ETV Bharat / health

ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣିବେ କିଡନୀ ଫେଲ୍ - KIDNEY DISEASE

କିଡନୀ ଖରାପ ହେଲେ ଶରୀରରେ କିଛି ଲକ୍ଷଣ ଦେଖାଯାଏ । ଏହି ଖବରରେ ଜାଣନ୍ତୁ କିଡନୀ ଖରାପ ହେଲେ କି କି ଲକ୍ଷଣ ଦେଖାଯାଏ

Symptoms of Kidney disease
Symptoms of Kidney disease (ETV Bharat)
author img

By ETV Bharat Health Team

Published : Nov 28, 2024, 10:42 AM IST

କିଡନୀ ବା ବୃକକ୍ ମଣିଷ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରି ସୁସ୍ଥ ରଖିବାରେ ସାହାଯ୍ୟ କରେ । ଯଦି କୌଣସି ଲୋକର କିଡନୀ ଠିକ୍ ଭାବେ କାମ କରିବା ବନ୍ଦ କରିଦିଏ ତେବେ ଏହାକୁ କିଡନୀ ଫେଲ୍ ବା ୟୁରେମିଆ କୁହାଯାଏ । ଏପରି ସ୍ଥିତିରେ ଶରୀରର ଅତିରିକ୍ତ ପାଣି ଓ ବର୍ଜ୍ୟ ପଦାର୍ଥ ବାହାରକୁ ବାହାରି ନପାରି ଜମା ହୋଇ ରହେ । ଯାହାଫଳରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ । କିଡନୀ ଫେଲ୍ ଚିକିତ୍ସା ପାଇଁ ଡାଏଲିସିସ୍ କିମ୍ବା କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ । ଡାଏଲିସିସ୍‌ରେ ରହୁଥିବା ଲୋକେ 30 ବର୍ଷ କିମ୍ବା ଏହାଠୁ କମ୍ ବୟସ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ।

କିଡନୀ ସୁସ୍ଥ ରଖିବା ଲାଗି ଉତ୍ତମ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଖୁବ୍ ଜରୁରୀ । ଆଜିକାଲି ଅନେକ ଲୋକ କିଡନୀ ସମସ୍ୟାରେ ପୀଡିତ ହେଉଛନ୍ତି । କିଛି ଲୋକ କମ୍ ବୟସରୁ ହିଁ କିଡନୀ ସଂକ୍ରମଣର ଶିକାର ପାଲଟୁଛନ୍ତି । ଏହି ଖବର ମାଧ୍ୟମରେ ଜାଣନ୍ତୁ କିଡନୀ ସଂକ୍ରମଣ ହେଲେ ଶରୀରରେ କି କି ଲକ୍ଷଣ ଦେଖାଯାଏ ।

ଶରୀରରେ ଫିଲ୍ଟର ଭଳି କାମ କରେ କିଡନୀ

କିଡନୀ ଶରୀରରେ ଫିଲ୍ଟର ଭଳି କାମ କରିଥାଏ । କିଡନୀ ଖରାପ ହେଲେ ପୁରା ଶରୀରରେ ଏହାର ପ୍ରଭାବ ପଡିଥାଏ । ୟୁରିନାରୀ ସିଷ୍ଟମ ଓ ମୂତ୍ରନଳୀ ଶରୀରରୁ ଆବର୍ଜନା ଓ ବିଷାକ୍ତ ପଦାର୍ଥ ବାହାର କରିବାର କାମ କରେ । କିଡନୀ ରକ୍ତରୁ ଏହି ବିଷାକ୍ତ ଓ ବର୍ଜ୍ୟ ପଦାର୍ଥ ଏବଂ ଅତିରିକ୍ତ ପାଣିକୁ ଛାଣି ମୂତ୍ର କରିଥାଏ । କିଡନୀ ଶରୀର ସୁସ୍ଥ ରହିବା ପାଇଁ ଅତ୍ୟନ୍ତ ଜରୁରୀ । ଯଦି ଏହା ଠିକ୍ ଭାବେ କାମ ନକରେ ତେବେ ଶରୀରରେ ବିଷାକ୍ତ ପଦାର୍ଥ ଓ ଅଧିକ ପାଣି ଜମା ହୋଇ ରହେ । ଏହାଦ୍ବାରା ହାର୍ଟ ସିଷ୍ଟମ ଭଳି ଅନ୍ୟାନ୍ୟ ପ୍ରଣାଳୀ ମଧ୍ୟ ଖରାପ ହେବା ସହ ଗୁରୁତର ରୋଗ ହୋଇପାରେ । ଏଥିପାଇଁ କିଡନୀକୁ ସୁସ୍ଥ ରଖିବା ଲାଗି କେବଳ ପ୍ରଚୁର ପାଣି ପିଇବା ଯଥେଷ୍ଟ ନୁହେଁ, ବରଂ ସ୍ବାସ୍ଥ୍ୟକର ଖାଦ୍ୟ ଓ ଉତ୍ତମ ଜୀବନଶୈଳୀ ଆବଶ୍ୟକ ।

ନ୍ୟାସନାଲ କିଡନୀ ଫାଉଣ୍ଡେସନ ଅନୁସାରେ, ଯଦି ସକାଳୁ ବାନ୍ତି ଲାଗିବା, ବାରମ୍ବାର ବାନ୍ତି ହେବା, ଅଧିକ ଥର ପରିସ୍ରା, ପରିସ୍ରାରେ ରକ୍ତ ପଡିବା, ପିଠାରେ ଯନ୍ତ୍ରଣା ଏବଂ ତଳି ପେଟରେ ଜୋରରେ ଯନ୍ତ୍ରଣା ଅନୁଭବ ହେଉଥାଏ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହାବ୍ୟତୀତ ମୁଣ୍ଡ ବୁଲାଇବା, ଆଖି ପାଖରେ ଓ ପାଦର ଆଖପାଖ ଫୁଲିବା ଭଳି ଲକ୍ଷଣ ମଧ୍ୟ କିଡନୀ ସମସ୍ୟା ଆରମ୍ଭ ହେବା ପୂର୍ବରୁ ଦେଖାଯାଏ ।

କିଡନୀ ନଷ୍ଟ ହେବାର ପ୍ରାରମ୍ଭିକ ଲକ୍ଷଣ:

  • ବାରମ୍ବାର ପରିସ୍ରା ହେବା
  • ପରିସ୍ରା ରଙ୍ଗରେ ପରିବର୍ତ୍ତନ, ପରିସ୍ରାରେ ଫେଣ ଆସିବା
  • ହାତ, ପାଦ, ଗୋଡ ଫୁଲିବା, ଯନ୍ତ୍ରଣା ହେବା
  • ଏକାଗ୍ରତା ନ ରହିବା
  • ବାନ୍ତି ହେବା କିମ୍ବା ବାନ୍ତି ଲାଗିବା
  • ନିଦ୍ରା ଅଭାବ
  • ଦୁର୍ବଳ ଲାଗିବା
  • ନିଶ୍ବାସ ନେବାର ସମସ୍ୟା
  • ଭୋକ ନହେବା
  • ଡ୍ରାଏ ସ୍କିନ/ ଚର୍ମ କୁଣ୍ଡେଇ ହେବା କିମ୍ବା ଲାଲ୍ ଲାଲ୍ ଫଳିଯିବା
  • ଓଜନ କମିବା କିମ୍ବା ହଠାତ୍ ଅଧିକ ବଢିଯିବା

କିଡନୀ ଫେଲ୍ ହେବାର କାରଣ:

  • ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ
  • କମ୍ ପାଣି ପିଇବା
  • ତମାଖୁ ଓ ମଦ୍ୟପାନ
  • ଡାଇବେଟିସ, ହାଇବ୍ଲଡପ୍ରେସର, କିଡନୀ ଷ୍ଟୋନ
  • ମୂତ୍ରନଳୀରେ ରକ୍ତ ଜମାଟ ବାନ୍ଧିବା
  • କିଡନୀ ଚାରିପାଖରେ ରକ୍ତ ଜମାଟ
  • ରକ୍ତକୁ ନିୟନ୍ତ୍ରଣ କରୁଥିବା ସ୍ନାୟୁଗୁଡିକ ଦୁର୍ବଳ ହେବା

ଆଜିକାଲିର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ବିଭିନ୍ନ ରୋଗର ପ୍ରମୁଖ କାରଣ ପାଲଟିଛି । ବିଶେଷକରି ହୃଦରୋଗ, ଡାଇବେଟିସ, କିଡନୀ ସମସ୍ୟା ଯେମିତି ସାଧାରଣ ହୋଇଗଲାଣି । ଏଥିପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଖୁବ୍ ଜରୁରୀ ।

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ: ଦିନକୁ କେତୋଟି ଖାଉଛନ୍ତି ପିସ୍ତାବାଦାମ ? ଏହାଠୁ ଅଧିକ ଖାଉଥିଲେ ଜାଣିରଖନ୍ତୁ ପରିଣାମ

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.