ETV Bharat / health

ଘରେ ଘରେ ଥଣ୍ଡା-ଜ୍ବର; କେମିତି ସୁସ୍ଥ ରହିବେ, ଉପାୟ ବତାଇଲେ ଡାକ୍ତର - VIRAL INFECTIONS

ଋତୁ ବଦଳିବା ଯୋଗୁଁ ଏବେ ପ୍ରତିଟି ଘରେ ଥଣ୍ଡା, କାଶ, ଜ୍ବର । ଏମିତିରେ ଏହି ଭାଇରାଲ ସଂକ୍ରମଣକୁ କେମିତି ସୁସ୍ଥ ରହିବେ, ଜାଣନ୍ତୁ ଡାକ୍ତରଙ୍କଠାରୁ

ଘରେ ଘରେ ଥଣ୍ଡା-ଜ୍ବର, କେମିତି ସୁସ୍ଥ ରହିବେ ଡାକ୍ତର ବତାଇଲେ ଉପାୟ
ଘରେ ଘରେ ଥଣ୍ଡା-ଜ୍ବର, କେମିତି ସୁସ୍ଥ ରହିବେ ଡାକ୍ତର ବତାଇଲେ ଉପାୟ (ETV Bharat Odisha)
author img

By ETV Bharat Health Team

Published : Nov 22, 2024, 12:10 PM IST

Updated : Nov 22, 2024, 2:17 PM IST

ଭୁବନେଶ୍ବର: ବର୍ତ୍ତମାନ ଘରେ ଘରେ ଥଣ୍ଡା, କାଶ, ଜ୍ବର । ଋତୁ ପରିବର୍ତ୍ତନ ଯୋଗୁଁ ଛୋଟ ଛୁଆଠୁ ବୟସ୍କ ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ହେଉଛନ୍ତି । ହସ୍ପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ଶହ ଶହ ରୋଗୀ ଆସୁଛନ୍ତି । ଏପରି ସ୍ଥିତିରେ କେମିତି ଭାଇରାଲ ସଂକ୍ରମଣରୁ ସୁରକ୍ଷିତ ରହିବେ ଏବଂ ନିଜ ପିଲାଙ୍କୁ ସୁରକ୍ଷିତ ରଖିବେ ସେନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟ ।

ସତର୍କ ରୁହନ୍ତୁ:

ଘରେ ଘରେ ଥଣ୍ଡା-ଜ୍ବର; କେମିତି ସୁସ୍ଥ ରହିବେ, ଉପାୟ ବତାଇଲେ ଡାକ୍ତର (ETV Bharat Odisha)

ଡାକ୍ତର କହିଛନ୍ତି, ''କୌଣସି ବ୍ୟକ୍ତି ଅଫିସ, ବଜାଟଘାଟ ତଥା ବାହାରୁ ଘରକୁ ଫେରିଲେ ସାଙ୍ଗରେ ଅନେକ ଭାଇରସ ନେଇ ଆସିଥାନ୍ତି । ଏହାର ଲକ୍ଷଣ ବଡ ଲୋକଙ୍କ କ୍ଷେତ୍ରରେ ବିଶେଷ ଦେଖାଯାଏ ନାହିଁ । କାରଣ ସେମାନଙ୍କ ଶରୀରରେ ଇମ୍ୟୁନିଟି ଅଧିକ ଥାଏ । କିନ୍ତୁ ଏହି ଭାଇରସ ସଂସ୍ପର୍ଶରେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ସହଜରେ ଆସିଯାଆନ୍ତି । ଯାହାଫଳରେ ପିଲାମାନଙ୍କୁ ଥଣ୍ଡା, କାଶ, ଜ୍ବର, ନାକରୁ ପାଣି ବାହାରିବା ଆଦି ଲକ୍ଷଣ ଦେଖାଯାଏ । ବିଶେଷକରି ଶ୍ବାସରୋଗୀ ଅଧିକ ଗୁରୁତର ହୋଇପାରନ୍ତି ।

କିପରି ସୁରକ୍ଷିତ ରହିବେ:

ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟ କହିଛନ୍ତି ଯେ, ବାହାରୁ ଆସିବା ପରେ ସଫା ସୁତୁରା ନହୋଇ ଛୋଟ ପିଲାଙ୍କୁ ସ୍ପର୍ଶ କରନ୍ତୁ ନାହିଁ । ସବୁବେଳେ ମାକ୍ସ ବ୍ୟବହାର କରନ୍ତୁ । ବାହାର ଘରକୁ ଫେରିଲେ ଭଲ ଭାବେ ସାନିଟାଇଜ ହୁଅନ୍ତୁ । ହାତ ଗୋଡ ଧୋଇବା ସହ ପୋଷାକ ବଦଳାନ୍ତୁ । ଏହାପରେ ଛୋଟ ଛୁଆଙ୍କ ସଂସ୍ପର୍ଶରେ ଆସନ୍ତୁ । ଏହି ଦିନରେ ସ୍କୁଲ ଶିକ୍ଷକମାନେ ମଧ୍ୟ ସଚେତନା ରହିବା ଆବଶ୍ୟକ । ଯଦି କୌଣସି ପିଲା ଥଣ୍ଡା-କାଶ, ଜ୍ବରରେ ପୀଡିତ ହେଉଛି ତେବେ ତାକୁ ଛୁଟି ଦେବା ଉଚିତ୍ ।

ଫ୍ଲୁ ଟିକାକରଣ ଜରୁରୀ:

୬ ମାସରୁ ୧ ବର୍ଷ ମଧ୍ୟରେ ପିଲାଙ୍କୁ ଫ୍ଲୁ ଟିକା ଦିଆଯାଏ । ୬ ମାସରେ ଗୋଟିଏ ଓ ୭ ମାସରେ ଆଉ ଗୋଟିଏ । ୧ ବର୍ଷରୁ ୫ ବର୍ଷ ମଧ୍ୟରେ ବାର୍ଷିକ ଥରେ ଫ୍ଲୁ ଟିକା ଦେବାର ସୁବିଧା ରହିଛି । ଏହାଦ୍ବାରା ପିଲାଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରାଯାଇପାରିବ ବୋଲି ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟ କହିଛନ୍ତି ।

ହସ୍ପିଟାଲକୁ ଆସୁଛନ୍ତି ଶହ ଶହ ରୋଗୀ:

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, ''ଏବେ ଋତୁ ପରିବର୍ତ୍ତନ କାରଣରୁ ଭାଇରାଲ ଜ୍ବର ଅଧିକ ଦେଖାଯାଉଛି । ହସ୍ପିଟାଲକୁ ଶହ ଶହ ସଂଖ୍ୟାର ରୋଗୀ ଆସୁଛନ୍ତି । ଏନେଇ ହସ୍ପିଟାଲ ପୁରା ପ୍ରସ୍ତୁତ ରହିଛି । ତେବେ ଛୋଟ ପିଲାଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ । ନହେଲେ ଆପଣଙ୍କଠାରୁ ପିଲାଙ୍କ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥାଏ ।''

ଏହା ମଧ୍ୟ ପଢନ୍ତୁ: ପାଦରୁ ଜାଣିହେବ ଆପଣ ସୁସ୍ଥ କି ଅସୁସ୍ଥ, ଏସବୁ ସଙ୍କେତ ଥିଲେ...

ଏହା ମଧ୍ୟ ପଢନ୍ତୁ: ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେଉଛି ? ଆଜିଠୁ ଛାଡନ୍ତୁ ଏସବୁ ଅଭ୍ୟାସ

ଏହା ମଧ୍ୟ ପଢନ୍ତୁ: ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 22, 2024, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.