ETV Bharat / health

କେତେ ଭୟଙ୍କର ଆସ୍ଥମା ? ପ୍ରତିବର୍ଷ ଯାଉଛି 2ଲକ୍ଷଙ୍କ ଜୀବନ, ଜାଣନ୍ତୁ ବର୍ତ୍ତିବାର ତରିକା - World Asthma Day 2024 - WORLD ASTHMA DAY 2024

World Asthma Day 2024: ମେ'ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ବ ଆସ୍ଥମା ଦିବସ ଭାବେ ପାଳନ କରାଯାଏ । ତେବେ ଜାଣନ୍ତୁ ଆସ୍ଥମା କଣ ଏବଂ କାହିଁକି ପାଳନ କରାଯାଏ ଏହି ଦିବସ

World Asthma Day
World Asthma Day (ETV Bharat Odisha)
author img

By ETV Bharat Odisha Team

Published : May 7, 2024, 10:47 AM IST

ହାଇଦ୍ରବାଦ: ଆସ୍ଥମା ଏକ ଗୁରୁତର ଏବଂ ବିପଜ୍ଜନକ ରୋଗ । ଯାହା ଫୁସଫୁସରେ ଦେଖାଯାଇଥାଏ । ଏହା ଦ୍ବାରା ଶରୀରର ବାୟୁପଥରେ ଥିବା ମାଂସପେଶୀରେ ଫୁଲା ଏବଂ କଠିନତା ରହିଥାଏ । ତେଣୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ । ସବୁ ବୟସର ଲୋକମାନେ ଏହି ବିପଦର ସମ୍ମୁଖୀନ ହେଉଛନ୍ତି । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରିବେଶାଗତ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ ଏହା ଆସ୍ଥମା ସମସ୍ୟାକୁ ବୃଦ୍ଧି ହୋଇଥାଏ । ତଥ୍ୟ ଅନୁସାରେ, ବିଶ୍ବରେ ଆସ୍ଥମା କାରଣରୁ 46 ପ୍ରତିଶତଙ୍କ ମୃତ୍ୟୁ ହୋଇଥାଏ । ଏହାକୁ ନେଇ ସଚେତନତା ଏବଂ ସତର୍କତା ପାଇଁ ଆସ୍ଥମା ଦିବସ ପାଳନ କରାଯିବ । ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗ ଆସ୍ଥମା(Asthma)କୁ ଏଡାଇବା ପାଇଁ ପ୍ରତିବର୍ଷ ମେ' ମାସ ପ୍ରଥମ ମଙ୍ଗଳବାରକୁ ଆସ୍ଥମା ଦିବସ ରୂପେ ପାଳନ କରାଯାଏ । ପ୍ରାରମ୍ଭିକ ଅବସ୍ଥାରେ ହିଁ ସଚେତନ ହେବା ଦ୍ବାରା ରୋଗକୁ ଏଡାଯାଇପାରିବ ।

1998 ମସିହାରେ ପ୍ରଥମେ ବିଶ୍ବ ଆସ୍ଥମା ଦିବସ ପାଳନ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ପ୍ରାୟ 20 ନିୟୁତ ଆସ୍ଥମା ରୋଗୀ ଅଛନ୍ତି । ଏଥିରେ ସବୁ ବୟସର ଲୋକ ଅନ୍ତର୍ଭୁକ୍ତ । ଏହା ଏପରି ଏକ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ, ଯେଉଁ ଅବସ୍ଥାରେ ସଂକ୍ରମଣ ହେବାର ବିପଦ ଅଧିକ ଥାଏ । ପ୍ରତିବର୍ଷ ଏକ ଥିମକୁ ନେଇ ବିଶ୍ବ ଆସ୍ଥମା ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି Asthma Education Empowers ।

ଏହା ମଧ୍ୟ ପଢନ୍ତୁ: ବିଶ୍ବ ପାଳୁଛି ଆସ୍ଥମା ଦିବସ

ଆସ୍ଥମା ସମସ୍ୟା ଏବଂ ଏହାର କାରଣ: ଆସ୍ଥମା ହେଉଛି ଶ୍ବାସକ୍ରିୟା ଜନିତ ସମସ୍ୟା । ଏହା ଦ୍ବାରା ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ । ପ୍ରଦୂଷଣ ବୃଦ୍ଧି, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅନ୍ୟ କେତେକ କାରଣ ଯୋଗୁଁ ଆସ୍ଥମା ହେବାର ସମ୍ଭାବନା ଅଧିକ ରହିଥାଏ । ଆସ୍ଥମା ପ୍ରକୃତରେ ଫୁସଫୁସ ସହିତ ଜଡିତ ଏକ ରୋଗ, ଯେଉଁଥିରେ ବାୟୁପଥ ଫୁଲିଯାଏ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଆରମ୍ଭ ହୁଏ । ଫଳସ୍ୱରୂପ ରୋଗୀଙ୍କର ନିଶ୍ୱାସ ନେବାରେ ଅସୁବିଧା ହୁଏ । ସମୟ ଅନୁସାରେ ଅସୁବିଧା ବଢିବାର ସମ୍ଭାବନା ରହିଥିବାରୁ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ନେଇଛନ୍ତି । ବାରମ୍ବାର ଗୋଟିଏ ପ୍ରକାରର ଆଲର୍ଜି ସଂକ୍ରମଣ କରିବା, ଶୋଇବା ସମୟରେ ଅତ୍ୟଧିକ ଅସ୍ଥିରତା, ଛାତିରେ ଯନ୍ତ୍ରଣା, ଶୋଇ ନ ପାରିବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେବା, କୌଣସି ଔଷଧ ସେବନ ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ ।

ଧୂଳି ପ୍ରଦୂଷଣରୁ ବର୍ତ୍ତନ୍ତୁ: ଧୂଳି, ପ୍ରଦୂଷଣ କାରଣରୁ ଶରୀରରେ ପ୍ରତିକ୍ରିୟା ଦେଖାଯାଇଥାଏ । ଅଧିକ ସଂକ୍ରମଣ ହେବା କାରଣରୁ ବାୟୁପଥରେ ଫୁଲା ଏବଂ ସଙ୍କୋଚନ ହେବାର ସମ୍ଭାବନା ଅଧିକ ରହିଥାଏ । ଫଳରେ ଆସ୍ଥମା ସମସ୍ୟା ବୃଦ୍ଧି ପାଇଥାଏ । ବିଶେଷ କରି ଶ୍ବାସରୋଗୀମାନେ ପ୍ରଦୂଷଣରୁ ଦୂରେଇ ରହିବା ଉଚିତ । ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ଦ୍ବାରା ଏହି ସମସ୍ୟାକୁ ରୋକାଯାଇପାରିବ ।

ଭାଇରାଲ୍ ସଂକ୍ରମଣ ହେତୁ ବଢିବାରେ ସମସ୍ୟା: ଭାଇରାଲ ସଂକ୍ରମଣ ଯେପରିକି ଥଣ୍ଡା, ଫ୍ଲୁ କାରଣରୁ ଆସ୍ଥମା ସମସ୍ୟା ଆହୁରି ହେବା ନେଇ ସମ୍ଭାବନା ରହିଥାଏ । ଆସ୍ଥମା ରୋଗୀଙ୍କୁ ଭାଇରାଲ ସଂକ୍ରମଣ ଠାରୁ ଦୂରେଇ ରହିବା ଉଚିତ । ବିଶେଷକରି ଥଣ୍ଡା ପବନ, ଆର୍ଦ୍ରତା କିମ୍ବା ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଭଳି ପାଣିପାଗର ପରିବର୍ତ୍ତନ ହେତୁ ବାୟୁପଥରେ ସମସ୍ୟା ବୃଦ୍ଧି ପାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.