ETV Bharat / health

ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା - Symptoms of heart attack in women

author img

By ETV Bharat Health Team

Published : 11 hours ago

Symptoms of heart attack in women: ବିଶ୍ବରେ ହୃଦଘାତରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଏ । ତେବେ ହୃଦଘାତ ସବୁବେଳେ ହଠାତ୍ ହୋଇନଥାଏ । ବେଳେବେଳେ କିଛି ଦିନ ପୂର୍ବରୁ ଧୀରେ ଧୀରେ ଏହାର ଲକ୍ଷଣ ଆମ ଶରୀରରେ ଦେଖାଯାଏ । ତେବେ ମହିଳାଙ୍କଠାରେ ଏସବୁ ଲକ୍ଷଣ ରହିଥିଲେ, ତାହା ହୃଦଘାତର ସଙ୍କେତ ଦେଇପାରେ । ପଢନ୍ତୁ ପୁରା ଖବର

ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା
ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା (ETV Bharat)

ହାଇଦ୍ରାବାଦ: ଖରାପ ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଲାଗି ହୃଦଘାତ ଏକ ସାଧାରଣ ରୋଗ ହୋଇଗଲାଣି । ଯୁବକଠୁ ବୟସ୍କ ପର୍ଯ୍ୟନ୍ତ, ଏବେ ଏହା ସବୁ ବୟସର ଲୋକଙ୍କୁ ଗ୍ରାସ କରୁଛି । ଆଜିକାଲି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ହୃଦଜନିତ ସମସ୍ୟା ଦେଖାଯାଉଛି । ତେବେ ହୃଦଘାତ ସବୁବେଳେ ହଠାତ୍ ଆସିନଥାଏ । ବେଳେବେଳେ କିଛି ଦିନ ପୂର୍ବରୁ ଧୀରେ ଧୀରେ ଏହାର ଲକ୍ଷଣ ଆମ ଶରୀରରେ ଦେଖାଯାଏ । ହୃଦଘାତର ଲକ୍ଷଣ ସମସ୍ତଙ୍କଠାରେ ପ୍ରାୟ ସମାନ । କିନ୍ତୁ ମହିଳାଙ୍କଠାରେ ହୃଦଘାତ ହେବାର କିଛି ଦିନ ପୂର୍ବରୁ ଥକ୍କାପଣ, ଦୁର୍ବଳତା, ଛାତି ଯନ୍ତ୍ରଣା ଭଳି ଲକ୍ଷଣ ସବୁ ଦେଖାଯିବାର ଅଧିକ ସମ୍ଭାବନା ରହିଥାଏ । ଅନେକ ଲୋକ ଭାବନ୍ତି, ଅଚାନକ ହାର୍ଟଆଟାକ୍ ଆସିଥାଏ । ହେଲେ ରିସର୍ଚ୍ଚରୁ ଜଣାପଡେ ଯେ, ମହିଳାଙ୍କୁ ହୃଦଘାତ୍ ଆସିବାର କିଛି ସପ୍ତାହ ପୂର୍ବରୁ ଲକ୍ଷଣ ଦେଖାଯାଇଥାଏ । ଯେମିତିକି-

ମହିଳାଙ୍କଠାରେ ହୃଦଘାତର ଲକ୍ଷଣ:

ଛାତିରେ ଯନ୍ତ୍ରଣା: ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହାର୍ଟଆଟାକ୍‌ ବା ହୃଦଘାତର ସବୁଠୁ ସାଧାରଣ ଲକ୍ଷଣ ହେଲା ଛାତିରେ ଯନ୍ତ୍ରଣା ବା ଅସହଜ ଲାଗିବା । ତେବେ ମହିଳାଙ୍କୁ ଛାତିରେ କୌଣସି ପ୍ରକାର ଯନ୍ତ୍ରଣା ବିନା ମଧ୍ୟ ହାର୍ଟଆଟାକ୍ ହୋଇପାରେ । 2003ରେ ଏକ ଅଧ୍ୟୟନରେ ସାମିଲ ପ୍ରାୟ 29.7 ପ୍ରତିଶତ ମହିଳା ହାର୍ଟଆଟାକ୍‌ର କିଛି ସପ୍ତାହ ପୂର୍ବରୁ ଛାତିରେ ସମସ୍ୟା ଅନୁଭବ କରିଥିବାବେଳେ 57 ପ୍ରତିଶତ ମହିଳାଙ୍କୁ ହାର୍ଟଆଟାକ୍ ସମୟରେ ଛାତି ଯନ୍ତ୍ରଣା ହୋଇଥିଲା ।

ଅତ୍ୟଧିକ ଥକ୍କା ଅନୁଭବ ହେବା: ଅସ୍ବାଭାବିକ ଥକ୍କାପଣ ହାର୍ଟଆଟାକର ଅନ୍ୟତମ ଲକ୍ଷଣ । ହାର୍ଟଆଟାକ୍ ଆସିବାର କିଛି ଦିନ କିମ୍ବା ସପ୍ତାହ ପୂର୍ବରୁ ଅସ୍ବାଭାବିକ ଥକ୍କାପଣ ଅନୁଭବ ହୋଇପାରେ । ବେଳେବେଳେ କୌଣସି ସହଜ କାମ କଲେ ମଧ୍ୟ ଖୁବ୍ କ୍ଲାନ୍ତ ଲାଗିଥାଏ ।

ଦୁର୍ବଳ ଲାଗିବା: ଅଧିକ ଦୁର୍ବଳ ଲାଗିବା ବା ଦେହ ଥରିବା ମହିଳାଙ୍କଠାରେ ହାର୍ଟଆଟାକ୍‌ରେ ଏକ ସାଧାରଣ ଲକ୍ଷଣ । ଦୁର୍ବଳତା ସହ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେବା, ଚିଡଚିଡା ଲାଗିବା କିମ୍ବା ଚେତାଶୂନ୍ୟ ମଧ୍ୟ ହୋଇପାରନ୍ତି ।

ନିଶ୍ବାସ ନେବାରେ ସମସ୍ୟା: ବିନା ପରିଶ୍ରମରେ ନିଶ୍ବାସ ଫୁଲିବା, ଜୋରରେ ନିଶ୍ବାସ ନେବା, ବିଶେଷକରି ଛାତିରେ ଯନ୍ତ୍ରଣା ହେବା ଓ ଥକ୍କା ଲାଗିବା ସହ ନିଶ୍ବାସ ଫୁଲିଲେ ଏହା ହୃଦଜନିତ ସମସ୍ୟାର ସଙ୍କେତ ହୋଇପାରେ । ଏପରି ଲକ୍ଷଣ ଥିଲେ ଏହାକୁ ହାଲୁକା ଭାବେ ନେବା ଅନୁଚିତ୍।

ଝାଳ ବୋହିବା: କୌଣସି କଠିନ ପରିଶ୍ରମ କରିବା ବିନା ଅତ୍ୟଧିକ ଝାଳ ବୋହିବା ମଧ୍ୟ ମହିଳାଙ୍କଠାରେ ହୃଦଘାତର ଅନ୍ୟତମ ଲକ୍ଷଣ ହୋଇପାରେ । ଏଥିସହ ଅଧିକ ଥଣ୍ଡା ଓ ଚିପ୍‌ଚିପା ଲାଗିବା ବି ହୃଦୟ ସମସ୍ୟାର ସଙ୍କେତ ହୋଇପାରେ ।

ଶରୀରରେ ଯନ୍ତ୍ରଣା: ବେକ, ଜ ଏବଂ ଉପର ପିଠି କିମ୍ବା ବାହୁରେ ଯନ୍ତ୍ରଣା ହେବା ହାର୍ଟଆଟାକ୍ ପୂର୍ବର ଅନ୍ୟତମ ଲକ୍ଷଣ । ଗୋଟିଏ ସ୍ଥାନରେ ଯନ୍ତ୍ରଣା ଆରମ୍ଭ ହୋଇ ଏହା କ୍ରମଶଃ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିଥାଏ । ଏହି ଯନ୍ତ୍ରଣା ହଠାତ୍ ହୋଇପାରେ ।

ନିଦ୍ରା ସମସ୍ୟା: ମହିଳାଙ୍କୁ ହାର୍ଟଆଟାକ୍ ଆସିବାର କିଛି ଦିନ ପୂର୍ବରୁ ନିଦ୍ରା ସମସ୍ୟା ଦେଖାଦେଇପାରେ । ସହଜରେ ନିଦ ନହେବା, ରାତିସାରା କଡ ଲେଉଟାଇବା ଏବଂ ଯଥେଷ୍ଟ ଶୋଇବା ପରେ ବି କ୍ଲାନ୍ତ ଅନୁଭବ ହେବା ଭଳି ଲକ୍ଷଣ ସବୁ ହାର୍ଟଆଟାକ୍ ସଙ୍କେତ ହୋଇପାରେ ।

ପେଟ ସମସ୍ୟା: ହାର୍ଟଆଟାକ୍ ପୂର୍ବରୁ କିଛି ମହିଳା ପେଟରେ ଯନ୍ତ୍ରଣା କିମ୍ବା ପ୍ରେସର ଅନୁଭବ କରିପାରନ୍ତି । ଏଥିସହ ବଦହଜମୀ, ଛାତିରେ ଜ୍ବଳନ, ବାନ୍ତି ଲାଗିବା ଓ ବାନ୍ତି ହେବା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ ।

କୌଣସି କାରଣରୁ ହୃଦୟକୁ ରକ୍ତ ସଞ୍ଚାଳନ ନ ହୋଇପାରିଲେ ହୃଦଘାତ ହୋଇଥାଏ । ହେଲେ ଉପରୋକ୍ତ ଲକ୍ଷଣଗୁଡିକ ହୃଦଘାତର ସଙ୍କେତ ବୋଲି ଅନେକ ମହିଳା ଜାଣିପାରିନଥାନ୍ତି । ଫଳରେ ଏହା ପ୍ରତି ଅବହେଳା କରିବା ଦ୍ବାରା ପରବର୍ତ୍ତୀ ସମୟରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । Ref- https://www.nhlbi.nih.gov/health/heart-attack/women

ଏହା ମଧ୍ୟ ପଢନ୍ତୁ: କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - How to control Cholesterol

ଏହା ମଧ୍ୟ ପଢନ୍ତୁ: ଅଧିକ ମଟନ ଖାଇଲେ ହୋଇପାରେ ଏହି ରୋଗ; ସତର୍କ କରାଇଲେ ବିଶେଷଜ୍ଞ - Mutton Side Effects

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ ରୋଗୀଙ୍କ ପାଇଁ ସୂଚନା; ହଠାତ୍ ବ୍ଲଡ ସୁଗାର କମିଲେ ଖାଆନ୍ତୁ ଏହି 5 ଜିନିଷ - Low blood sugar

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.