ETV Bharat / health

ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ, ସୁସ୍ଥ ରହିବ ମନ

କୌଣସି ମାରାତ୍ମକ ରୋଗଠୁ କମ୍ ନୁହେଁ ମାନସିକ ଅସୁସ୍ଥତା । ମନକୁ ସୁସ୍ଥ ଓ ଆନନ୍ଦ ରଖିବା ପାଇଁ ମାନନ୍ତୁ ଏସବୁ ଟିପ୍ସ ।

author img

By ETV Bharat Health Team

Published : 2 hours ago

Updated : 5 minutes ago

ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ
ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ (ETV Bharat)

Mental Health Day: କେବେକେବେ ଆମର ଜୀବନର ଗତି ଏତେ ଦ୍ରୁତ ହୋଇଯାଏ ଯେ, ଆମେ ନିଜ ମନର ସ୍ବର ଶୁଣିବାକୁ ଭୁଲିଯାଉ । କ୍ରମଶଃ ମାନସିକ ଚିନ୍ତା, ଚାପ, ବିଷାଦ ଭଳି ଭାବନା ଜୀବନର ଅଂଶ ପାଲଟିଯାଏ । ଏସବୁ ଭାବନା ମାନସିକ ସ୍ବାସ୍ଥ୍ୟ ସହ ଆମର ଶାରିରୀକ ସ୍ବାସ୍ଥ୍ୟ ଉପରେ ବି ପ୍ରଭାବ ପକାଏ । ତେଣୁ ଯଦି ଶରୀରକୁ ସୁସ୍ଥ ତଥା ନିରୋଗ ରଖିବାକୁ ଚାହାଁନ୍ତି ତାହେଲେ ନିଜର ମନକୁ ମଧ୍ୟ ସୁସ୍ଥ ରଖିବାକୁ ପଡିବ । ଶାରିରୀକ ସ୍ବାସ୍ଥ୍ୟ ଭଳି ମାନସିକ ସ୍ବାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁକରି, ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏଥିସହ ଜଡିତ ସାମାଜିକ ଅପବାଦ ଦୂର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ପାଳନ କରାଯାଏ 'ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ' ।

ମାନସିକ ଅସୁସ୍ଥତା କୌଣସି ମାରାତ୍ମକ ରୋଗଠୁ କମ୍ ନୁହେଁ । ପାଠପଢା, କ୍ୟାରିୟର, ଚାକିରି, ଅନ୍ୟାନ୍ୟ ବୃତ୍ତିଗତ ଓ ବ୍ୟକ୍ତିଗତ କାରଣ ଏବଂ କାର୍ଯ୍ୟବ୍ୟସ୍ତତା ବ୍ୟସ୍ତତା ଯୋଗୁଁ ବିଶ୍ବର ଅଧିକାଂଶ ଲୋକେ ମାନସିକ ରୋଗରେ ପୀଡିତ । ଏହାର ପରିଣାମ ଅତି ଭୟଙ୍କର ହୋଇଥାଏ, ଯାହାର ଅନେକ ଦୃଷ୍ଟାନ୍ତ ସମାଜରେ ଦେଖିବାକୁ ମିଳିଛି କେମିତି ଯୁବଗୋଷ୍ଠୀ ପାଠପଢା, କ୍ୟାରିୟର ଅବା ପ୍ରେମରେ ବିଫଳତା କାରଣରୁ ମାନସିକ ଚାପ ବା ଡିପ୍ରେସନର ବଶବର୍ତ୍ତୀ ହୋଇ ଜୀବନ ହାରୁଛନ୍ତି । ଏହି କାରଣରୁ ବର୍ତ୍ତମାନ ମାନସିକ ସୁସ୍ଥତା ଓ ଏହା ବାବଦରେ ସଚେତନତା ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପଡିଛି । ମନୋବୈଜ୍ଞାନିକଙ୍କ ମୁତବାକ, ମନରେ ଆତ୍ମହତ୍ୟା ବିଚାର ଆସିବା ବାୟପୋଲାର ଡିସଅର୍ଡରକୁ ଦର୍ଶାଏ ।

ମାନସିକ ଅସୁସ୍ଥତାର ଲକ୍ଷଣ:

  • ଅତ୍ୟଧିକ ଚିନ୍ତା କରିବା (Over thinking)
  • ବ୍ୟକ୍ତିତ୍ବ ପରିବର୍ତ୍ତନ
  • ଖାଇବା, ଶୋଇବା ଠିକ୍ ନ ରହିବା
  • ଦୈନିକ କାର୍ଯ୍ୟ କରିବାରେ ମନ ନଲାଗିବା କିମ୍ବା ଅସମର୍ଥତା
  • ଲମ୍ବା ସମୟ ଧରି ଅବସାଦ ଓ ଉଦାସିନତା
  • ଛୋଟ ଛୋଟ କଥାରେ ରାଗିବା, ଚିଡଚିଡା ହେବା, ହିଂସକ ଆଚରଣ କରିବା
  • ଆତ୍ମହତ୍ୟା ଭାବନା ଆସିବା
  • ଜଲ୍‌ଦି ମୁଡ୍ ସ୍ବିଇଂ ହେବା
  • ମଦ୍ୟପାନ, ମାଦକ ଦ୍ରବ୍ୟ ସେବନ କରିବା

ମାନସିକ ସ୍ବାସ୍ଥ୍ୟ ପାଇଁ ଟିପ୍ସ:

ଧ୍ୟାନ: ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ 15ରୁ 20 ମିନିଟ୍ ମେଡିଟେସନ ବା ଧ୍ୟାନ ପାଇଁ ସମୟ ବାହାର କରନ୍ତୁ । ପ୍ରଥମେ ପ୍ରଥମେ 5 ମିନିଟ୍‌ରୁ ଆରମ୍ଭ କରନ୍ତୁ । ଏହାପରେ 15ରୁ 20 ମିନିଟ୍ ଯାଏଁ ମେଡିଟେସନ କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ବାରା ମାନସିକ ଚାପ, ଚିନ୍ତା କମ୍ ହୁଏ । ମନରେ ସକରାତ୍ମକ ଅନୁଭବ ହୁଏ ।

ପଢାପଢି କରିବା: ପ୍ରତିଦିନ କିଛି ନା କିଛି ପଢିବା ଅଭ୍ୟାସ କରନ୍ତୁ । ଯଦି ଆପଣ ପଢିବାକୁ ସଉକ ରଖନ୍ତି ତାହେଲେ ବହି ନହେଲ ମାଗାଜିନ କିମ୍ବା ନିଜ ପସନ୍ଦର କିଛି ବିଷୟ ପଢିପାରିବେ । ଏହାବ୍ୟତୀତ ଡାଏରୀ ରଖିବା, କବିତା ଲେଖାଲେଖି କିମ୍ବା ପେଣ୍ଟିଂ କରିପାରିବେ । ଏଥିରେ ମନ ହାଲକା ହୁଏ । ଚିନ୍ତା, ଚାପ ଦୂର ହୋଇଥାଏ ।

ବ୍ୟାୟାମ: ଶାରିରୀକ ସ୍ବାସ୍ଥ୍ୟ ସହ ମାନସିକ ସ୍ବାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ । ପ୍ରତିଦିନ ଅତିକମରେ 20 ମିନିଟ୍ ଏକ୍ସରସାଇଜ କରିବାର ଅଭ୍ୟାସ କରନ୍ତୁ । ଏହାଦ୍ବାରା ଆପଣ ଫିଟ୍ ରହିବା ସହ ଭଲ ନିଦ ଆସିବ ।

ପର୍ଯ୍ୟାପ୍ତ ନିଦ: ସୁସ୍ଥ ରହିବା ପାଇଁ ଉତ୍ତମ ନିଦ ଜରୁରୀ । ରାତିରେ ଅତିକମରେ 7ରୁ 8 ଘଣ୍ଟା ଶୋଇବା ଉଚିତ୍ । ଏହା ମାନସିକ ଚିନ୍ତା, ଚାପ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ସ୍ବାସ୍ଥ୍ୟକର ବ୍ରେକଫାଷ୍ଟ: ସାରା ଦିନର ଭୋଜନ ଭିତରୁ ସକାଳ ଜଳଖିଆ ଅତି ଗୁରୁତ୍ବପୂର୍ଣ୍ଣ ମନେ କରାଯାଏ । ଆଉ ଏହି ଜଳଖିଆରେ ସମସ୍ତ ପୋଷକ ତତ୍ତ୍ବ ରହିବା ଜରୁରୀ । ଏଥିରୁ ଆପଣଙ୍କୁ ଏନର୍ଜି ମିଳିବା ସହ ମୁଡ୍ ଫ୍ରେସ ରହିବ ଏବଂ ମନରେ ସକରାତ୍ମକ ବିଚାର ଆସିବ ।

ନିଜ ମନର ଭାବନା ସେୟାର କରନ୍ତୁ: ମାନସିକ ସୁସ୍ଥତା ପାଇଁ ସବୁଠୁ ଜରୁରୀ ହେଲା ନିଜ ମନର କଥା, ଭାବନା ସେୟାର କରିବା । ହେଲେ ଆଜିକାଲି କାର୍ଯ୍ୟବ୍ୟସ୍ତତା ମଧ୍ୟରେ କାହା ପାଖରେ ଦୁଇ ମିନିଟ୍ ବସି କଥାବାର୍ତ୍ତା ହେବାର ସମୟ ନାହିଁ । ସମସ୍ତେ ନିଜ ନିଜର ଜୀବନରେ ଦୌଡିବାରେ ବ୍ୟସ୍ତ । ଏଥିପାଇଁ ସେମାନେ ନିଜ ଭିତରେ ଥିବା ହସ, ଖୁସି, ଚିନ୍ତା, ଚାପ ଅନ୍ୟ ସହ ସେୟାର କରିପାରନ୍ତି ନାହିଁ । ନିଜ ଭିତରେ ଚାପି ରଖି ଅବସାଦର ଶିକାର ହୁଅନ୍ତି । ଯାହା ବେଳେବେଳେ କଠିନ ନିଷ୍ପତ୍ତି ନେବାକୁ ପ୍ରେରିତ କରିଥାଏ । ଏଥିପାଇଁ ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି ତାହେଲେ ଏହି ଚିନ୍ତା ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ନିହାତି ସେୟାର କରନ୍ତୁ ।

ଜୟପୁରର ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶିବ ଗୌତମ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ, ଏହାର ପ୍ରଭାବ ଶାରିରୀକ ଗତିବିଧିରେ ଦେଖିବାକୁ ମିଳେ । ମାନସିକ ସ୍ବାସ୍ଥ୍ୟ ଖରାପ ହେଲେ ଶରୀରରୁ ଏମିତି ହରମୋନ କ୍ଷରଣ ହୁଏ ଯାହା ଶାରିରୀକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ । ସେ ଆହୁରି କହିଛନ୍ତି, ଚଳିତ ବର୍ଷ ବିଶ୍ବ ମାନସିକ ଦିବସର ଥିମ୍ ରହିଛି ' Meantak Health At Work Place' । ଆଜିକାଲି ମହିଳାମାନେ ଅଧିକ ଷ୍ଟ୍ରେସ ବା ଚାପରେ ରହୁଥିବା ଦେଖିବାକୁ ମିଳୁଛି । ଖାସ୍ କରି କାର୍ଯ୍ୟରତ ମହିଳାଙ୍କ ଜୀବନରେ ଚାପ ଅଧିକ, କାରଣ ସେମାନଙ୍କୁ ପରିବାର ଓ ୱାର୍କ ପ୍ଲେସ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିଥାଏ । ପରିବାର ସମ୍ଭାଳିବା ସହ ଅଫିସରେ ନିଜକୁ ପ୍ରମାଣିତ କରିବାର ଦାୟିତ୍ବ ସେମାନଙ୍କ ଉପରେ ରହୁଥିବାରୁ ଅଧିକ ଚାପଗ୍ରସ୍ତ ଅନୁଭବ କରିଥାନ୍ତି । ଏଥିରୁ ମୁକ୍ତି ପାଇଁ ସନ୍ତୁଳିତ ଆହାର ଗ୍ରହଣ ସହ ପର୍ଯ୍ୟାପ୍ତ ନିଦ ଓ ନିୟମିତ ବ୍ୟାୟାମ କରିବା ଜରୁରୀ ।

Last Updated : 5 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.