ETV Bharat / health

କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା; ଏହା ପଛର କାରଣ କଣ ? କେଉଁ ସବୁ ଲକ୍ଷଣ ଦେଖିଲେ ରହିବେ ସତର୍କ - WHY SUICIDE RATE RISING

author img

By ETV Bharat Odisha Team

Published : Aug 7, 2024, 9:39 PM IST

Why Suicide Death Case Rate Rising: ଆଜିକାଲି ଆତ୍ମହତ୍ୟା ପ୍ରବଣତା କାହିଁକି ବଢୁଛି । କ’ଣ ରହିଛି ଏହାର କାରଣ । ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ କେଉଁ ସବୁ ଲକ୍ଷଣ ଦେଖାଦିଏ । କିପରି ଏହାର ନିରାକରଣ କରାଯାଇ ପାରିବ । କ'ଣ କହୁଛନ୍ତି ମାନସିକ ରୋଗ ବିଭାଗ ଡାକ୍ତର ପଢ଼ନ୍ତୁ ।

Why Suicide Death Case Rate Rising
Why Suicide Death Case Rate Rising (ETV Bharat Odisha)

କଟକ: ଜୀବନର ଶେଷ ରାସ୍ତା କ'ଣ ଆତ୍ମହତ୍ୟା ? ଆତ୍ମହତ୍ୟା କ'ଣ ସବୁ ସମସ୍ୟାର ସମାଧାନ ? ଯଦି ନାଁ ତେବେ କାହିଁକି ବଢ଼ୁଛି ଆତ୍ମହତ୍ୟା ଜନୀତ ମୃତ୍ୟୁ ସଂଖ୍ୟା ? କ'ଣ ପାଇଁ ଜଣେ ବ୍ୟକ୍ତି ଜୀବନ ହାରିବାକୁ ସବୁ ସମସ୍ୟାର ସାମାଧାନ ବୋଲି ଭାବୁଛି । ବର୍ତ୍ତମାନ ଅତ୍ମହତ୍ୟା ଜନିତ ମୃତ୍ୟୁ ଅଧିକ ଦେଖିବାକୁ ମିଳୁଛି । ନିଜ ଆଗାମୀ ଭବିଷ୍ୟତ, ଲଭ ଲାଇଫ୍‌ରେ ସମସ୍ୟା ଯେପରିକି ବ୍ରେକ୍‌ଅପ, ଦାମ୍ପତ୍ୟ ଜୀବନରେ କଳହ, ଚାକିରି ପାଇବାରେ ବାରମ୍ବାର ବିଫଳ ହେବା, କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଭଳି ଅନେକ କଥାକୁ ନେଇ ଆଜିର ଦିନରେ ମୁଖ୍ୟତଃ ଯୁବପିଢ଼ି ଜୀବନ ହାରିବା ଭଳି ବାଟ ଆପଣାଇ ନେଉଛନ୍ତି । ଦେଶରେ ତଥା ରାଜ୍ୟରେ ଆତ୍ମହତ୍ୟା ଏବେ ବଡ଼ ଚାଲେଞ୍ଜ ଭାବରେ ଉଭା ହୋଇଛି । ତେବେ ଏହି ସମସ୍ୟାରୁ କିପରି ନିଜକୁ ଦୂରେଇ ରଖିବେ ।

ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା:

ଆଜିକାଲି ଦେଖିବାକୁ ମିଳୁଛି ଯେ, ଲୋକମାନେ କେତେବେଳେ ନଦୀକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି ତ ଆଉ କେତେବେଳେ ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା ଜନିତ ଖବର ଏବେ ବାରମ୍ବାର ଦେଖିବାକୁ ମିଳୁଛି । ତେବେ ଦିନକୁ ଦିନ କାହିଁକି ଆତ୍ମହତ୍ୟା ଜନିତ ସଂଖ୍ୟା ବଢୁଛି ? କେଉଁ ବର୍ଗର ଲୋକମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି ? ଯୁବକ, ଯୁବତୀ, ମଧ୍ୟ ବର୍ଗର ଲୋକ ନାଁ ବୟସ୍କ ଲୋକ ବି ଆତ୍ମହତ୍ୟା କରୁଛନ୍ତି ? ଜଣେ କେତେବେଳେ ଆତ୍ମହତ୍ୟା କରେ ? ଆତ୍ମହତ୍ୟା ପୂର୍ବରୁ କ'ଣ କ'ଣ ଲକ୍ଷଣ ଦେଖାଯାଏ ? ଆତ୍ମହତ୍ୟା ଜନିତ ମୃତ୍ୟୁକୁ କିପରି ରୋକା ଯାଇପାରିବ ? ଏସବୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ମାନସିକ ବିଭାଗର ବିଶେଷଜ୍ଞ ତଥା ମାନସିକ ରୋଗ ବିଭାଗର ବରିଷ୍ଠ ଡାକ୍ତର ସମ୍ରାଟ କର

Why Suicide Death Case Rate Rising
Why Suicide Death Case Rate Rising (Getty)

କାହିଁକି ଚରମ ନିଷ୍ପତ୍ତି ?

ମାନସିକ ବିଭାଗର ବରିଷ୍ଠ ଡାକ୍ତର ସମ୍ରାଟ କରଙ୍କ କହିବା ଅନୁସାରେ, ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି, "ସେମାନଙ୍କ ମଧ୍ୟରୁ ୫୦ରୁ ୯୦ ଭାଗ ଲୋକଙ୍କର କିଛି ନାଁ କିଛି ମାନସିକ ସମସ୍ୟା ଥାଏ । ମାନସିକ ସମସ୍ୟାର ଗୋଟିଏ କାରଣ ହେଲା ମାନସିକ ଚାପ । ଅର୍ଥାତ ମାନସିକ ଅବସାଦ ବା ବିଷାଦକୁ ମାନସିକ ଚାପ ବୋଲି ମଧ୍ୟ କୁହାଯାଏ । ନିଶାସେବନ ମଧ୍ୟ ମାନସିକ ଚାପର ପ୍ରମୁଖ କାରଣ ।"

ମାନସିକ ଚାପ ବୋଲି କେତେବେଳେ କୁହାଯିବ:

ଡାକ୍ତର ସମ୍ରାଟ କର କହିଛନ୍ତି, "ଯେତେବେଳେ ଜଣଙ୍କ ଉପରେ ଚାପ ପଡିଥାଏ ଆଉ ସେ ଚାପକୁ ସେ ନିଜେ ସମ୍ଭାଳି ପାରେନାହିଁ, ଏପରିକି ଚାପକୁ ଅନ୍ୟମାନଙ୍କୁ ମଧ୍ୟ ସେୟାର କରିପାରେ ନାହିଁ ।" କେଉଁ ବର୍ଗର ଲୋକଙ୍କୁ ବଶେଷକରି କେଉଁ କେଉଁ ପ୍ରକାର ଚାପ ପଡିଥାଏ ସେନେଇ ଉଦାହରଣ ମଧ୍ୟ ଦେଇଛନ୍ତି ଡାକ୍ତର କର କହିଛନ୍ତି, "ଆଜିକାଲି ଆମେମାନେ ଛୋଟ ଛୋଟ ଶିଶୁ ବା ପିଲାମାନଙ୍କୁ ମୋବାଇଲ ଦେଇଥାଉ । ଆଉ ଯେତେବେଳେ ସେମାନଙ୍କ ଠାରୁ ମୋବାଇଲ ଛଡାଇ ଦେଉ ସେମାନେ ମଧ୍ୟ ମାନସିକ ଚାପର ଶିକାର ହୋଇଥାନ୍ତି । ସେହିପରି ଯୁବକ ଯୁବତୀମାନେ ମଧ୍ୟ ଲଭ ଆଉ ବ୍ରେକଅପରେ ଛନ୍ଦି ହୋଇ ମାନସିକ ଚାପର ଶିକାର ହେଉଛନ୍ତି । ଆଉ କିଛି କିଛି ଚାକିରି ନ ପାଇ ମଧ୍ୟ ମାନସିକ ଚାପର ଶିକାର ହୋଇଥାନ୍ତି । ଆଉ ଯେଉଁମାନେ ଚାକିରି କରିଥାନ୍ତି, ଅଫିସର କାମ ଚାପରେ ମଧ୍ୟ ମାନସିକ ଚାପର ଶିକାର ହେଉଛନ୍ତି । ବିଶେଷକରି ବେସରକାରୀ ଅଫିସରେ ଯେଉଁମାନେ କାର୍ଯ୍ୟ କରନ୍ତି ସେମାନେ ହିଁ ଅଧିକ ମାନସିକ ଚାପର ଶିକାର ହୋଇଥାନ୍ତି ।"

ମାନସିକ ଚାପର ପ୍ରମୁଖ କାରଣ:

"କେବଳ ସେତିକି ନୁହେଁ ବିବାହ ପରେ ମଧ୍ୟ ଦମ୍ପତିମାନେ କୌଣସି କାରଣରୁ ପରସ୍ପର ମଧ୍ୟରେ କଳି ଝଗଡା ଲାଗି ମାନସିକ ଚାପର ଶିକାର ହୋଇଥାନ୍ତି । ପୂର୍ବରୁ ଯୌଥ ପରିବାର ଥିଲା । ସେତେବେଳେ ଏସବୁ ସମସ୍ୟା ସୃଷ୍ଟି ହେଉ ନଥିଲା । କାରଣ ସମସ୍ତେ ମିଳିମିଶି ରହୁଥିଲେ । ଜଣକ ଉପରେ ଚାପ ପଡିଲେ ତାହା ସମସ୍ତଙ୍କ ମଧ୍ୟରେ ସେୟାର ହୋଇଯାଉଥିଲା । ଫଳସ୍ୱରୂପ କାହା ଉପରେ ମାନସିକ ଚାପ ପଡୁନଥିଲା । ମାତ୍ର ବର୍ତ୍ତମାନ ଆଉ ଯୌଥ ପରିବାର ଦେଖା ଯାଉନାହିଁ । ବିବାହ ପରେ ଦମ୍ପତିମାନେ ଗୋଟିଏ ପିଲା ଜନ୍ମ କରୁଛନ୍ତି । ବାପା ମାଆ ବି ଚାକିରି କରି ସେମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ପିଲାଙ୍କ ସମସ୍ୟା ବୁଝିବାକୁ ବି ସମୟ ମିଳୁନାହିଁ । ବାପା ମାଆ ଏବଂ ପିଲା କେହି କାହା କାହା ସହ ଠିକ ଭାବରେ ଯୋଗାଯୋଗରେ ରହୁନାହାନ୍ତି । ଯାହାକି ମାନସିକ ଚାପର ପ୍ରମୁଖ କାରଣ । ମିଡ଼ିଲ ଏଜରେ ମାନସିକ ଚାପ ମଧ୍ୟ ଦେଖାଯାଉଛି । ଯେତେବେଳେ ପିଲାଟିଏ ପାଠପଢି ବାହାରକୁ ଚାକିରି କରିବାକୁ ଯାଉଛି ସେତେବେଳ ବାପା ମାଆ ଘରେ ଏକା ରହିଲେ । ଆଉ କେହି ରହିଲେ ନାହିଁ । ତାକୁ ଏମଟିନେସ ସିଣ୍ଡ୍ରୋମ କୁହାଯାଏ । ପକ୍ଷୀଟିର ଛୁଆ ତା ଠାରୁ ଉଡିଗଲେ ଯେମିତି ଏକା ହୋଇଯାଏ, ଠିକ ଏହି ବୟସରେ ପିଲାଟି ବାପା ମାଆଙ୍କ ଠାରୁ ଅଲଗା ହୋଇଗଲେ ମାନସିକ ଚାପ ସୃଷ୍ଟି ହୁଏ ।"

ସବୁଠାରୁ ବଡ଼ ମାନସିକ ଚାପ କେତେବେଳେ କୁହାଯିବ :

ଯେତେବେଳେ ୬୦ ବର୍ଷ ବୟସ୍କର ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଯଦି ଜଣଙ୍କର ଦେହାନ୍ତ ହୋଇଯିବ ତେବେ ତାହା ସବୁଠାରୁ ବଡ଼ ମାନସିକ ଚାପ କୁହାଯିବ । ଏହି ମାନସିକ ଚାପ ଭାରତ ବର୍ଷରେ ବଢି ବଢ଼ି ଚାଲିଛି । ଡାକ୍ତର କରଙ୍କ କହିବା ମୁତାବକ, ଏହି ବୟସର ଲୋକମାନଙ୍କ କ୍ଷେତ୍ରରେ ଏବେ ଅଧିକ ମାନସିକ ଚାପ ଦେଖାଯାଉଛି । କାରଣ ସ୍ୱାମୀଟି ସ୍ତ୍ରୀକୁ ହରାଇ କିମ୍ବା ସ୍ତ୍ରୀ ସ୍ୱାମୀକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥାଏ । ମାନସିକ ଭାରସାମ୍ୟ ମଧ୍ୟ ହରାଇ ଥାଏ । ଯାହାକି ବର୍ତ୍ତମାନ ଏକ ବଡ ସମସ୍ୟା ଭାବରେ ଦେଖା ଯାଇଛି ।

ମାନସିକ ଚାପର ଲକ୍ଷଣ କ'ଣ ?

ଆମେ ତ ସମସ୍ତେ ଜାଣିଛନ୍ତି ଯେ ଯଦି ଜଣେ ନିଜକୁ ନିଜେ ହତ୍ୟା କରେ ତାହା ଆତ୍ମହତ୍ୟା ବୋଲି । ବିଭିନ୍ନ ପ୍ରକାର ମାନସିକ ଚାପରେ ରହି ଆତ୍ମହତ୍ୟା କରିବା କଥା ଆମେ ଶୁଣୁଛୁ ଏବଂ ଅନୁଭବ କରୁଛୁ । ଆପଣ ଜାଣନ୍ତି କି ଆତ୍ମହତ୍ୟା ଜଣେ କେତେବେଳେ କରିଥାଏ ? ଜଣେ ଆତ୍ମହତ୍ୟା କରିବା ପୂର୍ବରୁ ତାର ଅନେକ ଲକ୍ଷଣ ଦେଖା ଯାଇଥାଏ ? ଆଉ ଏହି ଲକ୍ଷଣ ଗୁଡିକକୁ ଯଦି ଆମେ ଅନୁଧ୍ୟାନ କରୁ ତେବେ ଆତ୍ମହତ୍ୟା ପୂର୍ବରୁ ହୁଏତ ବ୍ୟକ୍ତି ଜଣକୁ ବଞ୍ଚାଇ ଦିଆଯାଇପାରିବ । ଆପଣ ନିଶ୍ଚୟ ଭାବୁଥିବେ କେମିତି ଏହା ସମ୍ଭବ । ଜଣେ ତ ହଠାତ ନଦୀକୁ ଡେଇଁ ପଡିଲା କିମ୍ବା ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା କରିଦେଲା । ଆମେ ବଞ୍ଚାଇବା କେମିତି ?

ଆତ୍ମହତ୍ୟା ପୂର୍ବର ଲକ୍ଷଣ ?

ଜଣେ ସୁସ୍ଥ ମାନସିକ ବ୍ୟକ୍ତି ହଠାତ ଆତ୍ମହତ୍ୟା କରେ ନାହିଁ । ଆତ୍ମହତ୍ୟା କରିବା ପୂର୍ବରୁ ଅନେକ ଲକ୍ଷଣ ଦେଖାଯାଏ । ମାନସିକ ବିଭାଗର ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କ କହିବା ମୁତାବକ, "ଜଣେ ଆତ୍ମହତ୍ୟା କରିବା ପୂର୍ବରୁ ଅନେକ ଲକ୍ଷଣ ଦେଖାଯିବ। ଯଦି ଆପଣ ଏହି ଲକ୍ଷଣ ଦେଖିବେ ତେବେ ଜାଣିବେ ଯେ ଏହା ଆତ୍ମହତ୍ୟାର ଲକ୍ଷଣ ବୋଲି । ଜଣଙ୍କର ଯଦି ମନ ଦୁଃଖ ହେଉଥିବ ଅର୍ଥାତ ମାନସିକ ଚାପ ପଡିବ ଉକ୍ତ ବ୍ୟକ୍ତିଙ୍କୁ ଠିକରେ ନିଦ ହେବନି । ଭୋକ ବି ଲାଗିବନି । ଏପରିକି କୌଣସି କାମ କରିବାକୁ ମଧ୍ୟ ଇଚ୍ଛା ହେବ ନାହିଁ । ଅଳ୍ପ କାମ କଲେ ହାଲିଆ ଲାଗିବ । ଭାବିବ ଯେ ମୋ ଜୀବନଟା ନଷ୍ଟ ହୋଇଗଲା । ଆଉ ମୋ ଭବିଷ୍ୟତ ଟା ନଷ୍ଟ ହୋଇଗଲା । ଆଉ ବଞ୍ଚି କି ଲାଭ ନାହିଁ । ଆତ୍ମହତ୍ୟା କରିଦେବି । ଏଭଳି ଯେତେବେଳେ ମନରେ ଆସିବ ଆପଣ ଜାଣିବେ ଯେ ମାନସିକ ଚାପ ବଢି ଯାଇଛି ଏବଂ ଏହା ଆତ୍ମହତ୍ୟାର ଲକ୍ଷଣ ।"

ଏହା ମଧ୍ୟ ପଢନ୍ତୁ: ଆତ୍ମହତ୍ୟା କରିପାରିବ କି ରୋବୋଟ ? ଏନେଇ ତଦନ୍ତ ଆରମ୍ଭ

ଆତ୍ମହତ୍ୟା କେତେ ପ୍ରକାର ?

ଆତ୍ମହତ୍ୟା ସାଧାରଣତଃ ଦୁଇ ପ୍ରକାରର । ପ୍ରଥମଟି ହେଉଛି ହଠାତ ଆତ୍ମହତ୍ୟା ଏବଂ ଅନ୍ୟଟି ହେଉଛି ଯୋଜନାବଦ୍ଧକ । ହଠାତ ଆତ୍ମହତ୍ୟା, କହିଲେ ଜଣେ ଅନେକ ଚାପରେ ରହି ହଠାତ ଆତ୍ମହତ୍ୟା କରିଥାଏ । ଅର୍ଥାତ କେହି କିଛି ବୁଝିବା ପୂର୍ବରୁ ନିଜକୁ ଜଣେ ଯେତେବେଳେ ହତ୍ୟା କରେ ତାକୁ ହଠାତ ଆତ୍ମହତ୍ୟା କୁହାଯାଏ । ଯେମିତିକି ଜଣେ ବ୍ୟକ୍ତି ଯଦି ଆପଣଙ୍କ ପାଖରେ ବସିଥିବ, ଆଉ ହଠାତ ଆତ୍ମହତ୍ୟା କରିଦେବ ତାକୁ ଆପଣ ହଠାତ ଆତ୍ମହତ୍ୟା ବୋଲି କୁହାଯିବ । ସେହିପରି ଯୋଜନାବଦ୍ଧକ ଆତ୍ମହତ୍ୟା କହିଲେ ଜଣେ ବ୍ୟକ୍ତି ଯେତେବେଳେ ଆତ୍ମହତ୍ୟା ପୂର୍ବରୁ ଯୋଜନା କରିଥାଏ । ଅର୍ଥାତ ସାଙ୍ଗମାନଙ୍କୁ ଟାଟା ବାଏ ବାଏ କହିବ । ଆଉ କେବେ ଦେଖା ହେବନି ବୋଲି ମଧ୍ୟ କହିଥାଏ । କହିବାକୁ ଗଲେ ବ୍ୟକ୍ତି ଜଣକ ଆତ୍ମହତ୍ୟା ପୂର୍ବରୁ ନେଗେଟିଭ କଥା କହିଥାଏ । ଜଣଙ୍କର ଭାବନା ଆଉ ବ୍ୟବହାରରେ ଯେତେବେଳେ ପରିବର୍ତ୍ତନ ଘଟିଥାଏ, ସେତେବେଳେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପାଇଁ ଯଥେଷ୍ଟ ସୂଚନା ଦେଇଥାଏ ।

କିପରି ଆତ୍ମହତ୍ୟାକୁ ରୋକା ଯାଇପାରିବ :

ଆମେ ସମସ୍ତେ ଭଲ ଭାବରେ ଜାଣିଛେ କି ମାନସିକ ଚାପରେ ଥିବା ବ୍ୟକ୍ତିମାନେ ହିଁ କେବଳ ଆତ୍ମହତ୍ୟା କରିଥାନ୍ତି । ଯେଉଁମାନେ ମାନସିକ ଚାପରେ ରହିଥାନ୍ତି ସେମାନଙ୍କୁ କାଉନସେଲିଂ କରିବା ଆବଶ୍ୟକ । କେବଳ ସାନ୍ତ୍ୱନା ଦେଲେ ହେବ ନାହିଁ ବରଂ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କର ଦୁଃଖ ବୁଝିବାକୁ ପଡ଼ିବ । ସଠିକ ଭାବରେ କାଉନସେଲିଂ କରିବା ଆବଶ୍ୟକତା ରହିଛି । ନେଗେଟିଭ ଚିନ୍ତାଧାରାକୁ ପଜେଟିଭ ଚିନ୍ତାଧାରାକୁ ଆଣିବା ଆବଶ୍ୟକତା ରହିଛି । ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ କଥା ଯଦି ଜଣେ ଭଲ ଭାବରେ କେବଳ ଶୁଣିବ ତେବେ ସେମାନଙ୍କ ଚାପ ହାଲୁକା ହୋଇଯିବ । ଜଣେ ଭଲ କାଉନସେଲର ସେତେବେଳେ ହୋଇପାରିବ ଯେତେବେଳେ ଜଣଙ୍କର ଦୁଃଖକୁ ପ୍ରଥମେ ଧର୍ଯ୍ୟର ସହ ଶୁଣି ବ୍ୟକ୍ତିର ମନରେ ଥିବା ନେଗେଟିଭ ଚିନ୍ତାଧାରାକୁ ପଜେଟିଭ କରିପାରିବ । ଧରି ନିଅନ୍ତୁ ଜଣଙ୍କର ଅନେକ ଟଙ୍କା କ୍ଷତି ହୋଇଯାଇଛି, ସେତେବେଳେ ଉକ୍ତ ବ୍ୟକ୍ତିର ମନରେ ପଜେଟିଭ ଚିନ୍ତାଧାରା ଆଣିବାକୁ ପଡିବ । ତା ମନରେ ବିଭିନ୍ନ ପ୍ରକାର ପଜେଟିଭ କଥା କହି ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ ।

ଏସବୁ କରନ୍ତୁ କମିବ ମାନସିକ ଚାପ:

ସେହିପରି ବର୍ତ୍ତମାନ ସମୟରେ ଆମମାନଙ୍କୁ ସୋସିଆଲ ହେବାକୁ ପଡ଼ିବ । ଯୁବକମାନେ ସାଙ୍ଗମାନଙ୍କ ସହ ବିଭିନ୍ନ ପ୍ରକାର ଖେଳ ଖେଳିବା ଆବଶ୍ୟକତା । କ୍ରିକେଟ, ଫୁଟବଲ ଭଳି ଅନେକ ଖେଳ ଖେଳିଲେ ମାନସିକ ଚାପ କମିଥାଏ । ଏଥିସହ ଏକ୍ସରସାଇଜ କରିବା ଦ୍ୱାରା ମାନସିକ ଚାପ କମିଥାଏ । ସେହିପରି ଆବଶ୍ୟକ ପରିମାଣରେ ଶୋଇବା ମଧ୍ୟ ଆବଶ୍ୟକତା ରହିଛି । ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କର ଆତ୍ମହତ୍ୟା କରିବାକୁ ମନ ହେଉଛି ତେବେ ତୁରନ୍ତ ମାନସିକ ବିଭାଗର ଡାକ୍ତରଙ୍କୁ ପରାମର୍ଶ କରିବାକୁ ପରାମର୍ଶ ଦେଇଛନ୍ତି ମାନସିକ ବିଭାଗର ବିଶେଷଜ୍ଞ ତଥା ଡାକ୍ତର ସମ୍ରାଟ କର ।

ଏହା ମଧ୍ୟ ପଢନ୍ତୁ: ନିଟ୍ ୟୁଜି ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ଛାତ୍ର

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.