ETV Bharat / health

ପେଟ କ୍ୟାନ୍ସର ହେଲେ ଦେଖାଯାଏ ଏସବୁ ଲକ୍ଷଣ, ସାଧାରଣ ଭାବି କରନ୍ତୁନି ଅଣଦେଖା - STOMACH CANCER SYMPTOMS

କ୍ୟାନ୍ସର ଏମିତି ଏକ ରୋଗ, ଯେଉଁଥିରେ ମଣିଷର ବଞ୍ଚିବା ଆଶା କ୍ଷୀଣ । ବିଭିନ୍ନ ପ୍ରକାର କ୍ୟାନ୍ସର ରହିଛି, ତା' ଭିତରୁ ଗୋଟିଏ ପେଟ କ୍ୟାନ୍ସର । ଜାଣନ୍ତୁ ଏହାର ଲକ୍ଷଣ

ପେଟ କ୍ୟାନ୍ସରରେ ଦେଖାଯାଏ ଏସବୁ ଲକ୍ଷଣ
ପେଟ କ୍ୟାନ୍ସରରେ ଦେଖାଯାଏ ଏସବୁ ଲକ୍ଷଣ (ETV Bharat)
author img

By ETV Bharat Odisha Team

Published : Dec 14, 2024, 5:35 PM IST

ଆଜିର ସମୟରେ ଖୁବ୍ କ୍ବଚିତ୍ ଲୋକ ଥିବେ, ଯାହାର କୌଣସି ରୋଗ ନଥିବ । ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ମଣିଷକୁ ରୋଗାଗ୍ରସ୍ତ କରିଦେଉଛି । ବିଶେଷକରି ଡାଇବେଟିସ, କୋଲେଷ୍ଟ୍ରଲ, ହୃଦରୋଗ, ଷ୍ଟ୍ରୋକ ଇତ୍ୟାଦି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଏବେ ସାଧାରଣ ହୋଇଗଲାଣି । ଏହାସହିତ ଦିନକୁ ଦିନ କ୍ୟାନ୍ସର ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କ୍ୟାନ୍ସର ବିଭିନ୍ନ ପ୍ରକାରର, ଯାହାମଧ୍ୟରୁ ପେଟରେ କ୍ୟାନ୍ସର (Stomach cancer) ଗୋଟିଏ । ଏହାକୁ ଗ୍ୟାଷ୍ଟ୍ରିକ କର୍କଟ (Gastric cancer) ମଧ୍ୟ କୁହାଯାଏ । ପେଟ ଭିତରେ ଟ୍ୟୁମର କୋଷଗୁଡିକ ଅସ୍ବାଭାବିକ ଭାବେ ବଢିଲେ ପେଟ କ୍ୟାନ୍ସର ହୋଇଥାଏ । ତେବେ ଏହି ରୋଗର ଆରମ୍ଭରୁ ଲକ୍ଷଣଗୁଡିକ ଜଣାପଡେ ନାହିଁ । କ୍ୟାନ୍ସର କ୍ରମଶଃ ବ୍ୟାପିବା ପରେ ଲକ୍ଷଣ ନଜର ଆସିଥାଏ ।

ତଥାପି ଏହି କ୍ୟାନ୍ସରର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଲକ୍ଷଣ ଦେଖାଯାଇଥାଏ, ସେଗୁଡିକ ହେଲା

  • ବଦହଜମୀ/ ପେଟରେ ଅସହଜ ଅନୁଭବ ହେବା
  • ଖାଇବା ପରେ ପେଟ ଫୁଲିଲା ଭଳି ଲାଗିବା
  • ବେଳେବେଳେ ବାନ୍ତି ଲାଗିବା
  • ଭୋକ କମିଯିବା
  • ଛାତି ପୋଡିବା

ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ (NIH) ଅନୁସାରେ, କ୍ୟାନ୍ସର ସୃଷ୍ଟି ହୋଇ ପେଟରୁ ଅନ୍ୟ ଅଂଶକୁ ଧୀରେ ଧୀରେ ବ୍ୟାପିବା ପରେ କିଛି ଲକ୍ଷଣ ପ୍ରକାଶ ପାଇଥାଏ । ଯେମିତିକି

ପେଟରେ ଯନ୍ତ୍ରଣା: ବେଳେବେଳେ ଖରାପ ଖାଦ୍ୟ ଖାଇବା ଦ୍ବାରା ପେଟରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ପେଟରେ ଲଗାତାର ଯନ୍ତ୍ରଣା ରହିବା ଓ ଫୁଲିବା ସମସ୍ୟା ଦେଖାଗଲେ ଏହା କ୍ୟାନ୍ସର ଲକ୍ଷଣ ମଧ୍ୟ ହୋଇପାରେ । ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ମଳରେ ରକ୍ତ ପଡିବା: ପେଟରେ କ୍ୟାନ୍ସରେ ହେଲେ ମଳରେ ରକ୍ତ ପଡିଥାଏ । ଏହି ଲକ୍ଷଣକୁ ଆଦୌ ଅଣଦେଖା କରିବା ଅନୁଚିତ୍ । ଠିକ୍ ସମୟରେ ଚିକିତ୍ସା ନକଲେ ସମୟ ସହିତ ରୋଗ ଗମ୍ଭୀର ହେବାକୁ ଲାଗେ ।

ବାନ୍ତି ହେବା: ସବୁବେଳେ ବାନ୍ତି ଲାଗିବା ଏବଂ ବାନ୍ତି ହେବା ଭଳି ଅନୁଭବ ହେବା ପେଟ କ୍ୟାନ୍ସରର ଏକ ପ୍ରମୁଖ ଲକ୍ଷଣ । ହଜମ ସମସ୍ୟା ରହିଥିଲେ ବି ଏପରି ଘଟିଥାଏ । କିନ୍ତୁ କ୍ୟାନ୍ସର ବଢିଲେ ଏହି ଲକ୍ଷଣ ମଧ୍ୟ ଅଧିକ ବଢିଥାଏ । ତେଣୁ ସବୁବେଳେ ବାନ୍ତି ଲାଗିଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।

ବିନା କାରଣରେ ଓଜନ କମିବା: ବିନା କୌଣସି କାରଣରେ ଓଜନ କମିବା କ୍ୟାନ୍ସରର ଲକ୍ଷଣ ହୋଇପାରେ ।

ଜଣ୍ଡିସ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଜଣ୍ଡିସ ମଧ୍ୟ ପେଟ ବା ଗ୍ୟାଷ୍ଟ୍ରିକ କ୍ୟାନ୍ସରର ଲକ୍ଷଣ ହୋଇପାରେ । ଜଣ୍ଡିସରେ ଆଖି ଓ ଚର୍ମ ହଳଦିଆ ପଡିଯାଇଥାଏ ।

ଏହାବ୍ୟତୀତ ଏସାଇଟେସ (ପେଟରେ ତରଳ ପଦାର୍ଥ ଜମା ହେବା) ଓ ଖାଦ୍ୟ ଢୋକିବାରେ ସମସ୍ୟା ମଧ୍ୟ ପେଟ କ୍ୟାନ୍ସରର ଲକ୍ଷଣ ଭାବେ ଦେଖାଯାଏ ।

ଏହିସବୁ ଲକ୍ଷଣଗୁଡିକ ପେଟ ବା ଗ୍ୟାଷ୍ଟ୍ରିକ କ୍ୟାନ୍ସର ବ୍ୟତୀତ ଆଉ କିଛି ରୋଗର ମଧ୍ୟ ଲକ୍ଷଣ ହୋଇପାରେ । ଯଦି ଏଥିମଧ୍ୟରୁ ଆପଣଙ୍କୁ କୌଣସି ଲକ୍ଷଣ ଦେଖାଯାଉଛି ତେବେ ଆଦୌ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତର ଆପଣଙ୍କୁ ଏହି ଲକ୍ଷଣଗୁଡିକ କେବେଠୁ ଆରମ୍ଭ ହେଲାଣି ଓ କେତେଥର ଦେଖାଯାଉଛି ପଚାରିବେ । ଯଦି ଏହା ପେଟ କ୍ୟାନ୍ସରର ଲକ୍ଷଣ ହୋଇଥାଏ ତେବେ ଏହାକୁ ଅଣଦେଖା କରିବା ଦ୍ବାରା ଚିକିତ୍ସା ବିଳମ୍ବ ହୋଇଥାଏ । ଯାହାଫଳରେ ଚିକିତ୍ସାର ପ୍ରଭାବ କମିପାରେ ଓ ବଞ୍ଚିବା ଆଶା ମଧ୍ୟ କ୍ଷୀଣ ହୋଇପାରେ ।

Source- https://www.cancer.gov/types/stomach/symptoms

ଏହା ମଧ୍ୟ ପଢନ୍ତୁ: ସୁସ୍ଥ ଓ ଫିଟ୍ ଶରୀର ପାଇଁ ଖାଆନ୍ତୁ ଏହି 4 ଜିନିଷ - GHEE HEALTH BENEFITS

ଏହା ମଧ୍ୟ ପଢନ୍ତୁ: ସତରେ ରୁଟି ଖାଇଲେ ଡାଇବେଟିସ୍ କଣ୍ଟ୍ରୋଲ ହୁଏ କି ? ଜାଣନ୍ତୁ କ'ଣ କହିଲେ ନ୍ୟୁଟ୍ରନିଷ୍ଟ - ROTI VS RICE WHAT IS BETTER

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.