ETV Bharat / health

ସିଜରିଆନ ଡେଲିଭରି ପରେ ଏମିତି ନିଅନ୍ତୁ ଯତ୍ନ, ସୁସ୍ଥ ରହିବେ ମାଆ ଓ ଶିଶୁ - Cesarean delivery

author img

By ETV Bharat Health Team

Published : Sep 15, 2024, 2:41 PM IST

Cesarean Delivery Precaution: ଆଜିକାଲି ନିର୍ମାଲ ଡେଲିଭରି ଅପେକ୍ଷା ସିଜରିଆନ ଅଧିକ ବଢୁଛି । ସିଜରିଆନ ଡେଲିଭରି ପରେ ମାଆର ବିଶେଷ ଯତ୍ନ ନେବା ଜରୁରୀ । ଜାଣନ୍ତୁ ସିଜରିଆନ ପରେ କ'ଣ କରିବା ଉଚିତ୍ ଓ କ'ଣ ନୁହେଁ ? କେମିତି ନେବେ ଯତ୍ନ ?

ସିଜରିଆନ ଡେଲିଭରି ପରେ ଏମିତି ନିଅନ୍ତୁ ଯତ୍ନ
ସିଜରିଆନ ଡେଲିଭରି ପରେ ଏମିତି ନିଅନ୍ତୁ ଯତ୍ନ (ETV Bharat)

ହାଇଦ୍ରାବାଦ: ସିଜରିଆନ ଡେଲିଭରି ଏବେ ଅତି ସାଧାରଣ ହୋଇଗଲାଣି । ଆଜିକାଲି ନିର୍ମାଲ ଡେଲିଭରି ଅପେକ୍ଷା ଅଧିକ ସିଜରିଆନ ହେଉଛି । ନିର୍ମାଲ ଡେଲିଭରି ଜନିତ ଯନ୍ତ୍ରଣା ସହ୍ୟ ନ କରିପାରିବା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଜଟିଳତା କାରଣରୁ କେତେକ ମହିଳା ସିଜରିଆନ ଡେଲିଭରି ପାଇଁ ଆଗ୍ରହୀ ହୁଅନ୍ତି । ଏହାକୁ ସି-ସେକ୍ସନ ଡେଲିଭରି ବି କୁହନ୍ତି । ଠିକ୍ ଭାବେ ପ୍ରସବ ଯନ୍ତ୍ରଣା ହେଲେ ନର୍ମାଲ ଡେଲିଭରିରେ ପିଲା ଜନ୍ମ ହୋଇଥାଏ । ସେହିପରି ଯଦି ପ୍ରସବ ସମୟରେ ଗର୍ଭସ୍ଥ ଶିଶୁର ସ୍ଥିତି ଠିକ୍ ଥାଏ ଅର୍ଥାତ୍ ପିଲାର ମୁଣ୍ଡ ପ୍ରସବ ଦ୍ବାରକୁ ଥାଏ, ତାହେଲେ ଡାକ୍ତର ନର୍ମାଲ ଡେଲିଭରି କରାନ୍ତି ।

ହେଲେ ଏବେ ସିଜରିଆନ ଡେଲିଭରି ସଂଖ୍ୟା ବଢିଚାଲିଛି । ଏନେଇ ଅନେକ ଲୋକ ଭାବନ୍ତି, ସିଜରିଆନ ପରେ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗେ ଓ ଏହାପରେ ବି ଅନେକ ରୋଗ ହେବାର ସମ୍ଭାବନା ଥାଏ । କିନ୍ତୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ, ଯଦି ଆପଣ ପ୍ରସବ ପରେ କିଛି ସତର୍କତା ଅନୁସରଣ କରନ୍ତି, ତାହେଲେ ସିଜରିଆନ ପରର ଯନ୍ତ୍ରଣାରୁ ଶୀଘ୍ର ସୁସ୍ଥ ହୋଇପାରିବେ ।

ଯଥେଷ୍ଟ ଆରାମ କରନ୍ତୁ:

ସିଜରିଆନ ଡେଲିଭରି ପରେ ମାଆ ଯେତେ ଆରାମ କରିବ, ସେତେ ଜଲ୍‌ଦି ସୁସ୍ଥ ହୋଇପାରିବ । ଏହାଫଳରେ ପେଟରେ ପଡିଥିବା ଷ୍ଟିଚ୍ ମଧ୍ୟ ଶୀଘ୍ର ଗାଏବ ହୋଇଯିବ । କିନ୍ତୁ ମାଆମାନେ ନିଜ ଶିଶୁର ଯତ୍ନ ନେବାର ବ୍ୟସ୍ତତା ମଧ୍ୟରେ ଯଥେଷ୍ଟ ଆରାମ କରିପାରନ୍ତି ନାହିଁ । ପିଲାକୁ ଖୁଆଇବା, ତା'ର ଡାଇପର/କପଡା ବଦଳାଇବା, ଶୁଆଇବା, ଏସବୁ ଭିତରେ ଘର କାମ ବି କରିଥାନ୍ତି । ଏମିତିରେ ଶୋଇବାକୁ ତାଙ୍କୁ ସମୟ ହୁଏନି । ଫଳରେ ସେମାନଙ୍କ ମାନସିକ ଚିନ୍ତା ବଢିଥାଏ । ଯାହାକି ଉଭୟ ମାଆ ଓ ଶିଶୁ ପାଇଁ ଠିକ୍ ନୁହେଁ ।

ତେଣୁ ମାତୃତ୍ବର ପ୍ରାରମ୍ଭିକ ଦିନରେ ଅନିଦ୍ରା ଓ ଚିନ୍ତା ଦୂର କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ଯେ, ଶିଶୁ ଶୋଇବା ପରେ ମାଆ ବି ସବୁ କାମ ଛାଡି ଶୋଇପଡିବା ଉଚିତ୍ । ଅଧିକ ସମୟ ପର୍ଯ୍ୟନ୍ତ ଆରାମ କରିବା ଦ୍ବାରା ବ୍ୟାକପେନ (ଅଣ୍ଟା ପିଠି ଯନ୍ତ୍ରଣା)ରୁ ମଧ୍ୟ ଆରାମ ମିଳିଥାଏ ।

ଶିଶୁକୁ ସ୍ତନ୍ୟପାନ ଜରୁରୀ:

ବିଶେଷଜ୍ଞଙ୍କ କହିବା କଥା, ସ୍ତନ୍ୟପାନ କରାଇବା ଉଭୟ ମାଆ ଓ ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାଦ୍ବାରା ପ୍ରସବ ପରେ ଓଜନ ହ୍ରାସ ପାଏ, ଷ୍ଚିଚ୍‌ଗୁଡିକ ଜଲଦି ଗାଏବ ହୋଇଯାଏ ଓ ଶୀଘ୍ର ଗର୍ଭଧାରଣା ସମ୍ଭାବନା କମିଥାଏ । ତେବେ ସ୍ତନ୍ୟପାନ କରିବା ବେଳେ ମାଆ କେଉଁ ମୁଦ୍ରାରେ ବସେ, ତାହା ଗୁରୁତ୍ବପୂର୍ଣ୍ଣ । ଶିଶୁକୁ ଆଗକୁ ପଛକୁ ନ ଢଳେଇ ସିଧା ବସି ସ୍ତନ୍ୟପାନ କରାଇବା ଉଚିତ୍ । ଏହାଦ୍ବାରା ସିଜରିଆନ କାରଣରୁ ନାଭିରେ ହେଉଥିବା ଯନ୍ତ୍ରଣାରୁ ରକ୍ଷା ପାଇପାରିବେ । ନିଜକୁ ଓ ନିଜ ଶିଶୁକୁ ଆରାମଦାୟକ ରଖିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମୁତାବକ ଫିଡିଂ ତକିଆର ମଧ୍ୟ ବ୍ୟବହାର କରିପାରିବେ ।

ପୁଷ୍ଟିକର ଖାଦ୍ୟ ଖାଆନ୍ତୁ:

ସିଜରିଆନ ଡେଲିଭରି ପରେ ଅନେକ ଲୋକ ଏଇଟା ଖାଆନ୍ତୁ, ଏଇଟା ଖାଆନ୍ତୁନି ବୋଲି ପରାମର୍ଶ ଦିଅନ୍ତି । କିନ୍ତୁ ଡାକ୍ତରଙ୍କ କହନ୍ତି, ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ କୌଣସି ସ୍ବତନ୍ତ୍ର ଖାଦ୍ୟପେୟ ଦରକାର ନାହିଁ । ଗର୍ଭବସ୍ଥା ସମୟରେ ଖାଉଥିବା ସମସ୍ତ ଖାଦ୍ୟ ପ୍ରସବ ପରେ ଖାଇପାରିବେ । ଯାହାଫଳରେ ସିଜରିଆନ ଜନିତ ଯନ୍ତ୍ରଣାରୁ ଶୀଘ୍ର ଆରାମ ପାଇପାରିବେ । ଏଥିସହ ଅଧିକ ସବୁଜ ପନିପରିବା, ରସୁଣ, କୁକୁଡା ଅଣ୍ଡା, କ୍ଷୀର, ଦୁଗ୍ଧଜାତ ପଦାର୍ଥ, ମାଂସ ଖାଇବା ଉଚିତ୍ । ଭଲ କ୍ଷୀର ହେବା ପାଇଁ ଦିନକୁ 2ରୁ 3 ଲିଟର ପାଣି ପିଇବାକୁ ପରାମର୍ଶ ଦିଆଯାଏ । Ref- https://www.ncbi.nlm.nih.gov/books/NBK304191/

ଏହା ମଧ୍ୟ ପଢନ୍ତୁ: ଦୈନିକ ଚାଲନ୍ତୁ ଏତିକି ସମୟ; ଓଜନ ହେବ ନିୟନ୍ତ୍ରଣ, ମାନସିକ ସ୍ବାସ୍ଥ୍ୟ ଭଲ ରହିବ - Walking routine
ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? ଏହା କେତେ ମାରାତ୍ମକ - Diabetes types

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.