ETV Bharat / health

ବିଶ୍ବ ନିଦ୍ରା ଦିବସ, ସୁସ୍ଥତା ପାଇଁ ଜରୁରୀ ନିଦ

author img

By ETV Bharat Odisha Team

Published : Mar 15, 2024, 12:15 PM IST

World Sleep Day: ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ବିତୀୟ ଶୁକ୍ରବାରକୁ ବିଶ୍ବ ନିଦ୍ରା ଦିବସ ଭାବେ ପାଳନ କରାଯାଏ । ତେବେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

World Sleep Day
World Sleep Day

ହାଇଦ୍ରାବାଦ: ନିଦ୍ରା ସ୍ବାସ୍ଥ୍ୟ ପକ୍ଷେ ବେଶ ଉପଯୋଗୀ ଏହା ସମସ୍ତେ ଜାଣନ୍ତି । କିନ୍ତୁ ଦିନକୁ ଦିନ ନିଦ୍ରା ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଏକ ତଥ୍ୟ ଅନୁସାରେ, ଆମେରିକାରେ ପ୍ରାୟ 50ରୁ 70 ମିଲିୟନ ଲୋକ ନିଦ୍ରା ସମସ୍ୟା ଦେଇ ଗତି କରୁଥିବା ବେଳେ ଭାରତରେ ଏହି ସଂଖ୍ୟା 10.4 କୋଟି ରହିଛି ।

ରାତି 8ରୁ 10 ମଧ୍ୟରେ ଶୋଇବାକୁ ଏକ ଭଲ ଅଭ୍ୟାସ ଭାବରେ ବିବେଚନା କରାଯାଏ । ଠିକ୍ ସମୟରେ ପର୍ଯ୍ୟାପ୍ତ ଶୋଇବା ଏକ ସୁସ୍ଥ ଜୀବନଶୈଳୀକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏହି କ୍ରମରେ ବିଳମ୍ବିତ ରାତିରେ ଶୋଇବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । 7 ଘଣ୍ଟା ଶୋଇବା ମଧ୍ୟମ ଏବଂ ତଦୁର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଉପଯୁକ୍ତ । ଛୋଟ ଛୁଆମାନେ 11ରୁ 14 ଘଣ୍ଟା ଶୋଇବା ଉଚିତ ।

ସାରା ବିଶ୍ବରେ କରାଯାଇଥିବା ଗବେଷଣାରେ ଏହା ଉଲ୍ଲେଖ କରାଯାଇଛି ଯେ, ନିଦ୍ରାର ଅଭାବ ଏବଂ ନିଦ ସମ୍ବନ୍ଧୀୟ ବ୍ୟାଧି ମାନବ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଯାହାକି ଅନେକ ସମୟରେ ଗମ୍ଭୀର ସମସ୍ୟାର କାରଣ ହୋଇଥାଏ । ତେବେ ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁସାରେ, ଗତ 3 ବର୍ଷ ମଧ୍ୟରେ ନିଦ୍ରାହୀନତା ଏବଂ ସ୍ଲିପ ଆପ୍ନିଆ ଭଳି ନିଦ୍ରା ସମନ୍ଧୀୟ ରୋଗରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଲୋକଙ୍କୁ ସଚେତନ କରାଇବା ଏବଂ ସ୍ବାସ୍ଥ୍ୟ ପ୍ରତି ନିଦର ଆବଶ୍ୟକତା ବାବଦରେ ଜଣାଇବା ଉଦ୍ଦେଶ୍ୟରେ "ବିଶ୍ୱ ନିଦ୍ରା ଦିବସ" ୱାର୍ଲ୍ଡ ସ୍ଲିପ୍ ଡେ' ଆୟୋଜନ କରାଯାଉଛି । ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ ନିଦ୍ରା ଦିବସ ପାଳନ କରାଯାଇଥାଏ । ଏହି ପରୀପ୍ରେକ୍ଷୀରେ ଚଳିତ ବର୍ଷର ଥିମ ରହିଛି ବୈଶ୍ବିକ ସ୍ବାସ୍ଥ୍ୟ ପାଇଁ ନିଦର ସମାନତା ।

କିଛି ବର୍ଷ ପୂର୍ବେ ନିଦ୍ରା ସମସ୍ୟା ବୃଦ୍ଧଙ୍କ ସମସ୍ୟା ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଛୋଟ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ନିଦ୍ରା ସମ୍ବନ୍ଧୀୟ ସମସ୍ୟା ଦେଖାଯାଉଛି । ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ବରେ ପ୍ରାୟ 30 ପ୍ରତିଶତ ଲୋକ ନିଦ୍ରା ସମସ୍ୟା ଦେଇ ଗତି କରୁଛନ୍ତି । ଆମେରିକାର ସ୍ଲିପ ଆସୋସିଏସନର ତଥ୍ୟ ଅନୁସାରେ, 25 ମିଲିୟନରୁ ଅଧିକ ଲୋକ ସ୍ଲିପ ଆପ୍ନିଆରେ ପୀଡିତ । ତେବେ ଭାରତରେ ପ୍ରାୟ 10.4 କୋଟିରୁ ଅଧିକ ଲୋକ ନିଦ୍ରା ସମସ୍ୟା ଦେଇ ଗତି କରୁଥିବା ନେଇ ଗତ ବର୍ଷ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: World Sleep Day: ନିଦ୍ରାହୀନତା ଏକ ରୋଗ ନୁହେଁ, ଅନେକ ରୋଗର କାରଣ

ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ, ବ୍ୟସ୍ତ ଏବଂ ଚାପଗ୍ରସ୍ତ ରୁଟିନ୍ ଏବଂ ଅନ୍ୟାନ୍ୟ କାରଣରୁ ଅନେକ ଲୋକ ନିଦ୍ରାହୀନତା ସମସ୍ୟା ଦେଇ ଗତି କରୁଛନ୍ତି । ସ୍ବଳ୍ପ ବୟସର ଲୋକେ ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେଉଛନ୍ତି । ତେବେ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ନିଦ୍ରାହୀନତା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଦୀର୍ଘ ଦିନ ଧରି ଏହି ସମସ୍ୟା ଦେଖାଯିବା ଫଳରେ ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା, ଉଦାସୀନତା, ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ଅନେକ ଗମ୍ଭୀର ସମସ୍ୟାର ଆଶଙ୍କା ବୃଦ୍ଧି ପାଇଥାଏ । କେବଳ ଶାରୀରିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ନୁହେଁ ବରଂ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ମଧ୍ୟ ଭଲ ନିଦ ଆବଶ୍ୟକ । ଭଲ ଏବଂ ଆବଶ୍ୟକ ପରିମାଣର ନିଦ୍ରା କେବଳ ଗୁରୁତର ମାନସିକ ବିକୃତିର ପ୍ରଭାବ ହ୍ରାସ କରିବାରେ ସହାୟକ ହୁଏ ନାହିଁ ବରଂ ମନକୁ ଖୁସି ଏବଂ ଶାନ୍ତ ରଖିବାରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଗମ୍ଭୀର ନିଦ୍ରା ସମସ୍ୟା ଥିବା ଲୋକଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ ବିଶ୍ୱ ନିଦ୍ରା ଦିବସ କମିଟି ଦ୍ୱାରା 2008 ମସିହାରେ ଏଥିପାଇଁ ଏକ ସ୍ବତନ୍ତ୍ର ଦିନ ଆରମ୍ଭ କରାଯାଇଥିଲା । ନିଦ ଔଷଧ ଏବଂ ନିଦ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ପ୍ରଦାନକାରୀଙ୍କୁ ନେଇ ଏହି କମିଟି ଗଠିତ ହୋଇଥିଲା । ନିଦ୍ରା ସମସ୍ୟା ଭୋଗୁଥିବା ଲୋକଙ୍କୁ ସାହାଯ୍ୟ କରିବା ଏହି କମିଟିର ଉଦ୍ଦେଶ୍ୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.