ETV Bharat / health

ବେକରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଟିପ୍ସ, ମିଳିବ ଆରାମ - Neck pain treatment

author img

By ETV Bharat Health Team

Published : Sep 8, 2024, 12:12 PM IST

Suffering from neck pain: ବେକରେ ଯନ୍ତ୍ରଣା ହେଉଛି କି ? ଏହାର ବିଭିନ୍ନ କାରଣ ଥାଇପାରେ । ବେଳେବେଳେ ଲଗାତାର ଯନ୍ତ୍ରଣା ହେବା ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ବି ହୋଇପାରେ । ହେଲେ ଅଧିକାଂଶ ସମୟରେ ଏହି ଯନ୍ତ୍ରଣା ଅତି ସାଧାରଣ ହୋଇଥାଏ । ଅଧିକ ପଢନ୍ତୁ

ବେକରେ ଯନ୍ତ୍ରଣା ହେଉଛି କି ?
ବେକରେ ଯନ୍ତ୍ରଣା ହେଉଛି କି ? (ETV Bharat)

ହାଇଦ୍ରାବାଦ: ଅନେକ ସମୟରେ ଆମେ ବେକରେ ଯନ୍ତ୍ରଣା ଅନୁଭବ କରୁ । ଏହି ଯନ୍ତ୍ରଣା ଏକ ସାଧାରଣ କଥା । ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି କାମ କରିବା, ଟିଭି ଦେଖିବା ହେଉ କି ତ୍ରୁଟିପୂର୍ଣ୍ଣ ବସିବା ମୁଦ୍ରା ହେଉ, ସାଧାରଣତଃ ଏସବୁ କାରଣରୁ ଯନ୍ତ୍ରଣା ହୋଇଥାଏ । ବୟସ ବଢିବା ସହ ଅନେକ ଲୋକ ବେକରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଆଉ କିଛି ଲୋକେ କୌଣସି କାର୍ଯ୍ୟ କରୁଥିଲେ ବେକ ଓ କାନ ମଝିରେ ଫୋନ ରଖି କଥା ହେବାର ଦେଖାଯାଏ । ଯେଉଁଥିପାଇଁ ବି ବେକ ଯନ୍ତ୍ରଣା ହୁଏ । ବେଳେବେଳେ ଲଗାତାର ବେକ ଯନ୍ତ୍ରଣା ହେବା ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ । ହେଲେ ଅଧିକାଂଶ ସମୟରେ ଏହି ଯନ୍ତ୍ରଣା ଅତି ସାଧାରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ବେକ ଯନ୍ତ୍ରଣାରୁ ଆରାମ ଦେବାର 6ଟି ଟିପ୍ସ ବିଷୟରେ କହିବୁ ।

କେମିତି ଦୂର କରିବେ ବେକ ଯନ୍ତ୍ରଣା:

  • ଅଧିକ ସମୟ ଯାଏଁ ଗୋଟିଏ ଅବସ୍ଥାରେ ରୁହନ୍ତୁ ନାହିଁ । କାରଣ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ବେଳେବେଳେ ଅଜାଣତରେ ଆମ ବେକ ତ୍ରୁଟିପୂର୍ଣ୍ଣ ମୁଦ୍ରାରେ ରହିଥାଏ । ଫଳରେ କିଛି ସମୟ ପରେ ବେକରେ ଯନ୍ତ୍ରଣା ହେବା ଆରମ୍ଭ ହୁଏ । ଯଦି ଆପଣ ମଝିରେ ମଝିରେ ଉଠି ଚଲାବୁଲା କରୁଛନ୍ତି, ତାହେଲେ ଅସ୍ବାସ୍ଥ୍ୟକର ମୁଦ୍ରାରୁ ନିଜ ବେକକୁ ସଳଖ ରଖିପାରିବେ ।
  • କାମ କରିବା ବେଳେ ନିଜ କମ୍ପ୍ୟୁଟର ଓ ଲ୍ୟାପଟପକୁ ଆଖି ସିଧାରେ ରଖନ୍ତୁ । ଏହାଦ୍ବାରା ଆପଣ ସାମ୍ନାକୁ ସଳଖ ଦେଖିପାରିବେ ଓ ବେକର ସ୍ଥିତି ଠିକ୍ ରହିବ । ଟାବଲେଟ୍ ବ୍ୟବହାର ସମୟରେ ଏହାକୁ ସବୁବେଳେ ଏକ ତକିଆ ଉପରେ ରଖନ୍ତୁ । କେବେ ବି କାନ ଓ କାନ୍ଧ ମଝିରେ ମୋବାଇଲ ରଖି କଥା ହୁଅନ୍ତୁ ନାହିଁ ।
  • ଯଦି ଆପଣ ଚଷମା ପିନ୍ଧୁଛନ୍ତି, ତାହେଲେ ନିୟମିତ ବ୍ୟବଧାନରେ ଏହାର ପ୍ରେସକ୍ରିପସନ ଅପଡେଟ କରନ୍ତୁ । ନହେଲେ କୌଣସି ଜିନିଷ ସ୍ପଷ୍ଟ ଭାବେ ଦେଖିବାକୁ ମୁଣ୍ଡକୁ ପଛପଟୁକୁ ଢଳେଇବାକୁ ପଡେ ।
  • ଶୋଇବା ବେଳେ ଅଧିକ ତକିଆ ବ୍ୟବହାର କରନ୍ତୁ ନାହିଁ । ମୁଣ୍ଡ ତଳେ ଅଧିକ ତକିଆ ରଖି ଶୋଇଲେ ବେକର ଗତିବିଧି କମିଯାଏ । ଯାହାକି ବେକର ଯନ୍ତ୍ରଣାର କାରଣ ହୋଇଥାଏ ।
  • କୌଣସି ଭାରି ଜିନିଷ ଉଠାଇବା ପୂର୍ବରୁ ଆପଣଙ୍କ ବେକ ଓ ପିଠି ଉପରେ ଏହାର କେମିତି ପ୍ରଭାବ ପଡିବ ତାହା ଜାଣନ୍ତୁ । ତଦନୁସାରେ ଅନ୍ୟର ସାହାଯ୍ୟ ନିଅନ୍ତୁ ।
  • ରାତିରେ ପର୍ଯ୍ୟାପ୍ତ ସମୟ ଶୁଅନ୍ତୁ । କାରଣ ଅନିଦ୍ରା ସମସ୍ୟା ମାଂଶପେଶୀ ଯନ୍ତ୍ରଣା ସହ ବିଭିନ୍ନ ରୋଗର କାରଣ ହୋଇଥାଏ । ଅନେକ ସମୟରେ ମସାଜ୍ ଓ ମାଲିସ୍ ଦ୍ବାରା ବେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ବେକ ଯନ୍ତ୍ରଣା ପାଇଁ ଅଧିକ ଚିନ୍ତିତ ହେବା କିଛି ଦରକାର ନାହିଁ । କିନ୍ତୁ ଯଦି ଏହି ଯନ୍ତ୍ରଣା ସହିତ ଆଉ କିଛି ଗୁରୁତର ଲକ୍ଷଣ ଦେଖାଯାଉଛି, ଯେମିତିକି- ହାତ କିମ୍ବା ଶରୀରର ତଳ ଭାଗରେ ଯନ୍ତ୍ରଣା, ଥକ୍କାପଣ, ହାତ ଓ ଗୋଡ ଗୋଦରା ଅନୁଭବ ହେବା ଭଳି ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ବେଳେବେଳେ ଜ୍ବର ଓ ଶରୀରର ଓଜନ ହ୍ରାସ ହେବା କାରଣରୁ ମଧ୍ୟ ବେକରେ ଯନ୍ତ୍ରଣା ହୋଇଥାଏ । Ref- https://www.health.harvard.edu/pain/6-ways-to-ease-neck-pain

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? ଏହା କେତେ ମାରାତ୍ମକ - Diabetes types

ଏହା ମଧ୍ୟ ପଢନ୍ତୁ: ଫିଟ୍ ରହିବାକୁ କେତେ ସମୟ କରିବେ ବ୍ୟାୟାମ; କେମିତି ବଢାଇବେ ଓ କମାଇବେ ଓଜନ ? - Physical activity to stay fit

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.