ETV Bharat / health

ବିଶ୍ବ ରେଡକ୍ରସ ଦିବସ, ଜାଣନ୍ତୁ କେମିତି ପ୍ରତିଷ୍ଠା ହେଲା ରେଡକ୍ରସ କମିଟି - World Red Cross Day 2024 - WORLD RED CROSS DAY 2024

World Red Cross Day 2024: ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀରେ ମେ 8ତାରିଖରେ ପାଳନ କରାଯାଏ ବିଶ୍ବ ରେଡକ୍ରସ ଦିବସ । ଅଧିକ ପଢନ୍ତୁ

World Red Cross Day
World Red Cross Day (ETV Bharat)
author img

By ETV Bharat Odisha Team

Published : May 8, 2024, 11:29 AM IST

ହାଇଦ୍ରାବାଦ: ରେଡକ୍ରସ ହେଉଛି ଏଭଳି ଏକ ସ୍ବଚ୍ଛାସେବୀ ସଂଗଠନ ଯିଏକି ସାରା ବିଶ୍ବରେ ଖାଦ୍ୟ ଅଭାବ, ପୁଷ୍ଟିହୀନତା ଦୂର କରିବାରେ, ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଏବଂ ମହାମାରୀ ସମୟରେ ଲୋକଙ୍କ ଯତ୍ନ ନେବା, ରକ୍ତ ଦାନ କରିବା ଏବଂ କର୍କଟ ରୋଗ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଦୁର୍ଗମ ଅଞ୍ଚଳରେ ଅଭାବୀ ଲୋକମାନଙ୍କ ସ୍ବାସ୍ଥ୍ୟଲାଭ ପାଇଁ କାର୍ଯ୍ୟ କରିଥାଏ ।

ତେବେ ଆଜି ବିଶ୍ବ ରେଡକ୍ରସ ଦିବସ । ପ୍ରତିବର୍ଷ ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମେ 8 ରେ ଏହି ଦିବସ ପାଳନ କରାଯାଏ । ତେବେ ଗୋଟିଏ ଥିମକୁ ନେଇ ପାଳିତ ହୋଇଥାଏ ବିଶ୍ବ ରେଡକ୍ରସ ଦିବସ । ଚଳିତ ବର୍ଷର ଥିମ୍ ରହିଛି I give with joy, and the joy I give is a reward । ମୁଁ ଖୁସିର ସାଥ୍ ଦିଏ ଏବଂ ମୁଁ ଯେଉଁ ଖୁସି ଦେଇଥାଏ ତାହା ଏକ ପୁରସ୍କାର ଅଟେ ।

ସୂଚନା ଅନୁସାରେ, ପ୍ରଥମ ରେଡ କ୍ରସ୍ ଦିବସ ଆନୁଷ୍ଠାନିକ ଭାବରେ 1948 ମସିହା ମେ 8 ତାରିଖରେ ପାଳନ କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ଫେବୃଆରୀ 1863 ରେ ଜେନେଭା ପବ୍ଲିକ୍ ୱେଲଫେୟାର ସୋସାଇଟି ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅସୁସ୍ଥ ଏବଂ ଆହତ ଲୋକଙ୍କୁ ସ୍ବାସ୍ଥ୍ୟର ଯତ୍ନ ଏବଂ ସାହାଯ୍ୟ କରିବା । ଏହାପରେ ଏହି କମିଟିର ନାମ ଇଣ୍ଟରନ୍ୟାସନାଲ କମିଟି ଅଫ ଦ ରେଡ କ୍ରସ ରଖାଯାଇଥିଲା । ଏହାପରେ 1863 ମସିହାରେ ସ୍ବିଜରଲ୍ୟାଣ୍ଡର ଜେନେଭା ଠାରେ ଅନ୍ତର୍ଜାତୀୟ ରେଡକ୍ରସ କମିଟି ଏକ ଘରୋଇ ସଂଗଠନ ରୂପେ ଗଠିତ ହୋଇଥିଲା । ଯୁଦ୍ଧ ଏବଂ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତ୍ବରିତ ଏବଂ ଦକ୍ଷ ମାନବୀୟ ପ୍ରତିକ୍ରିୟା ପ୍ରଦାନ କରିବା ଏହାର ମୁ୍ଖ୍ୟ ଉଦ୍ଦେଶ୍ୟ ରହିଥିଲା । ସେତେବେଳେ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ 16 ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ଯ ପଢନ୍ତୁ: ବିଶ୍ବ ରେଡକ୍ରସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ, ‘ମାନବ ଜାତି ରକ୍ଷା କରିବାକୁ ନେବା ପ୍ରତିଜ୍ଞା’

ପ୍ରାରମ୍ଭରେ ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହିଂସା ଏବଂ ଯୁଦ୍ଧର ଶିକାର ତଥା ଯୁଦ୍ଧ ବନ୍ଦୀମାନଙ୍କର ଯତ୍ନ ଏବଂ ଥଇଥାନରେ ସୀମିତ ଥିଲା। କିନ୍ତୁ ପରବର୍ତ୍ତି ସମୟରେ ବିଭିନ୍ନ ରୋଗ ବିଷୟରେ ସଚେତନତା ଅଭିଯାନ ଚଳାଇବା, ପୁଷ୍ଟିହୀନତା ଏବଂ ଗରିବ ଦେଶର ଅଭାବୀ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା, ସେମାନଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ବ୍ୟବସ୍ଥା କରିବା ମଧ୍ୟ ସଂଗଠନର ମୁଖ୍ୟ କାର୍ଯ୍ୟଗୁଡ଼ିକର ଏକ ଅଂଶ ହୋଇଥିଲା ।

ରେଡ କ୍ରସ୍ ସୋସାଇଟି ସାତୋଟି ନୀତି ନିରପେକ୍ଷତା, ମାନବିକତା, ସ୍ବାଧୀନତା, ସ୍ବେଚ୍ଛାକୃତ, ନିରପେକ୍ଷତା, ସର୍ବଭାରତୀୟତା ଏବଂ ଏକତା ଉପରେ କାର୍ଯ୍ୟ କରିଥାଏ । ଏହି ସଂଗଠନର କାର୍ଯ୍ୟକୁ ଚାରି ପ୍ରକାରରେ ବିଭକ୍ତ କରାଯାଇଛି ବିପର୍ଯ୍ୟୟର ମୁକାବିଲା, ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି, ସ୍ୱାସ୍ଥ୍ୟ ଏବଂ ଯତ୍ନ, ମାନବିକ କାରଣଗୁଡିକର ନୀତି ଏବଂ ମୂଲ୍ୟବୋଧକୁ ଅଗ୍ରଗତି କରିବା । ବର୍ତ୍ତମାନ ବିଶ୍ୱର ସମୁଦାୟ 210 ଦେଶ ରେଡ୍ କ୍ରସ୍ ସୋସାଇଟି ସହିତ ଜଡିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.