ETV Bharat / health

ତମାଖୁ ସେବନ ପାଇଁ ପ୍ରତି ସେକେଣ୍ଡ୍‌ରେ ଯାଉଛି ଜୀବନ, ଛାଡିବାକୁ ଆପଣାନ୍ତୁ ଏହି ଉପାୟ - World No Tobacco Day

author img

By ETV Bharat Odisha Team

Published : May 31, 2024, 10:27 AM IST

World No Tobacco Day: ବିଶ୍ବ ତମାଖୁ ବର୍ଜନ ଦିବସରେ ସାରା ଦେଶରେ ଏହା ବିରୋଧରେ ଏକ ସଚେତନତା ଅଭିଯାନ ଚାଲିଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧୂମ୍ରପାନ ଦ୍ବାରା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ତେବେ ତମାଖୁ ସେବନ କରୁଥିବା ବ୍ୟକ୍ତି କିଭଳି ଛାଡିବେ ଜାଣନ୍ତୁ

World No Tobacco Day
World No Tobacco Day (ETV Bharat Odisha)

ହାଇଦ୍ରାବାଦ: ତମାଖୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ତାହା ସମସ୍ତେ ଜାଣନ୍ତି । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ଧୂମପାନ ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ଧୂମପାନ ଏବଂ ତମାଖୁର ନକାରାତ୍ମକ ପ୍ରଭାବ ଜାଣିବା ସତ୍ତ୍ବେ ବିଶ୍ବରେ ବହୁ ସଂଖ୍ୟକ ଲୋକ ତମାଖୁ ସେବନ କରିଥାନ୍ତି । ବିଡି, ସିଗାରେଟ୍ ଏବଂ ଗୁଟଖା ଇତ୍ୟାଦି ଖାଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଧୂମପାନ ଧମନୀକୁ ଦୁର୍ବଳ କରିଥାଏ ଏବଂ କରୋନାରୀ ହୃଦ୍ ରୋଗ ଏବଂ ଷ୍ଟ୍ରୋକର କାରଣ ହୋଇପାରେ । କେତେକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ବର୍ଷ ହେଲା ହୃଦଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁଖ୍ୟ କାରଣ ଧୂମପାନ ଏବଂ ତମାଖୁ ସେବନ ବୋଲି କୁହାଯାଇଛି । ତମାଖୁ ସେବନ ଦ୍ବାରା କର୍କଟ ଏବଂ ଫୁସଫୁସ ରୋଗ ମଧ୍ୟ ହୋଇପାରେ । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି ।

ବିଶ୍ବ ତମାଖୁ ବର୍ଜନ ଦିବସର ଇତିହାସ ମହତ୍ତ୍ବ: ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ବିଶ୍ବରେ ତମାଖୁ ସେବନ ଦ୍ବାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ବ ତମାଖୁ ଦିବସ ପାଳନ କରାଯାଏ । 1987 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କାରଣ ସେହି ସମୟରେ ତମାଖୁ ସେବନ ହେତୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିଲା । ତେବେ ନିଷ୍ପତ୍ତି ନେବାର ବର୍ଷେ ପରେ ଅର୍ଥାତ 1988 ମେ ମାସରେ ପ୍ରଥମ ଥର ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ତମାଖୁ ସେବନ ବନ୍ଦ କରିବା ଏବଂ ଏହା ଦ୍ବାରା ହେଉଥିବା ସମସ୍ୟାକୁ ଲୋକଙ୍କୁ ଅବଗତ କରାଇବା ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: World No Tobacco Day 2022: କେମିତି ରୋକିବେ ତମାଖୁ ସେବନ ?

ବିଶ୍ବ ତମାଖୁ ବର୍ଜନ ଦିବସର ଥିମ୍: ପ୍ରତିବର୍ଷ ଏକ ଥିମ୍‌କୁ ନେଇ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ତେବେ ଚଳିତ ବର୍ଷର ଥିମ ରହିଛି"ଆମକୁ ଖାଦ୍ୟ ଦରକାର, ତମାଖୁ ନୁହଁ(We Need Food-Not Tobacco) ।

ତମାଖୁ ଖାଇଲେ କଣ ହୁଏ: ଗୁଟଖା, ଜର୍ଦା, ଖଇନି ସିଗାରେଟ ଓ ବିଡି ତମାଖୁ ଆଦି ସେବନ ପରେ ଏଥିରେ ଥିବା ନିକୋଟିନ ରାସାୟନିକ କିଛି ମୁହୂର୍ତ୍ତରେ ମସ୍ତିଷ୍କରେ ପହଞ୍ଚିଥାଏ ଏବଂ ଏହା ମସ୍ତିଷ୍କକୁ ଉତ୍ତେଜିତ କରିଥାଏ । ଏହା କିଛି ସମୟ ପାଇଁ ପ୍ରଭାବ ପକାଇଥାଏ । ଏହି ନିଶା ଦ୍ରବ୍ୟର ପ୍ରଭାବ କମିଯିବା ପରେ ପୁଣି ଏହାକୁ ଖାଇବାକୁ ଆହୁରି ଇଚ୍ଛା ପ୍ରକାଶ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଚାପଗ୍ରସ୍ତ ଥାଏ ସେତେବେଳେ ଅଧିକ ସେବନ କରିଥାଏ । ସମୟ ସହିତ, ସେମାନଙ୍କର ଖରାପ ପ୍ରଭାବ କେବଳ ଶରୀର ଉପରେ ନୁହେଁ ବରଂ ବ୍ୟକ୍ତିର ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତମାଖୁ ସେବନର ଚିକିତ୍ସା ସମ୍ଭବ ଏବଂ ଏଥିପାଇଁ ଅନେକ ପ୍ରକାରର ଔଷଧ ଉପଲବ୍ଧ। ସଠିକ୍ ଚିକିତ୍ସା ଏବଂ ଇଚ୍ଛାଶକ୍ତି ଶକ୍ତି ଦ୍ବାରା ଜଣେ ତମାଖୁ ସେବନରୁ ମୁକ୍ତି ପାଇପାରିବ ।

କିଭଳି ଛାଡିବେ ତମାଖୁ: ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି କିମ୍ବା NRT ମାଧ୍ୟମରେ ତମାଖୁ କିମ୍ବା ଧୂମପାନ ମଧ୍ୟ ଛାଡି ଦିଆଯାଇପାରେ । ଏଥିରେ ଏକ ଚୁଇଙ୍ଗମ୍ ଦିଆଯାଏ, ଯେଉଁଥିରେ ନିକୋଟିନ୍ ପଦାର୍ଥ ରହିଥାଏ । ବ୍ୟକ୍ତିର ଧୂମପାନ କ୍ଷମତା ଉପରେ ନିର୍ଭର କରି ଏହା ବିଭିନ୍ନ ଆକାରରେ ଉପଲବ୍ଧ ରହିଥାଏ । ପ୍ରଥମ ସପ୍ତାହରେ ଏହା ଅଧିକ ପରିମାଣରେ ଦିଆଯାଏ ଏବଂ ପରେ ଧୀରେ ଧୀରେ କମାଯାଇଥାଏ । ଏହି ଚୁଇଙ୍ଗମ୍ ମାନବ ଶରୀରରେ ନିକୋଟିନର ଅଭାବ ପୂରଣ କରେ ଏବଂ ସେ ତମାଖୁ ସେବନରୁ ଦୂରେଇ ଯାଏ ।

ଏହି ପଦ୍ଧତିରେ ଏକ ନିକୋଟିନ୍ ପ୍ୟାଚ୍ ପ୍ରୟୋଗ କରାଯାଏ । ରୋଗୀର ମାତ୍ରା ଅନୁଯାୟୀ ଏହା ମଧ୍ୟ ଦିଆଯାଏ । ଶରୀରର ଏକ ଛୋଟ ପ୍ୟାଚ୍ ଲେପନ କରାଯାଏ ଯେଉଁଠାରେ କେଶ ନଥାଏ । ଏହି ପ୍ୟାଚ୍ ମାଧ୍ୟମରେ ଶରୀର ଆବଶ୍ୟକତା ଅନୁଯାୟୀ ନିକୋଟିନ୍ ନେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.