ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ଗତିବିଧିର ଅଭାବ ଯୋଗୁଁ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରୁ ଥାଇରଏଡ ଅନ୍ୟତମ । ବିଶେଷକରି ମହିଳାମାନଙ୍କ ମଧ୍ୟରେ ଥାଇରଏଡ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏନେଇ ଜଣାଶୁଣା ଡାକ୍ତର ପି.ବି. ରାଓ ଥାଇରଏଡରୁ ହେଉଥିବା ସ୍ବାସ୍ଥ୍ୟହାନି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଖବରର ଜାଣନ୍ତୁ ଥାଇରଏଡ କ'ଣ କିପରି ଏହା ଆମ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ?
ଥାଇରଏଡ କ'ଣ ?
ଥାଇରଏଡ ଦେଖିବାକୁ ଏକ ଛୋଟ ପ୍ରଜାପତି ଆକାରର ଗ୍ରନ୍ଥି ଏବଂ ବେକ ସାମ୍ନାରେ ରହିଥାଏ । ଏହା ଶରୀରର ଏଣ୍ଡୋକ୍ରାଇନ ସିଷ୍ଟମ ପାଇଁ ଜରୁରୀ । କାରଣ ଏହା ହରମୋନ ଉତ୍ପାଦନ କରେ ଯାହାକି ମେଟାବୋଲିଜିମ, ଶରୀରର ବିକାଶକୁ ନିୟନ୍ତ୍ରିତ କରିଥାଏ । ଥାଇରଏଡର ମୁଖ୍ୟ କାମ ମେଟାବୋଲିଜିମ କଣ୍ଟ୍ରୋଲ କରିବା । ଏହାକୁ ମେଟାବୋଲିଜିମର ମାଷ୍ଟର ଗ୍ରନ୍ଥି କୁହାଯାଏ । ଶରୀରର କୋଶିକାଗୁଡିକୁ ଏନର୍ଜି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ ।
ଆରମ୍ଭରୁ ଦେଖାଯାଏନି ଲକ୍ଷଣ:
ଥାଇରଏଡ ଆରମ୍ଭ ହେବାର ପ୍ରାଥମିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ହେଲେ ଚିକିତ୍ସା ଅଭାବରୁ ହାଇପରଥାଇରଏଡଜିମ (Hyperthyroidism), ହାଇପୋଥାଇରଏଡଜିମ (Hypothyroidism), ହୃଦରୋଗ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।
ଆମ ଶରୀରରେ ଥଇରଏଡ ସିଷ୍ଟମ ଅତି ଗୁରୁତ୍ବପୂର୍ଣ୍ଣ । ଥାଇରଏଡ ଗ୍ରନ୍ଥି ମେଟାବୋଲିଜିମ ରେଗୁଲେଟ କରିବାରେ ବଡ ଭୂମିକା ଗ୍ରହଣ କରେ । ହେଲେ ଯଦି ଥାଇରଏଡ ଗ୍ରନ୍ଥି ଦ୍ବାରା ବାହାରୁଥିବା ଥାଇରକ୍ସିନ ହରମୋନ ବହୁତ ଅଧିକ କିମ୍ବା ବହୁତ କମ୍ ହୁଏ ତେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ଥାଇରଏଡ ଜନିତ ସମସ୍ୟାକୁ ଦୁଇ ପ୍ରକାରେ ବିଭକ୍ତ କରାଯାଏ । ଯଦି ଥାଇରଏଡ ହରମୋନ ଉତ୍ପାଦନ ଆବଶ୍ୟକତା ଠାରୁ ଅଧିକ ହୁଏ ତେବେ ଏହି ସ୍ଥିତିକୁ ହାଇପରଥାଇରାଏଡଜିମ କୁହନ୍ତି । ସାମାନ୍ୟ ଠାରୁ କମ୍ ହେଲେ ହାଇପୋଥାଇରଏଡଜିମ କୁହନ୍ତି ।
ହାଇପୋଥାଇରଡିଜିମ ଲକ୍ଷଣ:
- ଥାଇରଏଡ ସମସ୍ୟା ଥିବା ଲୋକଙ୍କୁ ଅଧିକ ଥକ୍କା ଲାଗିଥାଏ
- ଥାଇରଏଡ ହରମୋନ କମିଲେ ଓଜନ ବୃଦ୍ଧି ପାଏ
- ଅଧିକ କେଶ ଝଡେ
- ଅତ୍ୟଧିକ ଝାଳ ବୋହିବା
- ଡ୍ରାଏ ସ୍କିନ ବା ତ୍ବଚା ଶୁଷ୍କ ଲାଗିବା
- ଥାଇରଏଡ ଗ୍ରନ୍ଥିରେ ପରିବର୍ତ୍ତନ ଯୋଗୁଁ ବେକ ଫୁଲିବା
- ଶରୀରର ତାପମାତ୍ରା ବଦଳିବା । ପାଗ ଭଲ ଥିଲେ ବି ଥଣ୍ଡା ନହେଲେ ଗରମ ଲାଗିବା
- ପତଳା ଶୁଖିଲା କେଶ ଏବଂ ନଖ ଭଙ୍ଗୁର ହେବା
- ଗୋଡ, ଗଣ୍ଠି ଓ ବାହୁରେ ଯନ୍ତ୍ରଣା
- ହାତ ଝିମ୍ଝିମ୍ ଲାଗିବା
- କୋଷ୍ଠକାଠିନ୍ୟ
- ମାସିକ ଋତୁସ୍ରାବ ଅନିୟମିତତା
ହାଇପୋଥାଇରଏଡିଜିମ:
- ଶରୀରରେ ଥାଇରଏଡ ହରମୋନ ଅଧିକ ବଢିଗଲେ ଓଜନ ହ୍ରାସ ପାଏ
- ମାଂସପେଶୀ ଦୁର୍ବଳ ହୁଏ ଓ ହାତ ଥରେ
- ଆଖି ସମସ୍ୟା
- ଅନିୟମିତ ଋତୁସ୍ରାବ
ଏହା ମଧ୍ୟ ପଢନ୍ତୁ: ଉଠିବା ପରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ଜାଣନ୍ତୁ ଏହାର କାରଣ
ଏହା ମଧ୍ୟ ପଢନ୍ତୁ: ହାର୍ଟ ଫେଲିୟର ହେଲେ ଦେଖାଯାଏ ଏସବୁ ଲକ୍ଷଣ
ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ଦୃଷ୍ଟି ଶକ୍ତି କମିଯାଉଛି କି ? ଖାଆନ୍ତୁ ଏହି ଫଳ
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)