ETV Bharat / health

କୋରୋନା କାଳରେ ବଢିଲା ଆଣ୍ଟିବାୟୋଟିକର ଦୂରୁପଯୋଗ, ବୃଦ୍ଧି ପାଇଲା ଏହି ରୋଗର ଆଶଙ୍କା - Antibiotics

author img

By ETV Bharat Odisha Team

Published : Apr 30, 2024, 12:40 PM IST

Antibiotics: କୋରୋନା ସମୟରେ ବୃଦ୍ଧି ପାଇଥିଲା ଆଣ୍ଟିବାୟୋଟିକର ବ୍ୟବହାର । ତେବେ ଏହା ଶରୀର ଉପରେ କେଉଁ ପ୍ରଭାବ ପକାଇଥିଲା ଜାଣନ୍ତୁ

Antibiotics
Antibiotics

ହାଇଦ୍ରାବାଦ: ଆଣ୍ଟିବାୟୋଟିକକୁ ନେଇ ଦିନକୁ ଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି । ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି ପାଇଁ ବାରଣ ମଧ୍ୟ କରାଯାଇଛି । ଏହାରି ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଏକ ବୟାନ ଦେଇଛି । କୋରୋନା ଚିକିତ୍ସା ସମୟରେ ଆଣ୍ଟିବାୟୋଟିକର ବହୁଳ ଭାବରେ ଅପବ୍ୟବହାର କରାଯାଇଥିବା ନେଇ କୁହାଯାଇଛି । ଏହା ରୋଗୀଙ୍କ ଅବସ୍ଥାରେ କୌଣସି ବିଶେଷ ଉନ୍ନତି ଆଣିପାରେ ନାହିଁ ବରଂ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାଣ୍ଟ(AMR) ସାଇଲେଣ୍ଟ ସ୍ପ୍ରେଡ ଏବଂ ଏହା ସହିତ ଜଡିତ ବିପଦ ବୃଦ୍ଧି ପାଇଛି ।

ତେବେ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାଣ୍ଟ ହେଉଛି ଏକ ଅବସ୍ଥା ଯେଉଁଥିରେ ଆଣ୍ଟିବାୟୋଟିକ୍ ଅନେକ ପ୍ରକାରର ସଂକ୍ରମଣକୁ ରୋକିବାରେ ପ୍ରଭାବହୀନ ହୋଇଯାଏ । WHO ରିପୋର୍ଟ ଅନୁଯାୟୀ, କୋରୋନା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ 8 ପ୍ରତିଶତ କେବଳ ବ୍ୟାକ୍ଟେରିଆ ଯୋଗୁଁ ସଂକ୍ରମଣ ହୋଇଥିଲା । ଆଣ୍ଟିବାୟୋଟିକ୍ ଦ୍ବାରା ଏହି ସଂକ୍ରମଣର ଚିକିତ୍ସା କରାଯାଇପାରିବ । କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରତି 4ଜଣଙ୍କ ମଧ୍ୟରୁ 3ଜଣଙ୍କୁ ଅର୍ଥାତ 75 ପ୍ରତିଶତ ରୋଗୀଙ୍କୁ ଆଣ୍ଟିବାୟୋଟିକ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: World Antimicrobial Awareness Week: ଆଣ୍ଟିମାଇକ୍ରୋବାୟଲ୍‌ର ବହୁଳ ବ୍ୟବହାର କରିପାରେ ବିରାଟ ସମସ୍ୟା !

ଯେଉଁମାନଙ୍କୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇନଥିଲା ସେମାନେ ସହିଥିଲେ କ୍ଷତି: WHO ଅନୁଯାୟୀ, କୋରୋନାରେ ପୀଡିତମାନଙ୍କୁ ଆଣ୍ଟିବାୟୋଟିକ୍ ଦେବା କାରଣରୁ ସ୍ଥିତିରେ କୌଣସି ସୁଧାର ତ ଆସିନଥିଲା, ତା ସହିତ ଯେଉଁମାନଙ୍କର ବ୍ୟାକ୍ଟେରିଆ ସଂକ୍ରମଣ ହୋଇନଥିଲା ସେମାନଙ୍କୁ ଏହି ଔଷଧ କ୍ଷତି ପହଞ୍ଚାଇଥିଲା । ଏହି ଅନୁସନ୍ଧାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର COVID-19 ପାଇଁ ବିଶ୍ୱ ପ୍ଲାଟଫର୍ମରୁ ମିଳିଥିବା ତଥ୍ୟର ବିଶ୍ଳେଷଣ ଉପରେ ଆଧାରିତ । ଜାନୁଆରୀ 2020 ରୁ ମାର୍ଚ୍ଚ 2023 ମଧ୍ୟରେ 65 ଟି ଦେଶର ସାଢେ 4 ଲକ୍ଷ ରୋଗୀଙ୍କ ତଥ୍ୟକୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ।

ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (Centers for Disease Control and Prevention, CDC) ଅନୁସାରେ, କେବଳ ଜୀବାଣୁ ଦ୍ବାରା ହୋଇଥିବା କେତେକ ସଂକ୍ରମଣର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୋଇଥାଏ । କିନ୍ତୁ କେତେକ ବ୍ୟାକ୍ଟେରିଆଲ ଇନଫେକ୍ସନ ମଧ୍ୟ ଆଣ୍ଟିବାୟୋଟିକ୍ ବିନା ସମାଧାନ ହୋଇଥାଏ । ଏହି ଆଣ୍ଟିବାୟୋଟିକ୍ ଥଣ୍ଡା, ଫ୍ଲୁ କିମ୍ବା କୋଭିଡ୍ -19 ଭାଇରସ ଉପରେ କାମ କରେ ନାହିଁ । ଏପରି ପରିସ୍ଥିତିରେ ଆଣ୍ଟିବାୟୋଟିକ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପକ୍ଷେ ଉପକାର ବଦଳରେ ଅପକାର ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.