଇ ଇସ୍ରାଏଲ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଗତବର୍ଷ ଅକ୍ଟୋବର 7 ତାରିଖରେ ‘ହମାସ’ ଆତଙ୍କୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ 5 ହଜାରରୁ ଅଧିକ ରକେଟ ମାଡ କରିଥିଲା । ଏଥିରେ ପ୍ରାୟ 14 ଶହ ଇସ୍ରାଏଲୀ ପ୍ରାଣ ହରାଇଥିଲେ । ଏହା ପରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ 20 ହଜାର ଗାଜାବାସୀଙ୍କ ମୃତ୍ୟୁ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.