ETV Bharat / health

ସବୁ ଜ୍ବର ସାଧାରଣ ନୁହେଁ; ଏହି ଲକ୍ଷଣ ଥିଲେ ହୋଇପାରେ ମାରାତ୍ମକ ଇନଫ୍ଲୁଏନଞ୍ଜା - Influenza symptoms prevention

author img

By ETV Bharat Health Team

Published : Sep 11, 2024, 12:57 PM IST

Influenza symptoms and prevention: ଇନ୍‌ଫ୍ଲୁଏଞ୍ଜା ଏକ ବାୟୁବାହିତ ରୋଗ, ଯାହା ଫ୍ଲୁ ଭାବେ ଜଣାଯାଏ । ସାଧାରଣତଃ ଜ୍ବର ପରି ଏହାର ଲକ୍ଷଣ ଥାଏ । ଏଥିରେ ନିମୋନିଆ ହେବାର ଆଶଙ୍କା ଅଧିକ ରହିଥାଏ ଓ ସଂକ୍ରମିତ ବ୍ୟକ୍ତି ମୃତ୍ୟୁମୁଖରେ ପଡେ । ଜାଣନ୍ତୁ ଏହାର ଲକ୍ଷଣ ସ୍ବାସ୍ଥ୍ୟ ବିଶେଷଜ୍ଞଠାରୁ

ସବୁ ଜ୍ବର ସାଧାରଣ ନୁହେଁ; ଏହି ଲକ୍ଷଣ ଥିଲେ ହୋଇପାରେ ମାରାତ୍ମକ ଇନଫ୍ଲୁଏନଞ୍ଜା
ସବୁ ଜ୍ବର ସାଧାରଣ ନୁହେଁ; ଏହି ଲକ୍ଷଣ ଥିଲେ ହୋଇପାରେ ମାରାତ୍ମକ ଇନଫ୍ଲୁଏନଞ୍ଜା (ETV Bharat)

ଭୁବନେଶ୍ବର: ଇନ୍‌ଫ୍ଲୁଏଞ୍ଜା ସାଧାରଣତଃ ଫ୍ଲୁ ଭାବେ ଜଣାଯାଏ । ଏହା ଏକ ସଂକ୍ରାମକ ତଥା ବାୟୁବାହିତ ରୋଗ । କାଶିବା ଓ ଛିଙ୍କିବା ବେଳେ କ୍ଷୁଦ୍ର ଜଳକଣାରେ ଏହି ଭୂତାଣୁ ଶରୀରରୁ ବାହାରି ବାୟୁମଣ୍ଡଳରେ ଉଡି ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିଥାଏ । ଏହା ସାଧାରଣତଃ ନାକ, ଗଳା କିମ୍ବା ଫୁସଫୁସକୁ ସଂକ୍ରମିତ କରିଥାଏ । ଇନ୍‌ଫ୍ଲୁଏଞ୍ଜା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସହଜରେ ବ୍ୟାପିପାରେ । ତେବେ ଇନଫ୍ଲୁଏଞ୍ଜା କ'ଣ ? କିପରି ହୋଇଥାଏ ? ଏହାକୁ କ'ଣ ଚିକିତ୍ସା ? ସେନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ସୂଚନା ।

ସବୁ ଜ୍ବର ସାଧାରଣ ନୁହେଁ (ETV Bharat Odisha)

କେଉଁ ସମୟରେ ହୋଇଥାଏ ଇନ୍‌ଫ୍ଲୁଏଞ୍ଜା:

ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର କହିଛନ୍ତି, ''ଇନ୍‌ଫ୍ଲୁଏଞ୍ଜା ମୁଖ୍ୟତଃ ଦୁଇଟି ସମୟରେ ଦେଖାଯାଏ, ଜୁଲାଇରୁ ଅଗଷ୍ଟ ଓ ଡିସେମ୍ବରରୁ ଜାନୁଆରୀ । ଯାହା 3 ମାସ ଧରି ଲାଗି ରହିଥାଏ । ଏବେ ଯେଉଁ ଇନ୍‌ଫ୍ଲୁଏଞ୍ଜା ହେଉଛି, ସେଥିରେ ଅଧିକ ଜ୍ଵର ରହୁଛି, ଧଇଁସଇଁ ଲାଗୁଛି ଓ ଅକ୍ସିଜେନ ମଧ୍ୟ କମିଯାଉଛି । ଏହା ଅଧିକ ଗୁରୁତର ହେଲେ ସଂକ୍ରମିତ ବ୍ୟକ୍ତିର ମୃତ୍ୟୁ ହେବାର ଆଶଙ୍କା ରହେ । ତେଣୁ ଏହି ରୋଗ ପ୍ରତି ଅଧିକ ସଚେତନତା ଆବଶ୍ୟକତା ରହିଛି ।''

ଇନ୍‌ଫ୍ଲୁଏଞ୍ଜା ଲକ୍ଷଣ:-

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଇନଫ୍ଲୁଏଞ୍ଜାର ଲକ୍ଷଣ ଅତ୍ୟଧିକ ଜ୍ଵର ହେବା, ଦୀର୍ଘ ଦିନ ଧରି କାଶ ଲାଗି ରହିବା, ଧଇଁସଇଁ ହୋଇଯିବା, ମୁଣ୍ଡ ବ୍ୟଥା, ନାକରୁ ପାଣି ବୋହିବା, ତଣ୍ଟି ଦରଜ ଇତ୍ୟାଦି । ବିଶେଷ ଭାବେ ଏହା ସାଧାରଣ ଥଣ୍ଡା ଜ୍ଵର ହୋଇପାରେ କିନ୍ତୁ ଅଣନିଶ୍ଵାସୀ ଲାଗିବା ଓ ଅକ୍ସିଜେନ ସ୍ତର କମିଲେ, ଏହା ଆଦୌ ସାଧାରଣ ଥଣ୍ଡା ଜ୍ଵରର ଲକ୍ଷଣ ନୁହେଁ । ଏନେଇ ତୁରନ୍ତ ଡାକ୍ତଙ୍କ ପରାମର୍ଶ ନେବା ଆବଶ୍ୟକ ।

ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ କିପରି ହୁଏ:-

ଇନ୍‌ଫ୍ଲୁଏଞ୍ଜା ବ୍ୟାପିବାର ପ୍ରାଥମିକ ଧାରା ହେଉଛି ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବିସ୍ତାରିତ ବୁନ୍ଦା । ସଂକ୍ରମଣ ଅତିକମରେ ଛଅ ଫୁଟ ଦୂରତା ମଧ୍ୟରେ ହୋଇପାରେ । ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ବହନ କରୁଥିବା ଏକ ପୃଷ୍ଠକୁ ଛୁଇଁଲେ ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣ ହୋଇପାରେ । ଆପଣଙ୍କ ହାତ, ପାଟି କିମ୍ବା ନାକ ଏବଂ ବେଳେବେଳେ ଆଖି ମାଧ୍ୟମରେ ମଧ୍ୟ ସ୍ଥାନାନ୍ତରିତ ହୋଇପାରେ ।

ଇନ୍‌ଫ୍ଲୁଏଞ୍ଜା ନିମୋନିଆ ସୃଷ୍ଟି କରିପାରେ:-

ଗମ୍ଭୀର ପରିସ୍ଥିତିରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କର ନିମୋନିଆ ଭଳି ଜଟିଳତା ଦେଖାଦେଇପାରେ । ଯାହାକି ପରବର୍ତ୍ତୀ ସମୟରେ ସାଂଘାତିକ ହୋଇପାରେ । ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ଏନସେଫାଲାଇଟିସ୍, ମାୟୋକାର୍ଡାଇଟିସ୍, ଏକାଧିକ-ଅଙ୍ଗ ବିଫଳତା ଏବଂ ଅନେକ ଜଟିଳତା ସୃଷ୍ଟି କରୁଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଇନ୍‌ଫ୍ଲୁଏଞ୍ଜା ଟୀକାକରଣ:-

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଇନ୍‌ଫ୍ଲୁଏଞ୍ଜାରେ ଥଣ୍ଡାଠାରୁ ଆରମ୍ଭ କରି ଅନ୍ୟ ସାଧାରଣ ଲକ୍ଷଣଗୁଡ଼ିକ ହଠାତ୍ ଦେଖାଯାଏ । ଟୀକାକରଣ (ଭାକ୍ସିନେସନ)ରୁ ରୋଗ ପ୍ରତିରୋଧକ ଶକ୍ତି ସମୟାନୁସାରେ କମିଯାଏ । ତେଣୁ ଇନ୍‌ଫ୍ଲୁଏଞ୍ଜାଠାରୁ ରକ୍ଷା ପାଇବା ପାଇଁ ପ୍ରତିବର୍ଷ ଟୀକାକରଣ ଆବଶ୍ୟକ ହୋଇଥାଏ ।

ଇନ୍‌ଫ୍ଲୁଏଞ୍ଜା A H3N2 ଭାଇରସ ସଂକ୍ରମିତ ଲୋକମାନେ ବହୁ ପରିମାଣରେ ଅସୁସ୍ଥ ହେଉଛନ୍ତି । ଜ୍ୱର ଏବଂ କାଶ ସଂକ୍ରମଣ ଇନଫ୍ଲୁଏଞ୍ଜାର ଏକ ପ୍ରକାର A H3N2 ଯୋଗୁଁ ହୋଇଥାଏ । ଭାଇରସର ଏହି ପ୍ରକାର ସ୍ୱାଇନ୍ ଫ୍ଲୁ ସୃଷ୍ଟି କରିଥାଏ। । ଭାରତର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ଏଜେନ୍ସି- ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ରିପୋର୍ଟ କରିଛି ଯେ ଅନ୍ୟ ସ୍ୱାଇନ୍ ଫ୍ଲୁ ପ୍ରକାର ଅପେକ୍ଷା H3N2 ଭାଇରସ ଅଧିକ ଲୋକଙ୍କୁ ଅସୁସ୍ଥ କରୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରାଜ ମିଶ୍ର ।

ଏହା ମଧ୍ୟ ପଢନ୍ତୁ: ଆପଣଙ୍କୁ ଡାଇବେଟିସ କି ? ସତର୍କ ହୁଅନ୍ତୁ, କ୍ୟାନ୍ସର ଆଶଙ୍କା ଅଧିକ - Higher Cancer Risk In Diabetes

ଏହା ମଧ୍ୟ ପଢନ୍ତୁ: ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା; ଘରେ ଏମିତି କରନ୍ତୁ ଉପଚାର - Sciatica Pain

ଏହା ମଧ୍ୟ ପଢନ୍ତୁ: ବିନା ଖର୍ଚ୍ଚରେ ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି ? ଫଲୋ କରନ୍ତୁ ଏହି 5 ଟିପ୍ସ - Obesity reducing tips

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.