ETV Bharat / health

ଦୂଷିତ ଖାଦ୍ୟକୁ ବାଏ ବାଏ କରନ୍ତୁ, ହସ ଖୁସିରେ ଜୀବନ ବଞ୍ଚନ୍ତୁ - World Food Safety Day

author img

By ETV Bharat Odisha Team

Published : Jun 7, 2024, 10:17 AM IST

World Food Safety Day: ପ୍ରତିବର୍ଷ ଜୁନ 7 ତାରିଖ ଦିନ ସାରା ବିଶ୍ବରେ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିବସ ପାଳନ କରିବା ପଛରେ କଣ ରହିଛି ମୁଖ୍ୟ ଉଦ୍ଦେଶ୍ୟ ଜାଣନ୍ତୁ....

World Food Safety Day
World Food Safety Day (ETV Bharat Odisha)

ହାଇଦ୍ରାବାଦ: ଆଜି ବିଶ୍ବ ଖାଦ୍ୟ ସୁରକ୍ଷା ଦିବସ । ପ୍ରତିବର୍ଷ ଜୁନ 7 ତାରିଖ ଦିନ ସାରା ବିଶ୍ବରେ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଂଘ ଅନୁଯାୟୀ, ଆଜିର ଦିନକୁ ପାଳନ କରିବା ଜରୁରୀ ଅଟେ । ଯାହାଦ୍ବାରା ଲୋକମାନେ ଖାଦ୍ୟର ମହତ୍ତ୍ବକୁ ବୁଝିପାରିବେ । ଗୀତାରେ ମଧ୍ୟ ଏକ ଶ୍ଲୋକ ରହିଛି ‘ଅଣ୍ଡ ବିହୁନେ ପିଣ୍ଡ ନାଶ’ । ଏହାର ଅର୍ଥ ଖାଦ୍ୟ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ ଅଟେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦେଶ ତଥା ଅନ୍ୟ ଗୋଷ୍ଠୀ ସହ ମିଶି ଏହି ଦିନ ପାଳନ କରିବା ପାଇଁ କାର୍ଯ୍ୟ କରନ୍ତି । ଆମେ ଖାଉଥିବା ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ ବୋଲି ସମସ୍ତେ ବିବେଚନା କରିବା ଜରୁରୀ ଅଟେ ।

ମହତ୍ତ୍ବ: ଖାଦ୍ୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ସମସ୍ତଙ୍କୁ ପ୍ରଭାବିତ କରିଥାଏ । ଅସୁରକ୍ଷିତ ଖାଦ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ । ଯେଉଁମାନେ ପୃଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ ରୋଗର ଶିକାର ହୁଅନ୍ତି ସେମାନଙ୍କୁ ଖାଦ୍ୟର ମହତ୍ତ୍ବ ବିଷୟରେ ବୁଝାଇବା ଆଜି ଦିନର ଉଦ୍ଦେଶ୍ୟ ଅଟେ । ପ୍ରଥମେ 2018 ଡିସେମ୍ବର ମାସରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ଏହି ବର୍ଷ ଠାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ଖାଦ୍ୟ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଦୂଷିତ ଖାଦ୍ୟ ଖାଇବା କାରଣରୁ ପ୍ରତିବର୍ଷ 4 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବ ଖାଦ୍ୟ ନିରାପତ୍ତା ଦିବସ: ଖାଦ୍ୟକୁ ଔଷଧ କରନ୍ତୁ ବିଶ୍ବବାସୀ

ସ୍ବାସ୍ଥ୍ୟ ସୁରକ୍ଷାର ଧ୍ୟାନ: ପୃଷ୍ଟିକର ଖାଦ୍ୟ ରୋଗକୁ ରୋକିଥାଏ ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ । ଦୂଷିତ ଖାଦ୍ୟ ଖାଦ୍ୟ ଦ୍ବାରା ରୋଗ ସୃଷ୍ଟି କରିବାର ସମ୍ଭାବନାକୁ ବୃଦ୍ଧି କରିଥାଏ । ଯାହା ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ଏବଂ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଭଳି ଦୁର୍ବଳ ଜନଜାତିଙ୍କ ପାଇଁ ବିଶେଷ ବିପଜ୍ଜନକ ହୋଇପାରେ ।

ଆର୍ଥିକ ପ୍ରଭାବ: ଖାଦ୍ୟ ଯୋଗୁଁ ହେଉଥିବା ରୋଗ ସ୍ବାସ୍ଥ୍ୟସେବା ଖର୍ଚ୍ଚ ଏବଂ ଉତ୍ପାଦକତା ହ୍ରାସ ଯୋଗୁଁ ଅର୍ଥନୈତିକ ଭାର ବୃଦ୍ଧି ପାଇଥାଏ । ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏହି ଖର୍ଚ୍ଚ ହ୍ରାସ କରିବାରେ ଏବଂ ଆର୍ଥିକ ସ୍ଥିରତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।

ବୈଶ୍ବିକ ଖାଦ୍ୟ ବ୍ୟାପାର: ଅନ୍ତରାଷ୍ଟ୍ରୀୟ ବ୍ୟାପାର ପାଇଁ ସୁରକ୍ଷିତ ଖାଦ୍ୟର ଆବଶ୍ୟକତା ରହିଥାଏ । ବିଶ୍ବ ବଜାରରେ ସେମାନଙ୍କର ଖାଦ୍ୟ ପଦାର୍ଥ ଗ୍ରହଣୀୟ ହେବା ନିଶ୍ଚିତ କରିବାକୁ ଦେଶଗୁଡିକ ଖାଦ୍ୟ ନିରାପତ୍ତା ମାନ ଅନୁସରଣ କରିବା ଜରୁରୀ ।

ବିଶ୍ବ ଖାଦ୍ୟ ସୁରକ୍ଷା ଦିବସର ଥିମ୍: ପ୍ରତିବର୍ଷ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଏକ ଥିମ୍ ସ୍ଥିର କରିଥାଏ । ଏହି ଥିମକୁ ନେଇ ବିଶ୍ବ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଇଥାଏ । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଏକ ଥିମ୍ ରଖାଯାଇଯାଇଛି । ଆଜିର ବିଷୟବସ୍ତୁ ହେଉଛି ସେଫ ଫୁଡ, ବେଟର ହେଲ୍‌ଥ । ଏହାର ଅର୍ଥ ହେଉଛି ନିରାପଦ ତଥା ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ବଜାୟୀ ରହିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.