ହାଇଦ୍ରାବାଦ: ପୋଷାକ ଉପରେ ଦାଗ ଏକ ସାଧାରଣ ସମସ୍ୟା । ଖାଇବା ବେଳେ ସସ୍ ହେଉ ଅବା ଚା', କଫି କିମ୍ୱା ମସଲା ଦାଗ ଲାଗିଯାଇଥାଏ । ଯଦି ଏହି ସମାନ ଦାଗ ଆମର ପ୍ରିୟ ପୋଷାକରେ ଲାଗିଯାଏ, ତେବେ ଅଧିକ ଚିନ୍ତିତ ଲାଗେ । ଏହାକୁ ହଟାଇବା ପାଇଁ ଆମେ ଯାହା ସମ୍ଭବ ତାହା କରିଥାଉ । ୱାଶିଂମେସିନ୍ ଠାରୁ ଆରମ୍ଭ କରି ଅନେକ ପ୍ରକାର ଜିନିଷ ଆପଣାଇ ଥାଉ । ହେଲେ ଦାଗ ଛାଡିନଥାଏ । ଏପରି ସ୍ଥିତିରେ ଏହି ଦାଗଗୁଡିକ ହଟାଇବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ପରି ମନେହୁଏ । କିନ୍ତୁ, ସଠିକ୍ କୌଶଳ ଆପଣାଇଲେ ପୋଷାକରୁ ଦାଗ ବାହାର କରାଯାଇପାରିବ । ତେବେ ଏହି ଆର୍ଟିକିଲରେ ଏପରି କିଛି ଟିପ୍ସ ବିଷୟରେ ଜାଣନ୍ତୁ, ଯାହା ଦ୍ୱାରା ଆପଣ ଦାଗ ହଟାଇପାରିବେ ।
![କପଡାରେ ଦାଗ ଲାଗିଲେ କଣ କରିବେ ?](https://etvbharatimages.akamaized.net/etvbharat/prod-images/16-06-2024/21724175_1.jpg)
- ତେଲ ଦାଗ: ଯଦି ଆପଣ ନିଜ ପୋଷାକରେ ଲିପଷ୍ଟିକ୍ କିମ୍ବା ତେଲ ଦାଗ ପାଆନ୍ତି, ତେବେ ସେହି ସ୍ଥାନରେ ଟିକେ ଗ୍ଲିସେରିନ୍ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଦାଗ ସହଜରେ ଦୂର ହୋଇପାରିବ ।
- ଲେମ୍ବୁ: କୁହାଯାଏ ଯେ ଦାଗ ହୋଇଥିବା ସ୍ଥାନରେ ଖଣ୍ଡିଏ ଲେମ୍ବୁ ଘଷିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଥାଏ । କୁହାଯାଏ, ଏହା କରିବା ଦ୍ୱାରା ପୋଷାକର ରଙ୍ଗ ମଧ୍ୟ ନଷ୍ଟ ହୁଏ ନାହିଁ ।
- ହାଇଡ୍ରୋଜେନ୍ ପେରକ୍ସାଇଡ୍: ବେଳେବେଳେ ଯଦି ପୋଷାକରେ ରକ୍ତ କିମ୍ବା କଳଙ୍କ ଦାଗ ଲାଗିଥାଏ, ତେବେ ଏହି ଦାଗ ହଟାଇବା ପାଇଁ ହାଇଡ୍ରୋଜେନ୍ ପେରକ୍ସାଇଡ୍ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି । ଦାଗଯୁକ୍ତ ଅଞ୍ଚଳରେ ଟିକେ ଡିଟରଜେଣ୍ଟ ତରଳ ଏବଂ ହାଇଡ୍ରୋଜେନ୍ ପେରକ୍ସାଇଡ୍ ବ୍ୟବହାର କରନ୍ତୁ । ତାପରେ ପୋଷାକ ଧୋଇଦିଅନ୍ତୁ । ଏହାଦ୍ୱାରା ପୋଷାକରୁ ଦାଗ ଅଦୃଶ୍ୟ ହୋଇଯାଏ ।
- ଲୁଣ: ଯଦି ପୋଷାକରେ କଳଙ୍କ ବା ଲୁହା ଦାଗ ଥାଏ, ତେବେ ଏହାକୁ ଲୁଣ ପାଣିରେ ଭିଜାନ୍ତୁ । ତା’ପରେ ଦାଗ ହୋଇଥିବା ସ୍ଥାନରେ ଦୁଇ ଚାମଚ ଲେମ୍ବୁ ରସ ଲଗାନ୍ତୁ ଏବଂ ସାବୁନରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଦାଗ ଦୂର ହେବ ।
- ବେକିଂ ସୋଡା: ଅନେକ ଲୋକଙ୍କୁ ପୋଷାକରୁ ଚା' ଦାଗ ହଟାଇବା କଷ୍ଟକର ହୋଇଥାଏ । ଅବଶ୍ୟ, ବେକିଂ ସୋଡା ବ୍ୟବହାର କରି ଏହି ଦାଗଗୁଡ଼ିକୁ ସହଜରେ ବାହାର କରାଯାଇପାରିବ । ଚା' ଦାଗରେ ଏକ ଚାମଚ ବେକିଂ ସୋଡା ଲଗାନ୍ତୁ ଏବଂ ଧିରେ ଧିରେ ଘଷନ୍ତୁ । କିଛି ସମୟ ପରେ ପୋଷାକ ସଫା କରନ୍ତୁ । ପୋଷାକରେ ଲାଗିଥିବା ଦାଗ ଅଦୃଶ୍ୟ ହୋଇଯିବ ।
- ଟୁଥପେଷ୍ଟ: ପୋଷାକର ରଙ୍ଗ ନଷ୍ଟ ନକରି ଲାଗିଥିବା ଯେକୌଣସି ଦାଗକୁ ସହଜରେ ହଟାଇବା ପାଇଁ, ବ୍ରଶ୍ ପାଇଁ ବ୍ୟବହୃତ ଟୁଥପେଷ୍ଟ ବ୍ୟବହାର କରିପାରିବେ । ଦାଗ ହୋଇଥିବା ସ୍ଥାନରେ ଟୁଥପେଷ୍ଟ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ପୋଷାକକୁ ସଫା ପାଣିରେ ଧୋଇଦିଅନ୍ତୁ । ଏହା କରିବା ଦ୍ୱାରା ଦାଗ ଦୂର ହୋଇଯାଏ ।
![କପଡାରେ ଦାଗ ଲାଗିଲେ କଣ କରିବେ ?](https://etvbharatimages.akamaized.net/etvbharat/prod-images/16-06-2024/21724175_2.jpg)
ଏହା ମଧ୍ୟ ପଢନ୍ତୁ: ଘରେ ବ୍ୟବହୃତ ଜିନିଷର ଏକ୍ସପାରି ଡେଟ, ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କଲେ କ'ଣ ହେବ ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ