ହାଇଦ୍ରାବାଦ: ହିନ୍ଦୁ ଧର୍ମ ଅନେକ ରୀତିନୀତି ରହିଛି । ଏହାସହ ଆମ ଧର୍ମରେ ଆମ ଜୀବନ ସହ ଜଡ଼ିତ ଅନେକ କାର୍ଯ୍ୟ କରିବା ଉପରେ କିଛି ନିୟମ ରହିଛି । ଯଦି ଏହି ନିୟମକୁ ପାଳନ କରାଯାଏ ତେବେ ଦେବାଦେବୀ ଆମ ଉପରେ ପ୍ରସନ୍ନ ହୋଇ ଶୁଭଫଳ ପ୍ରଦାନ କରନ୍ତି । ଯଦି ଆମେ ନିୟମ ବାହାରେ କିଛି କାର୍ଯ୍ୟ କରିନ୍ତି କିମ୍ବା କାର୍ଯ୍ୟଗୁଡ଼ିକ ଭୁଲ ଉପାୟରେ ଏବଂ ଭୁଲ ସମୟରେ କରନ୍ତି ତେବେ ଭଗବାନ ଏଥିରେ ଅସନ୍ତୁଷ୍ଟ ହୁଅନ୍ତି । ଯାହାଫଳରେ ଜୀବନରେ ଅନେକ ସମସ୍ୟା ଯେପରିକି ଜୀବନରେ ଦାରିଦ୍ର୍ୟତା ଆସିବା, ଅଶାନ୍ତି ଲାଗି ରହିବା, ଶାରୀରିକ ଓ ମାନସିକ ପୀଡ଼ା ଭୋଗିବା ଭଳି ଅନିଷ୍ଟ ହୋଇଥାଏ ବୋଲି ସନାତନ ଧର୍ମରେ ବିଶ୍ବାସ କରିଛି । ଏହାରି ଭିତରେ ନଖ କାଟିବାକୁ ନେଇ ରହିଛି କିଛି ନିୟମ । ହିନ୍ଦୁ ଧର୍ମରେ କେଉଁ ଦିନ ନଖ କାଟିବା ଉଚିତ ଓ କେଉଁଦିନ ନ କାଟିବା ଉଚିତ ତାହା କୁହାଯାଇଛି । ଆଜି ଆପଣଙ୍କୁ ଜଣାଇବୁ ଯେ, କେଉଁ ଦିନ ନଖ କାଟିବେ, କେଉଁ ଦିନ ନଖ କାଟିବେ ନାହିଁ ଓ ନଖ କାଟିବାର ସଠିକ ସମୟ ବିଷୟରେ । ଯାହାଦ୍ବାର ମା' ଲକ୍ଷ୍ନୀଙ୍କ ଆଶୀର୍ବାଦ ଲାଭ ହେବା ସହ ଘରେ ଧନର ଆଗମନ ହୋଇଥାଏ ।
![BEST DAYS FOR NAIL CUTTING](https://etvbharatimages.akamaized.net/etvbharat/prod-images/07-07-2024/21887125_od_1.jpg)
ଏହି ଦିନ କାଟନ୍ତୁ ନାହିଁ ନଖ:
ସପ୍ତାହର କିଛି ଦିନ ଅଛି, ଯେଉଁଦିନ ନଖ କାଟିବା ଅନୁଚିତ । ଏହି ଦିନଗୁଡ଼ିକରେ ନଖ କାଟିବା ଦ୍ବାରା ଘରେ କାଙ୍ଗାଳ ଘୋଟି ଆସେ । ପରିବାର ମଧ୍ୟରେ ମତଭେଦ ଉତ୍ପନ୍ନ ହେବା ସହ ଜୀବନରେ ସର୍ବଦା ଅଶାନ୍ତି ଲାଗି ରହେ । ଯେପରି କି ଶନିବାର ଦିନ ନଖ କାଟିବା ଦ୍ବାରା ନ୍ୟାୟଦାତା ଶନିଦେବ କ୍ରୋଧିତ ହୁଅନ୍ତି । ଯାହାଫଳରେ ଶାରୀରିକ, ମାନସିକ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏଥି ସହିତ ରବିବାର ଦିନ ମଧ୍ୟ ନଖ କାଟିବା ସନାତନ ଧର୍ମରେ ଅଶୁଭ ବୋଲି ବିବେଚନା କରାଯାଏ । ରବିବାର ଦିନ ନଖ କାଟିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ହୋଇଥାନ୍ତି । ଏହାଦ୍ବାରା ଆତ୍ମବିଶ୍ବାସ ହ୍ରାସ ହେବା ସହ ପ୍ରଗତିରେ ବାଧା ସୃଷ୍ଟି କରିଥାଏ । ସିଦ୍ଧ କାର୍ଯ୍ୟ ବି ଅସିଦ୍ଧି ହୋଇଯାଏ । ଏହାସହ ମଙ୍ଗଳବାର ଦିନ ମଧ୍ୟ ନଖ କାଟିବା ନିଷେଧ ।
ସେହିପରି ଗୁରୁବାର ଦିନ ମଧ୍ୟ ଭୁଲରେ ବି ନଖ କାଟନ୍ତୁ ନାହିଁ । ଗୁରୁବାର ନଖ କାଟିଲେ ଶୁଭ ଗ୍ରହମାନେ ମଧ୍ୟ ବିପରୀତ ଫଳ ଦେବା ଆରମ୍ଭ କରନ୍ତି । ଗୁରୁବାର ହେଉଛି ଭଗବାନ ବିଷ୍ଣୁଙ୍କ ଦିନ । ତେଣୁ ଗୁରୁବାର ଦିନ ନଖ କାଟିବା ଠାରୁ ଦୂରରେ ରୁହନ୍ତୁ । ନଚେତ ଏହା ଆପଣଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥାଏ । ଘରେ ଯେତେ ରୋଜଗାର କଲେ ମଧ୍ୟ ଟଙ୍କା ନିଅଣ୍ଟ ରହେ । ତେଣୁ ଏହି ସବୁ ବାରରେ ନଖ କାଟୁଥିଲେ ସାବଧାନ ରୁହନ୍ତୁ । ଏହାସହ ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ମଧ୍ୟ କେବେ ହେଲେ ନଖ କାଟନ୍ତୁ ନାହିଁ ।
ଏହି ଦିନ କାଟନ୍ତୁ ନଖ:
ଶାସ୍ତ୍ର ଅନୁସାରେ, ନଖ କାଟିବା ପାଇଁ ବୁଧବାର ଓ ଶୁକ୍ରବାର ସବୁଠାରୁ ଭଲ । ବୁଧବାର ଦିନ ନଖ କାଟିବା ଦ୍ବାରା ଘରେ ସୁଖ ସମୃଦ୍ଧି ସହ ଧନ ବୃଦ୍ଧି ହୋଇଥାଏ । ଏହାସହ ଚାକିରି କ୍ଷେତ୍ର ଓ ବ୍ୟବସାୟରେ ଲାଭ ହିଁ ଲାଭ ହୋଇଥାଏ । ସେହିପରି ଶୁକ୍ରବାର ଦିନ ନଖ କାଟିବା ଦ୍ୱାରା ସୌନ୍ଦର୍ଯ୍ୟ ଓ ଆକର୍ଷଣ ବୃଦ୍ଧି ହୋଇଥାଏ । ମା' ଲକ୍ଷ୍ମୀଙ୍କ କୃପାରୁ ଧନପ୍ରାପ୍ତି ହୋଇଥାଏ । ଜୀବନରେ କୌଣସି ଜିନିଷର ଅଭାବ ରହେନାହିଁ । ଏହା ବ୍ୟତୀତ ସୋମବାର ଦିନ ମଧ୍ୟ ନଖ କଟା ଯାଇପାରିବ । ସୋମବାର ଦିନ ନଖ କାଟିଲେ ମନୋବଳ ଦୃଢ ହୋଇଥାଏ । ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଏହାସହ ଛୋଟ ମୋଟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ନଖ କାଟିବାର ଉଚିତ ସମୟ :
ତେବେ ସୂର୍ଯ୍ୟାସ୍ତ କିମ୍ବା ରାତ୍ର ସମୟରେ ଭୁଲରେ ବି ନଖ କାଟନ୍ତୁ ନାହିଁ । ଏଭିଳି ସମୟରେ ନଖ କାଟିବା ଦ୍ବାରା ଧନର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଫଳରେ ଘରେ ସର୍ବଦା ଅଭାବ ଅନାଟନ ଦେଖାଦେଇଥାଏ । ସେହିପରି ବ୍ରାହ୍ମ ମୂହୁର୍ତ୍ତରେ ମଧ୍ୟ ନଖ କାଟନ୍ତୁ ନାହିଁ । ସୂର୍ଯ୍ୟୋଦୟ ହେବାର କିଛି ସମୟ ପରେ ନଖ କାଟିବାର ସଠିକ ସମୟ । ଅର୍ଥାତ ସୂର୍ଯ୍ୟୋଦୟ ହେବାର ଘଣ୍ଟେ କିମ୍ବା ଦେଢ ଘଣ୍ଟା ପରେ ନଖ ଉଚିତ ସମୟ । ଏହି ସବୁ ନିୟମ ପାଳନ କଲେ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ