ETV Bharat / health

ଯୁବାବସ୍ଥାରେ ବଢୁଛି ଉଚ୍ଚ ରକ୍ତଚାପ ସମସ୍ୟା, ଜାଣନ୍ତୁ ଏହା ପଛର କାରଣ - World Hypertension Day 2024

World Hypertension Day 2024: ରକ୍ତଚାପ ବୃଦ୍ଧି ହେବା ପରେ ଏହାର ପ୍ରଭାବ ହାର୍ଟ ଏବଂ କିଡନୀ ଉପରେ ପଡିଥାଏ । ତେବେ ଜାଣନ୍ତୁ କିଭଳି ଏହାର ପ୍ରତିକାର କରିବେ

World Hypertension Day
World Hypertension Day (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 12:37 PM IST

Updated : May 17, 2024, 1:48 PM IST

ହାଇଦ୍ରାବାଦ: ଉଚ୍ଚ ରକ୍ତଚାପ... ଆଜିକା ସମୟରେ ପ୍ରାୟ ସମସ୍ତେ ଏହି ରୋଗର ଶିକାର ହେଉଛନ୍ତି । ଏମିତିକି କିଶୋରମାନେ ମଧ୍ୟ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ହେଉଛନ୍ତି । ବିଶ୍ବରେ ଏକ ବିଲିୟନରୁ ଅଧିକ ଲୋକ ଉଚ୍ଚରକ୍ତଚାପରେ ପୀଡିତ । କେତେକ କ୍ଷେତ୍ରରେ ଏହା ଅକାଳ ମୃତ୍ୟୁର କାରଣ ମଧ୍ୟ ସାଜିପାରେ । କିନ୍ତୁ ଚିନ୍ତାର ବିଷୟ ଏହା ଯେ, ଅନେକ ବ୍ୟକ୍ତି ଉଚ୍ଚ ରକ୍ତଚାପ ହେଲେ ମଧ୍ୟ ଜାଣିପାରନ୍ତି ନାହିଁ । ତେଣୁ ଏହି ରୋଗକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । ଠିକ ସମୟରେ ଚିକିତ୍ସା ନକରିବା ଦ୍ବାରା ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଧମନୀରେ ରକ୍ତଚାପ ବୃଦ୍ଧି ହେଲେ ଏହି ସମସ୍ୟା ଉପୁଜିଥାଏ । ରକ୍ତଚାପ ଦିନସାରା ଅନେକ ଥର ବଢିଥାଏ ଏବଂ କମିଥାଏ । କିନ୍ତୁ ଏଭଳି ଅବସ୍ଥା ଦୀର୍ଘ ସମସ୍ୟା ଧରି ରହିବା ଦ୍ବାରା ସମସ୍ୟା ଉପୁଜିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ତେବେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅର୍ଥାତ୍ ବିଶ୍ୱରେ ଉଚ୍ଚ ରକ୍ତଚାପ ବୃଦ୍ଧି ସମସ୍ୟାକୁ ରୋକିବା ଏବଂ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ 17 ମଇରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଏ ।

Hypertension
Hypertension (ETV Bharat Odisha)

2005 ମସିହାରେ ପ୍ରଥମ ଥର ପାଇଁ ଦ ଓ୍ବାର୍ଲଡ ହାଇପର ଟେନସନ ଲିଗ୍ ଏହି ଦିବସ ପାଳନ କରିଥିଲା । ଜଣେ ବ୍ୟକ୍ତିର ସାଧାରଣ ରକ୍ତଚାପ 120/80 ବୋଲି ବିବେଚନା କରାଯାଏ । 120ରୁ 140 ମଧ୍ୟରେ ରହିଲେ ଏହା ଅସାମାନ୍ୟ ବୋଲି ଧରାଯାଏ । ଏହି ସୀମା ମଧ୍ୟରେ ରହିଲେ ଔଷଧ ନଖାଇ କେବଳ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ବ୍ୟାୟାମ କରିବା ଦ୍ବାରା ଠିକ ହୋଇପାରିବ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ରକ୍ତଚାପ 140/90ରୁ ଅଧିକ ହେଲେ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି। ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ, ମହିଳାମାନଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ହାଇପର ଟେନସନ ହୋଇଥାଏ । ତେବେ ପ୍ରତିବର୍ଷ ଏକ ଥିମ୍କୁ ନେଇ ବିଶ୍ବ ଉଚ୍ଚରକ୍ତଚାପ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି Measure your Blood Pressure Accurately, Control It, Live Longer । ଏହାର ଅର୍ଥ ହେଉଛି ଉଚ୍ଚ ରକ୍ତଚାପକୁ ଠିକ ଭାବେ ମାପ କରନ୍ତୁ, ଏହାକୁ କଣ୍ଟ୍ରୋଲ କରିବା ଦ୍ବାରା ଦୀର୍ଘଦିନ ବଞ୍ଚିପାରିବେ ।

Hypertension
Hypertension (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଉଚ୍ଚ ରକ୍ତଚାପ ପାଇଁ ମହୌଷଧି, ବାହାରିଲା ଲର୍ଣ୍ଣଡ୍ରୋଷ୍ଟ୍ରାଟ ଔଷଧ

କଣ ପାଇଁ ବୃଦ୍ଧି ପାଏ ରକ୍ତଚାପ: ଆଜିକା ସମୟରେ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଚିନ୍ତା ବୃଦ୍ଧି ପାଇବା କାରଣରୁ ରକ୍ତଚାପ ବୃଦ୍ଧି ପାଇଥାଏ । ଲୁଣର ଅଧିକ ଖାଇବା, ଅଧିକ ପରିମାଣର କଫି ପିଇବା, ମଦ୍ୟପାନ ଏବଂ ଧୂମ୍ରପାନ କରିବା ଦ୍ବାରା ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ଲୁଣ ଆମ ଖାଦ୍ୟରେ ସ୍ୱାଦ ବଢ଼ାଇ ଥାଏ । କିନ୍ତୁ ଅତ୍ୟଧିକ ଲୁଣ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯେତେବେଳେ ଚିନି କଫି ସହିତ ମିଶ୍ରିତ ହୁଏ, ଏହା ଶରୀରରେ ରକ୍ତଚାପ ବଢାଇଥାଏ । ଦିନରେ ଯେଉଁମାନେ ବାରମ୍ବାର ଧୂମପାନ କରନ୍ତି, ସୋମାନଙ୍କ ରକ୍ତଚାପର ବଢିଥାଏ ।

କଣ କଲେ ନିୟନ୍ତ୍ରଣ ହେବ ଉଚ୍ଚରକ୍ତଚାପ:

କମ୍ ଲୁଣ ଖାଇବା: ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ପାଇଥାଏ । ତେଣୁ ଲୁଣ କମ୍ ପରିମାଣରେ ଖାଇବା ଉଚିତ । ପ୍ରୋସେସ ଫୁଡ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । କାରଣ ଏଥିରେ ଅଧିକ ପରିମାଣରେ ସୋଡିୟମ ରହିଥାଏ ।

ମେଦବହୁଳତା ହ୍ରାସ କରନ୍ତୁ: ଯଦି ଓଜନ ଦିନକୁ ଦିନ ବୃଦ୍ଧି ପାଉଛି, ତେବେ ଶରୀରରେ ଉଚ୍ଚ ରକ୍ତଚାପର ଆଶଙ୍କା ଥାଏ । ଓଜନ ହ୍ରାସ ହେବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ହ୍ରାସ ହୁଏ, ଯାହା ଷ୍ଟ୍ରୋକ୍‌ର ଆଶଙ୍କାଙ୍କୁ ହ୍ରାସ କରିଥାଏ ।

ଅଧିକ ଚିନ୍ତା କରନ୍ତୁ ନାହିଁ: ଅତ୍ୟଧିକ ଚିନ୍ତା ଯୋଗୁଁ ରକ୍ତଚାପର ସମସ୍ୟା ବଢିବାକୁ ଲାଗେ । ଏହାକୁ ଏଡାଇବା ପାଇଁ, ଅଧିକାଂଶ ସମୟ ପ୍ରିୟ କାର୍ଯ୍ୟ କରି ସମୟ ବିତାନ୍ତୁ । ନିଜକୁ ଆରାମରେ ରଖନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇଯାଆନ୍ତୁ, ଯାହାଫଳରେ ଶରୀରରେ ଥିବା ଟେନ୍‌ସନ୍‌ ମୁକ୍ତ ହେବା ଆରମ୍ଭ କରେ ।

Last Updated : May 17, 2024, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.