ହାଇଦ୍ରାବାଦ: ଆଜି ବିଶ୍ବ ଏଡସ୍ ଟିକା ଦିବସ । ଏଡସ୍ ଏକ ବିପଜ୍ଜନକ ରୋଗ ଯାହା ଏଚ୍.ଆଇ.ଭି ନାମକ ଏକ ଜୀବାଣୁ ଦ୍ବାରା ବିସ୍ତାର ହୋଇଥାଏ । ଏଚଆଇଭି ରୋକିବା ଏବଂ ଏଡସ ଟିକା ଅନୁସନ୍ଧାନ ବିଷୟରେ ଶିକ୍ଷା ଦେବା ଆଜି ଦିନର ଲକ୍ଷ୍ୟ ଅଟେ । ଏହି ରୋଗ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ଏବଂ ଟିକା ବାହାରି ନଥିବା ବେଳେ ସଚେତନତା ଦ୍ବାରା ଏହାର ପ୍ରଭାବକୁ ରୋକାଯାଇ ପାରିବ । ସଂପୂର୍ଣ୍ଣ ପ୍ରଭାବଶାଳୀ ଟୀକାକରଣର ଆବଶ୍ୟକତା ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ବ ଏଡସ୍ ଟିକା ଦିବସ ପାଳନ କରାଯାଏ ।
ବିଶ୍ବ ଏଡସ୍ ଟିକା ଦିବସର ଇତିହାସ: 1997 ମସିହାରେ, ଅନ୍ତର୍ଜାତୀୟ ଏଡସ୍ ଟିକା ପରୀକ୍ଷା କରାଯାଇଥିଲା । ଯାହାର ବାର୍ଷିକୀରେ 1998 ମେ 18ରେ ଏଚ୍.ଆଇ.ଭି ଟିକା ସଚେତନତା ଦିବସ ପାଳନ କରାଯାଇଥିଲା । ପ୍ୟାରିସରେ ଚାଲିଥିବା ବିଶ୍ୱ ଏଡସ୍ ଟିକା ସମ୍ମିଳନୀରେ ଏକ ପ୍ରସ୍ତାବ ପରେ 1997 ରେ ବିଶ୍ୱ ଏଡସ୍ ଟିକା ଦିବସ ପ୍ରତିଷ୍ଠା କରାଯାଇଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ, ଯୁକ୍ତରାଷ୍ଟ୍ରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଏବଂ ଏଚ୍.ଆଇ.ଭି. ବର୍ତ୍ତମାନ, ବିଶ୍ବର ଅନେକ ସରକାରୀ, ଅଣ-ସରକାରୀ, ସ୍ୱାସ୍ଥ୍ୟ ଏବଂ ସାମାଜିକ ସଂଗଠନ ଏଡ୍ସ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ଏହାକୁ ରୋକିବା ପାଇଁ ଟିକା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ପ୍ରଦାୟର କାର୍ଯ୍ୟକ୍ରମ, ସମାବେଶ, ସମ୍ମିଳନୀ ସହ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହା ଏକ ବିପଦ ଜନକ ରୋଗ ହୋଇଥିବା ବେଳେ ଲୋକଙ୍କୁ ସତେତନତା ସୃଷ୍ଟି କରିବା ଆବଶ୍ୟକ । ଏହି ସଂକ୍ରମଣର ପ୍ରଭାବରେ ଆସିବା ପୂର୍ବରୁ, ଯଦି ଶରୀରରେ ଏହାର ସୁରକ୍ଷା ଥାଏ, ତେବେ ଅନେକ ଲୋକ ଏହି ରୋଗର ପ୍ରଭାବରୁ ରକ୍ଷା ପାଇପାରିବେ ।
ଏହା ମଧ୍ୟ ପଢନ୍ତୁ: World Aids Vaccine Day: ମାରାତ୍ମକ ଏଡସର ବାହାରି ପାରିନି ଟିକା, ସଚେତନତା ହିଁ ରୋକିବ ରୋଗ
ବିଶେଷକରି ଅସୁରକ୍ଷିତ ଏବଂ ଅଧିକ ଲୋକଙ୍କ ସହିତ ଯୌନ ସମ୍ପର୍କ କାରଣରୁ ଏଡସ୍ ହୋଇଥାଏ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ, ଜଣେ ଏଚ୍.ଆଇ.ଭି ସଂକ୍ରମିତ ପୁରୁଷ କିମ୍ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା, ସଂକ୍ରମିତ ବ୍ୟକ୍ତିଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ଛୁଞ୍ଚିକୁ ପୁନଃବ୍ୟବହାର କରିବା ଦ୍ବାରା ଏହା ସଂକ୍ରମିତ ହୋଇଥାଏ । ଏହା ବ୍ୟତୀତ, ଏହି ସଂକ୍ରମଣ ପ୍ଲେସେଣ୍ଟା ମାଧ୍ୟମରେ ଏଚ୍.ଆଇ.ଭି ସଂକ୍ରମଣରେ ପୀଡିତ ଗର୍ଭବତୀ ମହିଳାଙ୍କ ଗର୍ଭରେ ବଢୁଥିବା ଶିଶୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ଲୋକମାନେ ସାଧାରଣତଃ HIV ସଂକ୍ରମିତ ବ୍ୟକ୍ତିଙ୍କୁ ଚୁମ୍ବନ କରିବା, ସେମାନେ ବ୍ୟବହାର କରିଥିବା ସାମଗ୍ରୀ ବ୍ୟବହାର କରିବା, ସେମାନଙ୍କ ସହିତ ଏକାଠି ଗୋଟିଏ ପରିବେଶରେ ରହିବା, ସେମାନଙ୍କ ପୋଷାକ ବ୍ୟବହାର କରିବା କାରଣରୁ ହୋଇଥାଏ ବୋଲି ଭାବିଥାନ୍ତି, ଯାହା ସଠିକ୍ ନୁହେଁ । ଏଚ୍.ଆଇ.ଭି ଜୀବାଣୁ ବାୟୁ ମାଧ୍ୟମରେ ବିସ୍ତାର ହୁଏ ନାହିଁ କିମ୍ବା ସଂକ୍ରମିତ ବ୍ୟକ୍ତି କାଶ, ଛିଙ୍କ କିମ୍ବା ଛେପ ମାଧ୍ୟମରେ ବ୍ୟାପେ ନାହିଁ । ଏହା ବ୍ୟତୀତ ଏଚଆଇଭି ପଜିଟିଭ ବ୍ୟକ୍ତିଙ୍କ ସହ ସୁଇମିଂ ପୁଲରେ ଗାଧୋଇବା କିମ୍ବା ସେମାନଙ୍କ ସହ ମିଳାମିଶା କରିବା ଦ୍ବାରା ଆସିନଥାଏ । ତେଣୁ ଏସବୁ ଭୁଲ୍ ଭାବନାରୁ ଦୂରେଇ ରହି ରୋଗୀଙ୍କ ସୁରକ୍ଷା ପ୍ରତି ସଚେତନତା ଏବଂ ସେମାନଙ୍କ ପ୍ରତି ଦାୟିତ୍ବବାନ ହୋଇପାରିଲେ ଏହିପରି ଏକ ଗୋଗକୁ ମାତ୍ ଦେଇହେବ ।